ମୁମ୍ବାଇ ୨୦/୦୧: ଆଜିକାଲି ସାରା ଅଲି ଖାନ ତାଙ୍କ ବାପା ସୈଫ ଅଲ୍ଲୀ ଖାନଙ୍କ ପାଇଁ ଲୀଳାବତୀ ହସ୍ପିଟାଲର ଚକ୍କର୍ କାଟୁଛନ୍ତି। ସାରାଙ୍କ ବାପା ସୈଫ ଜଣେ ମୁସଲିମ୍ ହୋଇଥିବାବେଳେ ମା’ ଅମୃତା ସିଂ ଜଣେ ହିନ୍ଦୁ। ଏହି କାରଣରୁ ସାରା ଉଭୟ ଧର୍ମରେ ବିଶ୍ୱାସ କରନ୍ତି। ସେ ବା ଭୋଳାନାଥଙ୍କର ଜଣେ ପରମ ଭକ୍ତ। ଏ କଥା କାହାକୁ ଅଛପା ନାହିଁ। କିନ୍ତୁ ଏପରି ଜଣେ ହସିନା ଅଛନ୍ତି ଯିଏକି ମୁସଲିମ୍ ଧର୍ମର । କିନ୍ତୁ ସେ ସାରାଙ୍କ ଠାରୁ ବି ଭୋଳାନାଥଙ୍କର ଜଣେ ବଡ଼ ଭକ୍ତ।
ଏହି ହସିନା, ମୁସଲିମ୍ ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ତାଙ୍କ ଧର୍ମକୁ ଆଦୌ ମାନନ୍ତି ନାହିଁ। ତାଙ୍କ ବୟସ ମାତ୍ର ୨୭ ବର୍ଷ ଏବଂ ୧୭୦ କୋଟି ଟଙ୍କାର ମାଲିକ ସେ। ତାଙ୍କର ଅଜବ ଡ୍ରେସିଂ ସେନ୍ସ ହେତୁ ସେ ଫ୍ୟାଶନ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଖାଲି ସେତିକି ନୁହେଁ ତାଙ୍କ ଡ୍ରେସିଂ ସେନ୍ସ ହେତୁ ସେ ଖୁବ୍ ଟ୍ରୋଲ ମଧ୍ୟ ହୁଅନ୍ତି।
ଆମେ କହୁଥିବା ହସିନା ଉର୍ଫି ଜାଭେଦଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି । ନିକଟରେ ଉର୍ଫି ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ ବାବା ଭୋଳାନାଥଙ୍କ ଦର୍ଶନ ପାଇଁ କୁର୍ତ୍ତା ପାଇଜାମା ପିନ୍ଧି ମନ୍ଦିରରେ ପହଞ୍ଚିଥିଲେ। ଉର୍ଫି କେବଳ ପୂଜାରେ ନୁହେଁ ବରଂ ଭଗବାନ ଶିବଙ୍କ ଭକ୍ତିରେ ଲୀନ ଥିବା ଦେଖାଯାଇଥିଲା। ଉର୍ଫିଙ୍କର ଏହି ଭିଡିଓ କାନାକୋଲାର ପାହାଡ ଉପରେ ଅବସ୍ଥିତ କାମ୍ବେଶ୍ୱର ମହାଦେବଙ୍କ ମନ୍ଦିରର । ଏହି ମନ୍ଦିର ବହୁତ ଉଚ୍ଚରେ ନିର୍ମିତ । ତେଣୁ, ଉର୍ଫି କାମ୍ବେଶ୍ୱର ମହାଦେବଙ୍କ ଦର୍ଶନ ପାଇବାକୁ ୪୦୦ ପାହାଚ ଚଢି ଉପରେ ପହଞ୍ଚିଥିଲେ। ସେ ପାହାଚ ଚଢିବାର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଯାହାକୁ ତାଙ୍କ ପ୍ରଶଂସକ ଖୁବ୍ ପସନ୍ଦ କରୁଛନ୍ତି।