ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଖୋର୍ଦ୍ଧା ବନଖଣ୍ଡ ରେଞ୍ଜ ଅଞ୍ଚଳରେ ଦନ୍ତା ହାତୀ ମୃତ, କାରଣ ଅସ୍ପଷ୍ଟ

ଟାଙ୍ଗୀ,୩୦/୦୮: ଖୋର୍ଦ୍ଧା ବନଖଣ୍ଡ ରେଞ୍ଜ ଅଞ୍ଚଳରେ ଆଉ ଏକ ଦନ୍ତାହାତୀ ମୃତ । ହାତୀଟିର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଟାଙ୍ଗୀ ରେଞ୍ଜ ଡମଣଭୂଇଁ ଅଞ୍ଚଳର ଭଣ୍ଡାରୀଝର ନିକଟରେ ଦନ୍ତାହାତୀର ମୃତ୍ୟୁ ହୋଇଛି । 

ସୂଚନା ଅନୁଯାୟୀ, ପ୍ରଥମେ ରାମୁ, ତାପରେ ମାମା ହାତୀର ମୃତ୍ୟୁ ଘଟିବା ପରେ ଏବେ ଆଉ ଏକ ଅଘଟଣ । ଖୋର୍ଦ୍ଧା ବନଖଣ୍ଡ ରେଞ୍ଜ ଅଞ୍ଚଳରେ ପ୍ରାଣ ହରାଇଲା ଆଉ ଏକ ଦନ୍ତା ହାତୀ । ହାତୀଟିର ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି । ଦନ୍ତା ହାତୀର ମୃତଦେହ ଟାଙ୍ଗୀ ରେଞ୍ଜ ଡମଣଭୂଇଁ ଅଞ୍ଚଳର ଭଣ୍ଡାରୀଝର ନିକଟରେ ପଡ଼ି ରହିଥିଲା । ଘଟଣାସ୍ଥଳରେ ବନବିଭାଗର କର୍ମଚାରୀ ପହଞ୍ଚି ହାତୀଟିର ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ହାତୀ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଇଲେକ୍ଟ୍ରି ତାର ବିଛାଇ ଦିଆଯାଇଥିଲା ନା' ବିଷ ପ୍ରୟୋଗ ଦ୍ୱାରା ହାତୀର ମୃତ୍ୟୁ ହୋଇଛି, ତାହା ମୃତ ଦନ୍ତାହାତୀର ବ୍ୟବଛେଦ ପରେ ସ୍ପଷ୍ଟ ହେବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି । ଅନ୍ୟପଟରେ ଟାଙ୍ଗୀ ବନବିଭାଗ ରେଞ୍ଜ ଇଲାକାରେ ଏବେ ୪୦ରୁ ଉର୍ଦ୍ଧ୍ୱ ହାତୀ ଅଛନ୍ତି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଟାଙ୍ଗୀ ବନବିଭାଗ ରେଞ୍ଜ ଅଞ୍ଚଳରେ ହାତୀଙ୍କୁ ସୁରକ୍ଷା ଦେବାରେ ଟାଙ୍ଗୀ ବନବିଭାଗ ଫେଲ ହୋଇଛି  ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.