ମୁମ୍ବାଇ,୧୯/୧: ପୋଲିସ ସହ ଲୁଚକାଳି ଖେଳୁଥିଲା । ନାଁ ବଦଳାଇ ଚମକା ଦେଉଥିଲା । ଟିଭିରେ ଖବର ଦେଖି ଜାଗା ବଦଳାଉଥିଲା । କାବୁ କଲା ପୋଲିସ । ବଲିଉଡ଼ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ଘଟଣାରେ ମୁମ୍ବାଇ ପୋଲିସକୁ ସଫଳତା ମିଳିଛି । ୩ ଦିନ ପରେ ସୈଫଙ୍କୁ ଆକ୍ରମଣ କରିଥିବା ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଛି ବାନ୍ଦ୍ରା ପୋଲିସ । ମହମ୍ମଦ ଇଲିୟାସ ଓରଫ ବିଜୟ ଦାସକୁ ଥାନେ ହିରାନନ୍ଦାନୀରୁ ଗିରଫ କରାଯାଇଛି । ଅଭିଯୁକ୍ତକୁ ଖାର ପୋଲିସ ଷ୍ଟେସନରେ ଅଟକ ରଖାଯାଇଛି । ସେ ପଶ୍ଚିମବଙ୍ଗବାସୀ । ଅଭିଯୁକ୍ତ ବିଜୟ ଦାସ ଏକ ରେଷ୍ଟୁରାଣ୍ଟରେ ୱେଟର ଭାବେ କାମ କରୁଥିଲା । ସେ ତାର ନାମ ଲୁଚାଇଥିଲା । କେବେବେଳେ ମହମ୍ମଦ ଇଲିୟାସ, ବିଜୟ ଦାସ ତ ପୁଣି ବିଜୋୟ ଦାସ ବୋଲି ନାମ କହୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସେ ତାର ଦୋଷ ସ୍ବୀକାର କରିଥିବା କହିଛି ପୋଲିସ ।
ସୈଫଙ୍କୁ ଛୁରାମାଡ ଘଟଣାରେ ତଦନ୍ତ ଚଳାଇଥିଲା ମୁମ୍ବାଇ ପୋଲିସ । ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ୩୦ଟି ଟିମ୍ ଗଠନ ହୋଇଥିଲା । ଘଟଣାର ୩ ଦିନ ପରେ ଡିସିପି ଜୋନ-୬ ନବନାଥ ଧାବନେ ଟିମ୍ ଏବଂ କାସାଭଦାଭାଲି ପୋଲିସର ମିଳିତ ଅପରେସନର ସଫଳତା ମିଳିଛି । ମୁଖ୍ୟ ଅଭିଯୁକ୍ତ ବିଜୟ ଦାସକୁ ଗିରଫ କରିଛି ପୋଲିସ । ନାଁ ବଦଳାଇ ଚମକା ଦେଉଥିଲା ଏବେ ଥାନେରୁ କାବୁ କରିଛି ପୋଲିସ । ଅଭିଯୁକ୍ତ ଘର ପଶ୍ଚିମବଙ୍ଗ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସେ ପୋଲିସ ଆଗରେ ଦୋଷ ମାନିଥିବା ଜଣାପଡିଛି । ପୂର୍ବରୁ ଏହି ମାମଲାରେ ଜଣେ ସନ୍ଦିଗ୍ଧକୁ ଅଟକ ରଖାଯାଇଥିଲା ।
Maharashtra | Saif Ali Khan attack case | The arrested accused, Vijay Das, a waiter at a restaurant, has confessed to having committed the crime: Mumbai Police
— ANI (@ANI) January 18, 2025
(Picture confirmed by Mumbai Police) https://t.co/HyE8wE5dYQ pic.twitter.com/L2XHt5pIbd
ଏହା ବି ପଢନ୍ତୁ...ସୈଫଙ୍କୁ ହସ୍ପିଟାଲରେ କିଏ ପହଞ୍ଚାଇଥିଲେ ? ସେଦିନ ରାତି ଘଟଣା ବଖାଣିଲେ ଅଟୋ ଡ୍ରାଇଭର ଭଜନ ସିଂହ
ମୁଖ୍ୟ ଅଭିଯୁକ୍ତ ବିଜୟ ଦାସ ଏକ ରେଷ୍ଟୁରାଣ୍ଟରେ ୱେଟର ଭାବେ କାମ କରୁଥିଲା । ସୈଫଙ୍କୁ ଆକ୍ରମଣ ପରେ ସେ ମୁମ୍ବାଇରେ ନାମ ବଦଳାଇ ରହୁଥିଲା । ମେଟ୍ରୋରେ କାମ ଚାଲୁଥିବା କନଷ୍ଟ୍ରକ୍ସନରେ ଲୁଚି ରହିଥିଲା । ସେ ସୈଫଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିଥିଲା । ବିଜୟ ପୋଲିସ ଆଗରେ ଦୋଷ ସ୍ବୀକାର କରିଛି । ମାମଲା ଗତକାଲି (ଶନିବାର) ଛତିଶଗଡ ଦୁର୍ଗରୁ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା । ଜେରା କରାଯାଇଥିଲା । ସନ୍ଦିଗ୍ଧ ଆକାଶ କୈଳାଶ କନୋଜିକୁ ଶାଲିମାର ଜ୍ଞାନେଶ୍ବରୀ ଏକ୍ସପ୍ରେସରୁ ଗିରଫ କରାଯାଇଥିଲା । ମୁମ୍ବାଇରୁ ପଠାଯାଇଥିବା ସିସିଟିଭି ଫୁଟେଜ ସହ ମେଳ ଖାଇବାକୁ ଧରିଥିଲା ଆରପିଏଫ୍ ।
ଏହା ବି ପଢନ୍ତୁ...୬ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ଅପରେସନ; ଚେତା ଫେରିବା ପରେ ଡାକ୍ତରଙ୍କୁ ଦୁଇଟି ପ୍ରଶ୍ନ କରିଥିଲେ ସୈଫ୍
ଗତ ୧୬ ତାରିଖରେ ମୁମ୍ବାଇ ବାନ୍ଦ୍ରାସ୍ଥିତ ବାସଭବନରେ ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ହୋଇଥିଲା । ମରଣାନ୍ତ୍ରକ ଆକ୍ରମଣ କରିଥିଲା ଦୁର୍ବୃତ୍ତ । ପରିବାର ପାଇଁ ଦୁର୍ବୃତ୍ତ ସହ ଏକାକୀ ଲଢିଥିଲେ ସୈଫ ଅଲ୍ଲୀ ଖାନ୍ । ଘଟଣାର ତଦନ୍ତ କରିଥିଲା ମୁମ୍ବାଇ ପୋଲିସ । ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ୩୦ଟି ଟିମ୍ ଗଠନ ହୋଇଥିଲା । ଘଟଣାରେ ଡକାୟତି ଓ ବେଆଇନ ଅନୁପ୍ରେବଶ ସମେତ ମୋଟ ୫ଟି ମାମଲା ରଜ୍ଜୁ ହୋଇଥିଲା । ପ୍ରଥମେ ଜଣେ ସନ୍ଦିଗ୍ଧକୁ ପଚରାଉଚରା କରି ପୋଲିସ ଛାଡି ଦେଇଥିଲା । ବର୍ତ୍ତମାନ ସୈଫଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ।