ପ୍ରମୂଖ ଖବର
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସଞ୍ଜୟ ରାୟକୁ କାହିଁକି ମିଳିଲାନି ଫାଶୀ : ସିବିଆଇର ଦାବିରେ ବିଚାରପତି କହିଲେ ...

Published By : Prameya | January 20, 2025 4:30 PM

ନୂଆଦିଲ୍ଲୀ : କୋଲକାତାର ଆରଜି କର ମେଡିକାଲ କଲେଜରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସେସନ କୋର୍ଟ ରାୟ ଶୁଣାଇଛନ୍ତି। କୋର୍ଟ ସଞ୍ଜୟ ରାୟକୁ ଆଜୀବନ ସଜା ଶୁଣାଇଛନ୍ତି , ଯାହାକି ଏହି ଚର୍ଚ୍ଚିତ କାଣ୍ଡକୁ ନେଇ ମୃତ ମହିଳା ଡାକ୍ତରଙ୍କ ପରିବାରର ଦାବି ଥିଲା କି, ଦୋଷୀକୁ ଫାଶୀ ଦଣ୍ଡ ଦିଆଯାଉ। ଏହା ବ୍ୟତୀତ କେସ୍‌ରେ ଯାଞ୍ଚ କରୁଥିବା ଏଜେନ୍ସି ସିବିଆଇ ମଧ୍ୟ ସଞ୍ଜୟ ରାୟକୁ ଫାଶୀ ପାଇଁ ଦାବି କରିଥିଲା। ହେଲେ ସିବିଆଇର ଓକିଲଙ୍କ ଦଲିଲରେ ବିଚାରପତି ଅନିର୍ବାନ ଦାସ ସହମତ ହୋଇ ନଥିଲେ। ସେ ନିଜର ରାୟରେ ସଞ୍ଜୟକୁ ଆଜୀବନ ଜେଲ୍‌ ଦେବାର ସଜା ଶୁଣାଇଛନ୍ତି। ବିଚାରପତି ଅନିର୍ବାନ ଦାସ ନିଜର ନିଷ୍ପତ୍ତିରେ କହିଛନ୍ତି କି, ସଞ୍ଜୟ ରାୟ ଶେଷ ନିଶ୍ୱାସ ଯାଏ ଜେଲ୍‌ରେ ହିଁ ରହିବ।

ବିଚାରପତି ଅନିର୍ବାନ ଦାସ ଆଜୀବନ ଜେଲ୍‌ ଦିଆ ଯିବାକୁ ନେଇ କହିଛନ୍ତି , ଏହି ମାମଲା ରେୟାରେଷ୍ଟ ଅଫ୍‌ ଦ ରେୟାର ମାମଲା ନୁହେଁ। ସିବିଆଇ ଏହି କେସ୍‌ରେ ଦଲିଲ ଦେଇ କହିଥିଲା କି, ଏହା ଏକ ଦୁର୍ଲଭ ମାମଲା। ଏଥିପାଇଁ ଏହି ମାମଲାରେ ଫାଶୀର ସଜା ଠାରୁ ଆଉ କିଛି କମ୍‌ ଦିଆ ଯାଇ ପାରିବ ନାହିଁ। କିନ୍ତୁ କୋର୍ଟ ସଞ୍ଜୟ ରାୟକୁ ଆଜୀବନ ଜେଲ୍‌ର ସଜା ଶୁଣାଇଛନ୍ତି। ବିଚାରପତି କହିଛନ୍ତି, ଏହି ମାମଲା ଦୁର୍ଲଭ ଶ୍ରେଣୀରେ ନୁହେଁ, ଏଥିପାଇଁ ଆଜୀବନ ସଜା ହିଁ ଦିଆଯିବ। ଅନ୍ୟପଟେ ସଞ୍ଜୟ ରାୟର ସୁରକ୍ଷା ଦେଉଥିବା ଓକିଲ କହିଛନ୍ତି କି, ଏମିତି ଅନେକ ମାମଲା ଅଛି, ଯେଉଁଥିରେ ଫାଶୀର ସଜା ଦିଆଯାଇ ନାହିଁ। ଏହା ବ୍ୟତୀତ ତାଙ୍କର କହିବାର ଥିଲା କି , ଏମିତି ଅପରାଧର ଅନେକ କେସ୍‌ ଅଛି। ଏହା କୌଣସି ରେୟାରେଷ୍ଟ ଅଫ୍‌ ଦ ରେୟାର ମାମଲା ନୁହେଁ।

କୋର୍ଟ ରାଜ୍ୟ ସରକାରଙ୍କୁ ମୃତ ମହିଳା ଡାକ୍ତରଙ୍କ ପରିବାରକୁ କ୍ଷତିପୂରଣ ଭାବେ ୧୭ ଲକ୍ଷ ଟଙ୍କା ଦିଆ ଯିବାକୁ ଆଦେଶ ମଧ୍ୟ ଦେଇଛନ୍ତି। ସେ ଟ୍ରେନି ଡାକ୍ତର ଥିଲେ ଏବଂ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ହସ୍ପିଟାଲରେ ପ୍ରଶିକ୍ଷୁ ରେସିଡେଣ୍ଟ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ। ଗତ ବର୍ଷ ୯ ଅଗଷ୍ଟ ରାତିରେ ନାଗରିକଙ୍କୁ ସହାୟତା କରିବା ନାଆଁରେ ସ୍ୱୟଂସେବକ ଭାବେ କାର୍ଯ୍ୟରତ ସଞ୍ଜୟ ରାୟ ରୁମ୍‌ରେ ଏକୁଟିଆ ପାଇ ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ କରିଥିଲା ଏବଂ ଜଘନ୍ୟ ଉପାୟରେ ତାଙ୍କର ହତ୍ୟା କରି ଦେଇଥିଲା। ଏହାର ବିରୋଧରେ କୋଲକାତା ସମେତ ସାରା ଦେଶରେ  ବିରୋଧ ପ୍ରଦର୍ଶନ ହୋଇଥିଲା। ଉଚ୍ଚତମ ନ୍ୟାୟାଳୟ ଏହି ମାମଲାର ଯାଞ୍ଚ କୋଲକାତା ପୁଲିସ ଠାରୁ ନେଇ ସିବିଆଇକୁ ପ୍ରଦାନ କରିଥିଲେ। 

ଅନ୍ୟପଟେ କୋର୍ଟଙ୍କ ସାମ୍ନାରେ ସଞ୍ଜୟ ରାୟ ନିଜକୁ ନିର୍ଦ୍ଦୋଷ କହିଥିଲା। ସେ କହିଥିଲା କି , ମୋତେ ଫସା ଯାଉଛି ଏବଂ ମୁଁ କିଛି ଅପରାଧ କରି ନାହିଁ । ମୁଁ କିଛି ବି କରିନାହିଁ , ହେଲେ ମୋତେ ଦୋଷୀ କରାଯାଉଛି। ସେ କହିଛି, ଜେଲ୍‌ରେ ମୋଟେ ମାଡ଼ ମରାଯାଉଛି ଏବଂ ମୋ ଠାରୁ ଜବରଦସ୍ତ କାଗଜରେ ଦସ୍ତଖତ କରାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.