ମୁମ୍ୱାଇ : ବଲିଉଡର ପ୍ରସିଦ୍ଧ ଅଭିନେତା ଅମିତାଭ ବଚ୍ଚନଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟଙ୍କର ବିବାହକୁ ଆଜି ବି ମନେପକାଯାଏ। ଐଶ୍ୱର୍ଯ୍ୟା ଓ ଅଭିଷେକ ୨୦ ଅପ୍ରେଲ , ୨୦୦୭ରେ ବିବାହ କରି ଥିଲେ। ଏହି ବିହାଘରରେ ବଚ୍ଚନ ପରିବାର ଓ କିଛି ନିକଟତମ ବନ୍ଧୁଙ୍କୁ ହିଁ ନିମନ୍ତ୍ରିତ କରାଯାଇ ଥିଲା। ଅତିଥିଙ୍କ ତାଲିକାରେ ଅନେକ ବଲିଉଡ୍ ଷ୍ଟାରଙ୍କୁ ସାମିଲ କରାଯାଇ ନଥିଲା। ଲୋକଙ୍କ ନିରାଶତାକୁ ଦୂର କରିବା ପାଇଁ ବଚ୍ଚନ ପରିବାର ନିଜର ନିକଟତରଙ୍କ ପାଖକୁ ମିଠାଇ ପ୍ୟାକେଟ୍ ପଠାଇ ଥିଲେ। ଏହି ପ୍ୟାକେଟ୍ କେବଳ ତାଙ୍କୁ ପଠା ଯାଇଥିଲା, ଯାହାଙ୍କୁ ସେ ବାହାଘରକୁ ଡାକି ପାରି ନଥିଲେ। କିନ୍ତୁ ଜଣେ ତାଙ୍କର ମିଠାଇକୁ ଫେରେଇ ଦେଇଥିଲେ। ଆସନ୍ତୁ ଜାଣିବା ସେ କିଏ ଏବଂ ସେ ଏମିତି କାହିଁକି କରିଥିଲେ।
ଉଲ୍ଲେଖନୀୟ ଯେ,ବଚ୍ଚନ ପରିବାରର ବାହାଘରକୁ ଡକାଯାଇ ନଥିବା ଯୋଗୁଁ ଅସନ୍ତୁଷ୍ଟ ହୋଇଥିବା ଏହି ଅଭିନେତା ଆଉ କେହି ନୁହେଁ , ବରଂ ପ୍ରସିଦ୍ଧ ଅଭିନେତା ଶତ୍ରୁଘ୍ନ ସିହ୍ନା। ଅମିତାଭଙ୍କ ଠାରୁ ତାଙ୍କୁ ଇନଭିଟେସନ ମିଳି ନଥିବାରୁ ଶତ୍ରୁଘ୍ନ ଖୁବ୍ ନିରାଶ ଥିଲେ। ସେ ଥରେ ମିଡ୍ –ଡେ ସହ ଇଣ୍ଟରଭ୍ୟୁରେ ଏହାକୁ ନେଇ କହିଥିଲେ କି, ମିଠାଇ ଓ କାର୍ଡ କାହିଁକି ଫେରାଇ ଥିଲେ। ସେ କହିଥିଲେ , ଯେବେ ଆପଣଙ୍କୁ ଆମନ୍ତ୍ରିତ କରାଯାଇ ନଥାଏ , ତ ମିଠାଇ ପଠାଇବାର କୌଣସି ଆବଶ୍ୟକ ନାହିଁ। ମୋର ଅତି କମ୍ରେ ଏହି ଆଶା ଥିଲାକି , ଅମିତାଭ ବା ତାଙ୍କ ପରିବାରର କୌଣସି ବ୍ୟକ୍ତି ମିଠାଇ ପଠାଇବା ପୂର୍ବରୁ ମୋତେ ଅନ୍ତତଃ ଫୋନ କରିବେ। ଯେତେବେଳେ ଏମିତି ବି କଲେ ନାହିଁ , ତ ମିଠାଇ କେଉଁଥି ପାଇଁ।
ଏହାପରେ ଅଭିଷେକ ବଚ୍ଚନ ନିଜର ବାହାଘରକୁ ପ୍ରାଇଭେଟ୍ ରଖିବା ପଛର କାରଣ କହି ଥିଲେ। ଅଭିଷେକ କଫି ୱିଥ୍ କରଣ ବେଳେ କହିଥିଲେ କି, ବିବାହରେ ଏହି କାରଣରୁ ଅଧିକ ଲୋକଙ୍କୁ ଡକାଯାଇ ନଥିଲା, କାରଣ ତାଙ୍କର ଗ୍ରାଣ୍ଡମଦର ଅସୁସ୍ଥ ଥିଲେ ଏବଂ ସେ ହସ୍ପିଟାଲରେ ଭର୍ତ୍ତି ହୋଇ ଥିଲେ। ଏହି କାରଣରୁ ଆମର ମାତା-ପିତା ମିଶି ସମସ୍ତଙ୍କର ଆଶୀର୍ବାଦ ନେବାକୁ ଏକ କାର୍ଡ ଓ ମିଠାଇ ପଠାଇ ଥିଲେ। ଏଥିରେ କାହାର ଅଭିଯୋଗ ନଥିଲା, କେବଳ ଶତ୍ରୁଘ୍ନ ଅଙ୍କଲଙ୍କ ବ୍ୟତୀତ। ସେ କାର୍ଡ ଓ ମିଠାଇ ଫେରେଇ ଦେଇଥିଲେ ଏବଂ ଏହା ମଧ୍ୟ ଠିକ୍ ଯେ , ଆପଣ ସମସ୍ତଙ୍କୁ ଖୁସି କରି ପାରିବେ ନାହିଁ।