ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଜାପାନ ଉପକୂଳରେ ଆମେରିକା ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ସମସ୍ତ ୮ ଲୋକ ନିଖୋଜ...

ନୂଆଦିଲ୍ଲୀ: ଦକ୍ଷିଣ ଜାପାନର ଏକ ଦ୍ୱୀପ ନିକଟରେ ଆଜି (ବୁଧବାର) ଆମେରିକାର ଏକ ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଏଫପି (AFP) ରିପୋର୍ଟ ଅନୁଯାୟୀ, ଦୁର୍ଘଟଣା ସମୟରେ ବିମାନରେ ୮ ଜଣ ଲୋକ ଥିଲେ । ଏହି ଦୁର୍ଘଟଣା ସମ୍ପର୍କରେ ଜାପାନ କୋଷ୍ଟଗାର୍ଡ କହିଛି ଯେ, ଆଠ ଜଣଙ୍କୁ ନେଇ ଯାଉଥିବା ଆମେରିକୀୟ ଓସପ୍ରେ ସାମରିକ ବିମାନ ଦ୍ୱୀପ ଉପକୂଳରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡିଛି । 

ଜଣେ ଆଞ୍ଚଳିକ ତଟରକ୍ଷୀ ବାହିନୀ ମୁଖପାତ୍ର ଏନବିସି ନ୍ୟୁଜକୁ ନିଶ୍ଚିତ କରିଛନ୍ତି ଯେ, ବିମାନଟି ୟକୁଶିମା ନିକଟ ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯାହାକି ଦେଶର ଦକ୍ଷିଣତମ ମୁଖ୍ୟ ଦ୍ୱୀପ । ମୁଖପାତ୍ର କହିଛନ୍ତି ଯେ, ବିମାନଟି ଆମେରିକା ସୈନ୍ୟବାହିନୀର ଅଟେ, କିନ୍ତୁ ଦୁର୍ଘଟଣା ସମୟରେ ବିମାନଟି କେଉଁଠାରେ ଥିଲା ସେ କହିପାରିବେ ନାହିଁ। ଏହା ସହିତ ସେ କହିଛନ୍ତି ଯେ ବିମାନର ଅବସ୍ଥା କିମ୍ବା ବିମାନରେ ଥିବା ଅନ୍ୟ ଲୋକଙ୍କ ସମ୍ପର୍କରେ କୌଣସି ସୂଚନା ନାହିଁ । 

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ଆମେ ଅପରାହ୍ନ ୨.୪୭ରେ ସୂଚନା ପାଇଛୁ ଯେ, ଆମେରିକାର ସେନାର ଓସପ୍ରେ ୟାକୁସିମା ଦ୍ୱୀପରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ରିପୋର୍ଟ ଅନୁଯାୟୀ, ଘଟଣାସ୍ଥଳରେ ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀ ମାନେ କହିଛନ୍ତି ଯେ ଦୁର୍ଘଟଣା ସମୟରେ ବିମାନର ବାମ ପାର୍ଶ୍ୱରେ ନିଆଁ ଲାଗିଯାଇଥିଲା । ଏଭଳି ପରିସ୍ଥିତିରେ ବିମାନଟି ଖସିପଡିବା ସମୟରେ ଭୟଭୀତ ଦେଖାଯାଉଥିଲା । ଜାପାନର ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ଘଟଣାରେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଜଣେ ବ୍ୟକ୍ତିଙ୍କୁ ପାଇଛନ୍ତି । ଏହି ମତ୍ସ୍ୟଜୀବୀ ମାନେ ବର୍ତ୍ତମାନ ସର୍ଚ୍ଚ ଅପରେସନରେ ଉପକୂଳ ରକ୍ଷକମାନଙ୍କୁ ସାହାଯ୍ୟ କରୁଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.