ପ୍ରମୂଖ ଖବର
  • ଉପକୂଳ ମୁହାଁ ଦାନା, ପାରାଦୀପ ଠାରୁ ୧୦୦ କି.ମି ଦୂରରେ ରହିଛି
  • ||
  • ଉଦଳା : ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ, ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇବା ଉପରେ ଦେଲେ ଗୁରୁତ୍ତ୍ୱ
  • ||
  • ବାତ୍ୟା ଆଶ୍ରୟସ୍ଥଳୀ ଅଚାନକ ପରିଦର୍ଶନ କଲେ ବାଲେଶ୍ୱର ସାଂସଦ
  • ||
  • ସାଲେପୁର : ଭଙ୍ଗା ଚାଳଛପର ଘରୁ ୭୦ ବର୍ଷର ବୃଦ୍ଧା ଉଦ୍ଧାର, ସୁରକ୍ଷିତ ସ୍ଥାନକୁ ନେଉଛନ୍ତି ପୋଲିସ ଏବଂ ଯବାନ
  • ||
  • ହିନ୍ଦୋଳ : ପଟାଳୁ ଗ୍ରାମରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ଚାଲିଗଲା ମହିଳାଙ୍କ ଜୀବନ
  • ||
  • ଆସୁଛି ବାତ୍ୟା 'ଦାନା', ଚନ୍ଦ୍ରଭାଗାରେ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ ଓ ଏସପି
  • ||
  • ବଲାଙ୍ଗୀର : ଜଙ୍ଗଲରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ବାଙ୍କୀ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼; ୨ ଗିରଫ, ୪ ଫେରାର
  • ||
  • ବର୍ଡର-ଗାଭାସ୍କର ଟ୍ରଫି: ନିତିଶଙ୍କୁ ମିଳିପାରେ ଦଳରେ ସୁଯୋଗ, ଖୁବ୍‌ଶୀଘ୍ର ଦଳ ଘୋଷଣା
  • ||
  • ସାଲେପୁର : ଆଗ୍ନିକାଣ୍ଡରେ ଜଳିଗଲା ଗହଣା ଦୋକାନ, ୧୫ ଲକ୍ଷ ଟଙ୍କାର ସୁନାରୂପା ଅଳଙ୍କାର ପୋଡ଼ି ପାଉଁଶ
  • ||
  • ବାତ୍ୟା 'ଦାନା'ର ପ୍ରଭାବ, କୋଣାର୍କ ଓ ଚନ୍ଦ୍ରଭାଗା ପର୍ଯ୍ୟଟକ ଶୂନ୍ୟ
  • ||
  • ଚନ୍ଦକା ମେଣ୍ଢାଶାଳ ଅଞ୍ଚଳରେ ହତ୍ୟାକାଣ୍ଡ; ଭିଣୋଇର ଭୁଜାଲି ଚୋଟରେ ଶଳା ମୃତ, ୩ ଗୁରୁତର
  • ||
  • ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା: ଷଷ୍ଠକୁ ଉଠିଲେ ପନ୍ତ, ଶ୍ରେଷ୍ଠ ୧୦ରେ ୩ ଭାରତୀୟ
  • ||
  • ବାତ୍ୟା 'ଦାନା' ଆତଙ୍କ: ବର୍ଷା, ପବନ ଜୋର ହେଲେ ୨୪, ୨୫ରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ
  • ||
  • କେନ୍ଦ୍ରାପଡ଼ା : ବାତ୍ୟା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ, ୨୫ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର
  • ||
  • ବାତ୍ୟା ପାଇଁ ଆଠଗଡ଼ ପରିବା ବଜାରରେ ଲୋକଙ୍କ ଭିଡ଼, କିଣି ନେଉଛନ୍ତି ବ୍ୟାଗ୍ ବ୍ୟାଗ୍ ପରିବା
  • ||
  • ସତର୍କତାମୂଳକ ପଦକ୍ଷେପ ନେଲା ଶ୍ରୀମନ୍ଦିର ପ୍ରଶାସନ, ବାତ୍ୟା ପାଇଁ ଅଧିକାରୀ ଏବଂ କର୍ମଚାରୀଙ୍କୁ ସଜାଗ ରହିବାକୁ ତାଗିଦ୍‌
  • ||

ହିଜବୁଲ୍ଲା ପାଇଁ କାଳ ସାଜିଛି ଇସ୍ରାଏଲର ସ୍ମାର୍ଟ ବୋମା , କ୍ଷଣିକରେ ମାଟିରେ ମିଶୁଛି ଲେବାନରର ସୁଉଚ୍ଚ ବିଲ୍ଡିଂ

ନୂଆଦିଲ୍ଲୀ : ଲେବାନନରେ ଲଗାତାର ହିଜବୁଲ୍ଲାର ଠିକଣା ଗୁଡ଼ିକୁ ଟାର୍ଗେଟ୍‌ କରୁଛି ଇସ୍ରାଏଲ। ଇସ୍ରାଏଲର ବାୟୁସେନା ଲଗାତାର ଲେବାନନର ରାଜଧାନୀ ବେରୁତ ଓ ଅନ୍ୟ ସହରରେ ବୋମା ବର୍ଷା କରୁଛି। ନିକଟରେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି , ଯେଉଁଥିରେ ଏକ ଇସ୍ରାଏଲୀୟ ବୋମାରୁ ଏକ ଉଚ୍ଚ ବିଲ୍ଡିଂ କିଛି କ୍ଷଣରେ ମାଟିରେ ମିଶି ଯାଇଛି। ଏହି ବିସ୍ଫୋରଣ ହେବାର ଠିକ୍‌ ପୂର୍ବରୁ ଏକ ଫଟୋରେ ବିଲ୍ଡିଂକୁ ଉଡ଼ାଇବାର ବୋମାର ଏକ ଫଟୋ ସାମନାକୁ ଆସିଛି, ଯେଉଁଥିରେ ଏକ ଗ୍ରେ କଲରର ବୋମା ବିଲ୍ଡିଂରେ ମାଡ଼ ହେବାର ଦେଖିବାକୁ ମିଳୁଛି। 

ନ୍ୟୁଜ୍ ଏଜେନ୍ସିର କ୍ୟାମେରାରେ କଏଦ ହୋଇଥିବା ଫଟୋରେ ନଜର ଆସୁଥିବା ଗ୍ରେ କଲରର ବୋମାକୁ ବିଶେଷଜ୍ଞ ଇସ୍ରାଏଲ ଶାସ୍ତ୍ରଗାରର ସବୁଠୁ ଶକ୍ତଶାଳୀ ବିସ୍ଫୋରକ ମଧ୍ୟରୁ ଗୋଟିଏ ବୋଲି କହୁଛନ୍ତି। ଏହି ଦୁଇଟି ବିଲ୍ଡିଂ ଉପରେ ହମଲା କରିବାର ୪୦ ମିନିଟ୍‌ ପୂର୍ବରୁ ଇସ୍ରାଏଲ ସେଗୁଡ଼ିକୁ ଖାଲି କରିବାକୁ ଚେତାବନୀ ଦେଇଥିଲା। ଇସ୍ରାଏଲରର ଅଭିଯୋଗ ଥିଲାକି ଏହି ସବୁ ବିଲ୍ଡିଂରେ ହିଜବୁଲ୍ଲାର କବଜା ଥିଲା।

ଆସନ୍ତୁ ଜାଣିବା ଏହି ସ୍ମାର୍ଟ ବୋମା କଣ ?

ଇସ୍ରାଏଲ ଯେଉଁ ବିସ୍ଫୋରକର ବ୍ୟବହାର ଲେବାନନରେ କରୁଛି ତାକୁ ସ୍ମାର୍ଟ ବୋମା କୁହାଯାଉଛି। ସ୍ୱତନ୍ତ୍ର ଭାବେ ଅସ୍ତ୍ରଶସ୍ତ୍ର ଯାଞ୍ଚ କରୁଥିବା ଗବେଷକମାନେ ଏହି ବିଷୟରେ କହିଛନ୍ତି ଯେ ବିଲ୍ଡିଂକୁ ଖସାଇବା ପାଇଁ ବ୍ୟବହାର କରାଯାଇ ଥିବା ଅସ୍ତ୍ର ଏକ ଗାଇଡେଡ୍ ବୋମା ଥିଲା , ଯାହାକୁ ସ୍ମାର୍ଟ ବୋମା ମଧ୍ୟ କୁହାଯାଏ , ଯାହାକୁ ଏକ ଇସ୍ରାଏଲୀୟ ଜେଟ୍‌ରୁ ଲଞ୍ଚ କରାଯାଇ ଥିଲା। 

ମାନବାଧିକାର ସଙ୍ଗଠନର ଅସ୍ତ୍ରଶସ୍ତ୍ରର ଗବେଷକ ରିଚର୍ଡ ଫିନ୍‌ କହିଛନ୍ତି - ଅସ୍ତ୍ରଶସ୍ତ୍ରର ହେଡ୍‌ ଦର୍ଶାଉଛି ଯେ , ଏହା ୨୦୦୦ ପାଉଣ୍ଡର ଅସ୍ତ୍ର ଥିଲା, ଯାହା ଇସ୍ରାଏଲ ନିର୍ମିତ ଗାଇଡେଡ୍‌ କିଟ୍‌(ଯାହାକି ସ୍ପାଇସ୍‌ ନାମରେ ଜଣାଯାଉ ଥିଲା) ରେ ସଜ୍ଜିତ ଥିଲା। ସ୍ପାଇସ୍‌-ସ୍ମାର୍ଟ , ସଠିକ୍‌-ପ୍ରଭାବ ଓ କଷ୍ଟ୍‌ ଇଫେକ୍ଟିଭ୍‌ ଗାଇଣ୍ଡେନ୍ସ ପ୍ରଣାଳୀ ଇସ୍ରାଏଲ ସରକାରର ମାଲିକାନାର ରାଫେଲ ଆଡଭାନ୍ସ ଡିଫେନ୍ସ ସିଷ୍ଟମସ ଦ୍ୱାରା ନିର୍ମିତ କରାଯାଇଛି। ଏହି ହତିଆରକୁ ଏହାର ଲକ୍ଷ୍ୟ ସ୍ଥଳ ଯାଏ ଗାଇଡ୍‌ କରିବା ପାଇଁ ବୋମାରେ ଯୋଡ଼ି ଦିଆ ଯାଏ।

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.