ନୂଆଦିଲ୍ଲୀ : ସର୍ବିଆର ରାଜଧାନୀ ବେଲଗ୍ରେଡ୍ର ବାହାର ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସୋମବାର ୨୦ ଜାନୁଆରୀରେ ଏଠାରେ ଏକ ବୃଦ୍ଧାଶ୍ରମରେ ନିଆଁ ଲାଗିଛି। ଏହି ଦୁର୍ଘଟଣାରେ ପାଖାପାଖି ୮ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ନିଆଁରେ ଜଳି ଯାଇଛନ୍ତି। ଯାହାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି କି, ଏହି ଦୁର୍ଘଟଣା ସକାଳ ସମୟରେ ହୋଇଛି। ହଠାତ୍ ହୋଇଥିବା ଏହି ଅଗ୍ନିକାଣ୍ଡ ଘଟଣାରେ ଚାରିଆଡ଼େ ଆତଙ୍କ ଖେଳି ଯାଇଛି।
ସୂଚନା ଆଧାରରେ,ବେଲଗ୍ରେଡ୍ର ଦକ୍ଷିଣୀ ଭାଗରେ ବାରାଜେଭୋ ନଗର ପାଳିକା ଅଞ୍ଚଳରେ ସକାଳ ସାଢେ ୩ଟା ସମୟରେ ବୃଦ୍ଧାଶ୍ରମରେ ନିଆଁ ଲାଗିଥିଲା। କୁହାଯାଉଛି କି, ଯେଉଁ ସମୟରେ ବୃଦ୍ଧାଶ୍ରମରେ ନିଆଁ ଲାଗିଥିଲା ଏହି ସମୟରେ ସେଠାରେ ପାଖାପାଖି ୩୦ଜଣ ଲୋକ ଉପସ୍ଥିତ ଥିଲେ। ଏଥିରୁ ୮ଜଣ ଲୋକଙ୍କ ଦୁଃଖଦପୂର୍ଣ୍ଣ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଲୋକଙ୍କ ଶରୀର ଜଳି ଯାଇଛି। ନିଆଁ ଏତେ ଭୀଷଣ ଥିଲା ଯେ, ଦେଖୁ ଦେଖୁ ଏହା ପୂରା ଆଶ୍ରମକୁ ନିଜ କବଳକୁ ନେଇ ଯାଇଥିଲା।
ସର୍ବିଆର ଟିଭି ଆରଟିଏସ୍ ମୁତାବିକ, ଜଳି ଯାଇଥିବା ଲୋକଙ୍କୁ ବେଲଗ୍ରେଡ୍ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା କରାଯାଉଛି। କୁହାଯାଉଛି କି, ଅନେକ ଲୋକଙ୍କ ସ୍ଥିତି ଗୁରୁତର ରହିଛି। ଏହି ଘଟଣାରେ ସଂପୃକ୍ତ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଦୁର୍ଘଟଣାର ସୂଚନା ପାଇବା କ୍ଷଣି ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ଏବଂ ଅନେକ ପ୍ରୟାସ ପରେ ନିଆଁକୁ କାବୁ କରି ପାରିଛନ୍ତି।
ଖବର ଅନୁସାରେ, ଯେଉଁ ଲୋକଙ୍କ ମୃତ୍ୟୁ ହୋଇଛି, ତାଙ୍କର ଶବ ସଂପୂର୍ଣ୍ଣ ରୂପେ ଜଳି ଯାଇଛି, ସ୍ଥିତି ଏମିତି କି ଶବକୁ ଚିହ୍ନିବା ବି ମୁସ୍କିଲ ହୋଇ ପଡ଼ିଛି। ଅନ୍ୟପଟେ ନିଆଁରେ ଜଳି ଯାଇଥିବା ଲୋକ ମଧ୍ୟ ହସ୍ପିଟାଲରେ ଜୀବନ ଓ ମୃତ୍ୟୁ ସହ ଲଢେଇ କରୁଛନ୍ତି। ମୃତଦେହ ଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି। ହେଲେ ଏହି ନିଆଁ କେମିତି ଲାଗିଲା ବର୍ତ୍ତମାନ ଏହି ବିଷୟରେ ସୂଚନା ସାମ୍ନାକୁ ଆସିଛି। ଅନୁମାନ କରାଯାଉଛି କି, ନିଆଁ ଜଣେ ନିବାସୀ ଲଗାଇ ଥିଲେ। ବର୍ତ୍ତମାନ ଏହି ବିଷୟରେ ପୁଲିସ କୌଣସି ଅଫିସିଆଲି ବୟାନ ଜାରି କରି ନାହିଁ। ପ୍ରଶାସନ ମାମଲାର ଯାଞ୍ଚରେ ଲାଗି ପଡ଼ିଛି ଏବଂ ଦୁର୍ଘଟଣାର କାରଣ ଜାଣିବାକୁ ଚେଷ୍ଟା କରାଯାଉଛି।