ପ୍ରମୂଖ ଖବର
  • ଏସ୍‌ସିବିରେ ଡାକ୍ତରଙ୍କୁ ଆକ୍ରମଣ, ରୋଗୀଙ୍କ ସଂପର୍କୀୟଙ୍କ ନାଁରେ ଥାନାରେ ଏତଲା
  • ||
  • ବ୍ରଜ ଦାସଙ୍କ ଘରେ ଚତୁର୍ଥ ଦିନରେ ଆଇଟି ରେଡ୍, ସମ୍ପତ୍ତି ଆୟର ଚାଲିଛି ଛାନଭିନ୍
  • ||
  • କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା,ଦୋଷୀ ସଂଜୟ ରୟଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇବେ ସିଆଲଦା କୋର୍ଟ
  • ||
  • ହଂସିକାଙ୍କ ମାମଲାରେ ନୂଆ ମୋଡ଼: ୫୦ କୋଟି ଡିଲ୍‌ର ଖୋଳତାଡ଼ କରିବ ଇଡି, ସ୍କାନରରେ ଶିକ୍ଷାନୁଷ୍ଠାନ ମାଲିକ
  • ||
  • ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ...ଭାରତ ପକ୍ଷରୁ ସାମିଲ ହେବେ ଏସ୍ ଜୟଶଙ୍କର,
  • ||
  • ଜାଡ଼ରେ ଥରୁଛି ଓଡ଼ିଶା, ଶୀତ ଆହୁରି ୪ରୁ ୫ ଦିନ କରିବ କଲବଲ: ଦୁଇ ଦିନ କୁହୁଡି ସମ୍ଭାବନା
  • ||

ଆମେରିକାରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୨୬ ବର୍ଷୀୟ ଭାରତୀୟଙ୍କ ମୃତ୍ୟୁ

Published By : Bijay Swain | January 20, 2025 3:57 PM

Image courtesy: indiatoday

ନୂଆଦିଲ୍ଲୀ: ବିଦେଶରେ ଭାରତୀୟଙ୍କ ଉପରେ ଆକ୍ରମଣ ଥମିବାର ନାଁ ନେଉନି। ଆମେରିକାରେ ପୁଣି ଜଣେ ଭାରତୀୟଙ୍କୁ ହତ୍ୟା କରାଯାଇଛି। ଆମେରିକାରେ ରହି ପାଠ ପଢୁଥିବା କରୁଥିବା ଜଣେ ୨୬ ବର୍ଷୀୟ ହାଇଦ୍ରାବାଦ ଯୁବକଙ୍କୁ ଅଜ୍ଞାତ ଆକ୍ରମଣକାରୀମାନେ ଗୁଳି କରି ହତ୍ୟା କରିଛନ୍ତି। ଘଟଣାଟି ୱାଶିଂଟନ ଆଭେନ୍ୟୁରେ ଘଟିଛି, ଯେଉଁଠାରେ ପୀଡିତ ରବିତେଜାଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଜଣାପଡ଼ିଛି।

ହାଇଦ୍ରାବାଦ ସ୍ଥିତ ଆରକେ ପୁରମ ଅଞ୍ଚଳର ସ୍ଥାୟି ବାସିନ୍ଦା ହେଉଛନ୍ତି ରବିତେଜା। ସେ ୨୦୨୨ ମସିହା ମାର୍ଚ୍ଚ ମାସରେ ମାଷ୍ଟର ଡିଗ୍ରୀ କରିବାପାଇଁ ଆମେରିକା ଚାଲିଯାଇତିଲେ। ତେବେ ନିକଟରେ ତାଙ୍କର ପାଠ ପଢା ସରିବା ସହ ସେ ଆମେରିକାରେ ଏକ ଚାକିରୀ ସନ୍ଧାନରେ ଥିଲେ। ତେବେ କେହି ଜଣେ ଦୁର୍ବୃତ୍ତ ତାଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଥିବା ନେଇ ଖବର ମିଳିଛି।

ତେବେ ଏହି ମାମଲାରେ ସ୍ଥାନୀୟ ପୋଲିସ ଘଟଣାର ଛାନଭିନ ଜାରି ରଖିଛି। ଖବର ଲେଖା ହେବା ଯାଏ ଏ ସମ୍ବର୍କରେ ଅନ୍ୟ ସୂଚନା ମିଳିପାରି ନାହିଁ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.