ପ୍ରମୂଖ ଖବର
  • ଉପକୂଳ ମୁହାଁ ଦାନା, ପାରାଦୀପ ଠାରୁ ୧୦୦ କି.ମି ଦୂରରେ ରହିଛି
  • ||
  • ଉଦଳା : ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ, ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇବା ଉପରେ ଦେଲେ ଗୁରୁତ୍ତ୍ୱ
  • ||
  • ବାତ୍ୟା ଆଶ୍ରୟସ୍ଥଳୀ ଅଚାନକ ପରିଦର୍ଶନ କଲେ ବାଲେଶ୍ୱର ସାଂସଦ
  • ||
  • ସାଲେପୁର : ଭଙ୍ଗା ଚାଳଛପର ଘରୁ ୭୦ ବର୍ଷର ବୃଦ୍ଧା ଉଦ୍ଧାର, ସୁରକ୍ଷିତ ସ୍ଥାନକୁ ନେଉଛନ୍ତି ପୋଲିସ ଏବଂ ଯବାନ
  • ||
  • ହିନ୍ଦୋଳ : ପଟାଳୁ ଗ୍ରାମରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ଚାଲିଗଲା ମହିଳାଙ୍କ ଜୀବନ
  • ||
  • ଆସୁଛି ବାତ୍ୟା 'ଦାନା', ଚନ୍ଦ୍ରଭାଗାରେ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ ଓ ଏସପି
  • ||
  • ବଲାଙ୍ଗୀର : ଜଙ୍ଗଲରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ବାଙ୍କୀ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼; ୨ ଗିରଫ, ୪ ଫେରାର
  • ||
  • ବର୍ଡର-ଗାଭାସ୍କର ଟ୍ରଫି: ନିତିଶଙ୍କୁ ମିଳିପାରେ ଦଳରେ ସୁଯୋଗ, ଖୁବ୍‌ଶୀଘ୍ର ଦଳ ଘୋଷଣା
  • ||
  • ସାଲେପୁର : ଆଗ୍ନିକାଣ୍ଡରେ ଜଳିଗଲା ଗହଣା ଦୋକାନ, ୧୫ ଲକ୍ଷ ଟଙ୍କାର ସୁନାରୂପା ଅଳଙ୍କାର ପୋଡ଼ି ପାଉଁଶ
  • ||
  • ବାତ୍ୟା 'ଦାନା'ର ପ୍ରଭାବ, କୋଣାର୍କ ଓ ଚନ୍ଦ୍ରଭାଗା ପର୍ଯ୍ୟଟକ ଶୂନ୍ୟ
  • ||
  • ଚନ୍ଦକା ମେଣ୍ଢାଶାଳ ଅଞ୍ଚଳରେ ହତ୍ୟାକାଣ୍ଡ; ଭିଣୋଇର ଭୁଜାଲି ଚୋଟରେ ଶଳା ମୃତ, ୩ ଗୁରୁତର
  • ||
  • ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା: ଷଷ୍ଠକୁ ଉଠିଲେ ପନ୍ତ, ଶ୍ରେଷ୍ଠ ୧୦ରେ ୩ ଭାରତୀୟ
  • ||
  • ବାତ୍ୟା 'ଦାନା' ଆତଙ୍କ: ବର୍ଷା, ପବନ ଜୋର ହେଲେ ୨୪, ୨୫ରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ
  • ||
  • କେନ୍ଦ୍ରାପଡ଼ା : ବାତ୍ୟା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ, ୨୫ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର
  • ||
  • ବାତ୍ୟା ପାଇଁ ଆଠଗଡ଼ ପରିବା ବଜାରରେ ଲୋକଙ୍କ ଭିଡ଼, କିଣି ନେଉଛନ୍ତି ବ୍ୟାଗ୍ ବ୍ୟାଗ୍ ପରିବା
  • ||
  • ସତର୍କତାମୂଳକ ପଦକ୍ଷେପ ନେଲା ଶ୍ରୀମନ୍ଦିର ପ୍ରଶାସନ, ବାତ୍ୟା ପାଇଁ ଅଧିକାରୀ ଏବଂ କର୍ମଚାରୀଙ୍କୁ ସଜାଗ ରହିବାକୁ ତାଗିଦ୍‌
  • ||

ଅଢେଇ ବର୍ଷ ହେବ ଯୁଦ୍ଧରେ ୟୁକ୍ରେନ୍‌ର ହ୍ରାସ ପାଇଲେଣି ୧ କୋଟି ଲୋକ, ଚିନ୍ତା ପ୍ରକାଶ କଲା ଜାତିସଂଘ

ନୂଆଦିଲ୍ଲୀ,୨୪।୧୦: ଋଷ ଓ ୟୁକ୍ରେନ୍ ଭିତରେ ଆରମ୍ଭ ହୋଇଥିବା ଯୁଦ୍ଧ ଦୁଇ ବର୍ଷରୁ ଅଧିକ ସମୟ ବିତିସାରିଛି। ଅନ୍ତର୍ଜାତୀୟ ସ୍ତରରେ ଏହା ବର୍ତ୍ତମାନ ସବୁଠାରୁ ବଡ ଚିନ୍ତାର ବିଷୟ। ଏବେ ଯୁଦ୍ଧକୁ ନେଇ ଏଭଳି ଏକ    ଡାଟା ଆସିଛି, ଯାହାକୁ ନେଇ ଜାତିସଂଘ ଚିନ୍ତା ପ୍ରକାଶ କରିଛି। ମଙ୍ଗଳବାର ଜାତିସଂଘ ପକ୍ଷରୁ କୁହାଯାଇଛି ଏହି ଦୁଇ ବର୍ଷରେ ୟୁକ୍ରେନର ଜନସଂଖ୍ୟା କମି ଯାଇଛି ଓ ୨୦୧୪ରୁ ଏପର୍ଯ୍ୟନ୍ତ ୧ କୋଟି ଲୋକ କମ୍ ହୋଇଯାଇଛନ୍ତି।

ଋଷ ପ୍ରଥମ ଥର ୨୦୧୪ରେ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା। ଇଷ୍ଟର୍ଣ୍ଣ ୟୁରୋପ ଆଣ୍ଡ ସେଣ୍ଟ୍ରାଲ ଏସିଆ ପାଇଁ ୟୁଏନ୍‌ ପପୁଲେସନ୍‌ ଫଣ୍ଡର ରିଜନାଲ ଡାଇରେକ୍ଟର ଫ୍ଲୋରେସ୍ ବାଉର କହିଛନ୍ତି, ୨୦୧୪ ରୁ ଏପର୍ଯ୍ୟନ୍ତ ପୁରା ୟୁକ୍ରେନର ଜନସଂଖ୍ୟା ୧ କୋଟି ହ୍ରାସ ପାଇଛି। ସେଭଳି ୨୦୨୨ ଆକ୍ରମଣ ପରେ କେବଳ ଦୁଇ ବର୍ଷରେ ଜନସଂଖ୍ୟାରେ ୮୦ଲକ୍ଷ ହ୍ରାସ ପାଇଛି। ତେବେ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଏହି ସଂଖ୍ୟା ଜନଗଣନାରୁ ନିଆଯାଇ ନାହିଁ। ଏହି ସମୟରେ ୟୁକ୍ରେନ୍‌ରେ  ଜନଗଣନା ହୋଇନାହିଁ।

ୟୁଏନ୍ ପପୁଲେସନ ଫଣ୍ଡ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ କହିଛି ୨୦୧୪ ରୁ ୟୁକ୍ରେନ୍‌ର ଜନସଂଖ୍ୟା  ୪ କୋଟି ୫୦ ଲକ୍ଷ ଥିଲା। ସେତେବେଳେ ଋଷ କେବଳ କ୍ରିମିୟା ଉପରେ କବଜା କରିଥିଲା, କିନ୍ତୁ ଫେବୃଆରୀ ୨୦୨୨ ରେ ଋଷର ଆକ୍ରମଣ ବଡ଼ ସ୍ତରରେ ହୋଇଥିଲା। ଏଥିରେ ପୁରା ୟୁକ୍ରେନ୍ ଉପରେ ଆକ୍ରମଣ ହୋଇଥିଲା ସେତେବେଳେ ଜନସଂଖ୍ୟା ହ୍ରାସ ପାଇ ୪ କୋଯି ୩୦ ଲକ୍ଷ ହୋଇଯାଇଥିଲା, କିନ୍ତୁ ୨୦୨୪ ପର୍ଯ୍ୟନ୍ତ ଏହି ସଂଖ୍ୟା ୩ କୋଟି ୫୦ ଲକ୍ଷରେ ପହଁଞ୍ଚି ଯାଇଥିଲା। ଫ୍ଲୋରେସ୍‌ ବାଉର ସାମ୍ବାଦିକଙ୍କୁ କହିଛନ୍ତି, ଜନସଂଖ୍ୟାରେ ଏଭଳି ପରିବର୍ତ୍ତନ ପାଇଁ ବହୁ ଫାକ୍ଟର ଦାୟୀ। ବାର୍ଥ ରେଟ୍‌ ଓ ପଳାୟନ ଜନସଂଖ୍ରା ହ୍ରାସର ମୁଖ୍ୟ କାରଣ। ସେ କହିଛନ୍ତି, ୟୁକ୍ରେନ୍‌ ସବୁଠାରୁ କମ୍ ବାର୍ଥ ରେଟ୍ ଥିବା ୟୁରୋପୀୟ ଦେଶ ମଧ୍ୟରୁ ଅନ୍ୟତମ। ଏଠାରେ ହାରାହାରି ଜଣେ ମହିଳା କେବଳ ଗୋଟିଏ ସନ୍ତାନ ଜନ୍ମ କରନ୍ତି। ସେଠାରେ ପୁରା ଦୁନିଆରେ ସବୁଠାରୁ କମ୍ ବାର୍ଥ ରେଟ୍। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.