ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଖୋର୍ଦ୍ଧାରେ ବାର୍ଡ ଫ୍ଲୁ ଆତଙ୍କ ! ମରୁଛନ୍ତି ଶହଶହ କୁକୁଡ଼ା, ଚିନ୍ତାରେ କୁକୁଡ଼ା ଚାଷୀ

ଟାଙ୍ଗୀ,୩୦/୦୮: ପିପିଲି ପରେ ଏବେ ଅନ୍ୟ ଜିଲ୍ଲାକୁ ବ୍ୟାପିବା ଆରମ୍ଭ କଲାଣି ବାର୍ଡ ଫ୍ଲୁ । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ଏକ କୁକୁଡ଼ା ଫାର୍ମରେ ମରୁଛନ୍ତି ଶହଶହ କୁକୁଡ଼ା । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବାର୍ଡ଼ ଫ୍ଲୁ ଚିହ୍ନଟ ପାଇଁ ପରୀକ୍ଷଣ କେନ୍ଦ୍ରକୁ ସାମ୍ପୁଲ ପଠାଯାଇଛି । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ସୁନ୍ଦରପୁର ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । 

ସୂଚନା ଅନୁଯାୟୀ, ରତିକାନ୍ତ ପରିଡ଼ା ସୁନ୍ଦରପୁର ଗ୍ରାମରେ ଏକ କୁକୁଡ଼ା ଫାର୍ମ କରିଛନ୍ତି । ସେ କୌଣସି ସରକାରୀ ଅନୁକମ୍ପା ନଆଣି କିମ୍ବା ସରକାରୀ ସାହାଯ୍ୟ ନଆଣି ନିଜର ବ୍ୟକ୍ତିଗତ ଅର୍ଥ ଓ ଧାରକରଜ କରି ନୂଆନୂଆ କୁକୁଡ଼ା ଫାର୍ମ କରିଛନ୍ତି । ଏଭଳି ସ୍ଥିତିରେ ଚିନ୍ତାର କାରଣ ସାଜିଛି ବାର୍ଡ ଫ୍ଲୁ । ରତିକାନ୍ତଙ୍କର ଏହି ଫାର୍ମରେ ମରୁଛନ୍ତି ଶହ ଶହ କୁକୁଡ଼ା । ତେବେ ଏହି କୁକୁଡ଼ାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏହି ଖବର ପାଇ ଟାଙ୍ଗୀ ପ୍ରାଣୀ ଚିକିତ୍ସାଳୟର କର୍ମୀ ଫାର୍ମରେ ପହଞ୍ଚିଛନ୍ତି । ସେଠାରେ ପହଞ୍ଚି କୁକୁଡ଼ାଙ୍କ ସାମ୍ପୁଲ କଲେକ୍ସନ କରିଛନ୍ତି । ବାର୍ଡ଼ ଫ୍ଲୁ ଚିହ୍ନଟ ପାଇଁ ପରୀକ୍ଷଣ କେନ୍ଦ୍ରକୁ ଏହି ସାମ୍ପୁଲ ପଠାଯାଇଛି । ଏନେଇ ଟାଙ୍ଗୀ ପ୍ରାଣୀ ଚିକିତ୍ସାଧିକାରୀ ଚନ୍ଦ୍ରମଣି ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।  

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.