ପ୍ରମୂଖ ଖବର
  • ଏସ୍‌ସିବିରେ ଡାକ୍ତରଙ୍କୁ ଆକ୍ରମଣ, ରୋଗୀଙ୍କ ସଂପର୍କୀୟଙ୍କ ନାଁରେ ଥାନାରେ ଏତଲା
  • ||
  • ବ୍ରଜ ଦାସଙ୍କ ଘରେ ଚତୁର୍ଥ ଦିନରେ ଆଇଟି ରେଡ୍, ସମ୍ପତ୍ତି ଆୟର ଚାଲିଛି ଛାନଭିନ୍
  • ||
  • କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା,ଦୋଷୀ ସଂଜୟ ରୟଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇବେ ସିଆଲଦା କୋର୍ଟ
  • ||
  • ହଂସିକାଙ୍କ ମାମଲାରେ ନୂଆ ମୋଡ଼: ୫୦ କୋଟି ଡିଲ୍‌ର ଖୋଳତାଡ଼ କରିବ ଇଡି, ସ୍କାନରରେ ଶିକ୍ଷାନୁଷ୍ଠାନ ମାଲିକ
  • ||
  • ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ...ଭାରତ ପକ୍ଷରୁ ସାମିଲ ହେବେ ଏସ୍ ଜୟଶଙ୍କର,
  • ||
  • ଜାଡ଼ରେ ଥରୁଛି ଓଡ଼ିଶା, ଶୀତ ଆହୁରି ୪ରୁ ୫ ଦିନ କରିବ କଲବଲ: ଦୁଇ ଦିନ କୁହୁଡି ସମ୍ଭାବନା
  • ||

ଅନୁପ୍ରବେଶକାରୀଙ୍କ ପାଇଁ ଆରପିଏଫ୍ ସତର୍କ, ଗତ ୪ ବର୍ଷରେ ୯୧୬ ଜଣ ବାଂଲାଦେଶୀ-ରୋହିଙ୍ଗ୍ୟା ଗିରଫ

Published By : Prameya | January 20, 2025 5:04 PM

ନୂଆଦିଲ୍ଲୀ,୨୦।୧: ବାଂଲାଦେଶୀ ଓ ରୋହିଙ୍ଗ୍ୟା ଅନୁପ୍ରବେଶକାରୀ ବଢାଇଛନ୍ତି ଚିନ୍ତା । ଏହାକୁ ଦୃଷ୍ଟିରେ ରଖି ଅନୁପ୍ରବେଶକାରୀଙ୍କ ଉପରେ ନଜର ରଖିଛି ରେଲଓ୍ବେ ସୁରକ୍ଷା ବଳ(ଆରପିଏଫ୍)। ୨୦୨୧ ରୁ ଏପର୍ଯ୍ୟନ୍ତ ୫୮୬ ବାଂଲାଦେଶୀ ନାଗରିକ ଓ ୩୧୮ ରୋହିଙ୍ଗ୍ୟାଙ୍କ ସହିତ ୯୧୬ ଜଣଙ୍କୁ ଗିରଫ କରିଛି। ଯାହାକି ଦେଶର ସୁରକ୍ଷା ପ୍ରତି ତାଙ୍କର ସତର୍କତାକୁ ଦର୍ଶାଉଛି। 

ଆରପିଏଫ୍‌ ଗତ ବର୍ଷ ଜୁନ୍ ଓ ଜୁଲାଇରେର ପୂର୍ବତ୍ତର ସୀମାନ୍ତ  ରେଲଓ୍ବେ(ଏନ୍‌ଏଫ୍ଆର) ଅନ୍ତର୍ଗତ ଅଞ୍ଚଳରେ ୮୮ ବାଂଲାଦେଶୀ ଓ ରୋହିଙ୍ଗ୍ୟ ପ୍ରବାସୀଙ୍କୁ ଗିରଫ କରାଯାଇଛି। ଏଥିରେ କଛି ଲୋକ ବେଆଇନ ରୂପରେ ଭାରତରେ ଅନୁପ୍ରବେଶ କରିଥିବା ସ୍ବୀକାର କରିଛନ୍ତି। ରେଳ ମନ୍ତ୍ରଣାଳୟ RPF ର କାର୍ଯ୍ୟାନୁଷ୍ଠାନ ବିଷୟରେ ସୂଚନା ଦେଇ ଏକ ପ୍ରେସ୍ ନୋଟ୍ ଜାରି କରିଛି। ପ୍ରେସ୍ ନୋଟରେ କୁହାଯାଇଛି ଯେ ଅନୁପ୍ରବେଶକାରୀଙ୍କ ଦ୍ୱାରା ରେଳପଥ ବ୍ୟବହାର ସେମାନଙ୍କ ପାଇଁ ରାଜ୍ୟରୁ ରାଜ୍ୟକୁ ଯାତ୍ରା କରିବା ସହଜ କରିଥାଏ, କିନ୍ତୁ ଭାରତରେ ଅବୈଧ ପ୍ରବେଶକୁ ଚିହ୍ନଟ କରିବା ଏବଂ ରୋକିବା କଷ୍ଟକର ହୋଇଥାଏ।

ଅକ୍ଟୋବର ୨୦୨୪ ରେ ଏହି ରିପୋର୍ଟରେ କୁହାଯାଇଛି, ବାଂଲାଦେଶୀ ସୀମାରେ ସୁରକ୍ଷା ସମ୍ପର୍କିତ ଉପାୟକୁ ବଢାଇବା ପରେ ବି ବେଆଇନ୍ ପ୍ରବାସୀ ଭାରତରେ କୌଣସି ନା କୌଣସି ପ୍ରକାରରେ ଅନୁପ୍ରବେଶ କରିବାର ଚେଷ୍ଟା କରିଥାନ୍ତି। ସେମାନେ ଆସାମ ବାଟ ଦେଇ ଆସିବାକୁ ପ୍ରାୟତଃ ଚେଷ୍ଟା କରିଥାନ୍ତି।  ବେଆଇନ ଅନୁପ୍ରବେଶ ଘଟଣା ରେଲଓ୍ବେ ନେଟଓ୍ବର୍କର ନଜର ଓ ସୁରକ୍ଷାରେ ଭାରତୀୟ ଅଧିକାରୀଙ୍କ ଆଗରେ ଆସୁଥିବା ଚ୍ୟାଲେଞ୍ଜଙ୍କୁ ଚିହ୍ନଟ ମଧ୍ୟ କରନ୍ତି।

ଔପନିବେଶ କାଳରେ ବ୍ରିଟେନର ଧନୀ ବ୍ୟକ୍ତିଙ୍କୁ ହୋଇଥିଲା ଅଧିକ ଲାଭ, ଭାରତରୁ ଲୁଟ୍‌ ସମ୍ପତ୍ତିର ଅଧାଭାଗ ନେଇଥିଲେ ୧୦% ଲୋକ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.