ମୁମ୍ବାଇ, ୧୯/୧ : ବଲିଉଡ଼ ଅଭିନେତା ସୈଫ ଅଲୀ ଖାନଙ୍କୁ ୪ଦିନ ପୂର୍ବରୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରକାଶ ଯେ ଅଭିନେତାଙ୍କ ଉପରେ ଏକ ଅଜଣା ବ୍ୟକ୍ତି ତାଙ୍କ ଘରେ ଛୁରିରେ କେତେକ ଥର ଆକ୍ରମଣ କରିଥିଲେ । ସେହିଭଳି ଆଜି ତଥା ରବିବାର ସକାଳେ ସୈଫଙ୍କ ପୁଅ ତୈମୁର ଏବଂ ଜେହ ଅଲୀ ଖାନ ତାଙ୍କୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚିଥିଲେ ।
ତୈମୁର ଏବଂ ଜେହ ଅଲୀ ଖାନଙ୍କ ଏହି ଫଟୋ ମୁମ୍ବାଇର ଲୀଳାବତୀ ହସ୍ପିଟାଲର ଅଟେ । ଯେଉଁଠାରେ ତାଙ୍କ ବାପା ସୈଫ ଅଲୀ ଖାନା ଆଡମିଟ୍ ଅଛନ୍ତି । ତୈମୁର ଏବଂ ଜୈହ ରବିବାର ସକାଳେ ନିଜ ମା’ କରୀନା କପୁରଙ୍କ ସହ ବାପା ସୈଫଙ୍କୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚିଥିଲେ । ସେହିଭଳି ଉଭୟ ଯେତେବେଳେ ହସ୍ପିଟାଲରୁ ବାହାରକୁ ଆସୁଥିଲେ ସେତେବେଳେ ପାପାରାଜି ତାଙ୍କୁ ନିଜ କ୍ୟାମେରାରେ କଏଦ କରିଥିଲେ । ଏହି ସମୟରେ ଜେହ ନିଜ ନାନୀର କୋଳରେ ନଜର ଆସିଛନ୍ତି । ଏହି ଫଟୋରେ ତୈମୁର ନିଜ ନାନୀ ଏବଂ ହାଉସ ଷ୍ଟାଫଙ୍କ ସହ ବାହାରକୁ ବାହରିବାର ଦେଖାଯାଉଛନ୍ତି । ଯିଏ ବ୍ଲୁ କଲରର ଟି ସାର୍ଟ ପିନ୍ଧିଛନ୍ତି । ସେହିଭଳି ତୈମୁର ଏବଂ ଜେହଙ୍କ ବ୍ୟତୀତ ସୈଫ ଅଲୀ ଖାନଙ୍କ ବଡ଼ ଝିଅ ସାରା ଅଲୀ ଖାନ ବି ରବିବାର ସକାଳେ ହସ୍ପିଟାଲରେ ପହଞ୍ଚିଥିଲେ ।