ପ୍ରମୂଖ ଖବର
  • ଉପକୂଳ ମୁହାଁ ଦାନା, ପାରାଦୀପ ଠାରୁ ୧୦୦ କି.ମି ଦୂରରେ ରହିଛି
  • ||
  • ଉଦଳା : ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ, ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇବା ଉପରେ ଦେଲେ ଗୁରୁତ୍ତ୍ୱ
  • ||
  • ବାତ୍ୟା ଆଶ୍ରୟସ୍ଥଳୀ ଅଚାନକ ପରିଦର୍ଶନ କଲେ ବାଲେଶ୍ୱର ସାଂସଦ
  • ||
  • ସାଲେପୁର : ଭଙ୍ଗା ଚାଳଛପର ଘରୁ ୭୦ ବର୍ଷର ବୃଦ୍ଧା ଉଦ୍ଧାର, ସୁରକ୍ଷିତ ସ୍ଥାନକୁ ନେଉଛନ୍ତି ପୋଲିସ ଏବଂ ଯବାନ
  • ||
  • ହିନ୍ଦୋଳ : ପଟାଳୁ ଗ୍ରାମରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ଚାଲିଗଲା ମହିଳାଙ୍କ ଜୀବନ
  • ||
  • ଆସୁଛି ବାତ୍ୟା 'ଦାନା', ଚନ୍ଦ୍ରଭାଗାରେ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ ଓ ଏସପି
  • ||
  • ବଲାଙ୍ଗୀର : ଜଙ୍ଗଲରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ବାଙ୍କୀ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼; ୨ ଗିରଫ, ୪ ଫେରାର
  • ||
  • ବର୍ଡର-ଗାଭାସ୍କର ଟ୍ରଫି: ନିତିଶଙ୍କୁ ମିଳିପାରେ ଦଳରେ ସୁଯୋଗ, ଖୁବ୍‌ଶୀଘ୍ର ଦଳ ଘୋଷଣା
  • ||
  • ସାଲେପୁର : ଆଗ୍ନିକାଣ୍ଡରେ ଜଳିଗଲା ଗହଣା ଦୋକାନ, ୧୫ ଲକ୍ଷ ଟଙ୍କାର ସୁନାରୂପା ଅଳଙ୍କାର ପୋଡ଼ି ପାଉଁଶ
  • ||
  • ବାତ୍ୟା 'ଦାନା'ର ପ୍ରଭାବ, କୋଣାର୍କ ଓ ଚନ୍ଦ୍ରଭାଗା ପର୍ଯ୍ୟଟକ ଶୂନ୍ୟ
  • ||
  • ଚନ୍ଦକା ମେଣ୍ଢାଶାଳ ଅଞ୍ଚଳରେ ହତ୍ୟାକାଣ୍ଡ; ଭିଣୋଇର ଭୁଜାଲି ଚୋଟରେ ଶଳା ମୃତ, ୩ ଗୁରୁତର
  • ||
  • ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା: ଷଷ୍ଠକୁ ଉଠିଲେ ପନ୍ତ, ଶ୍ରେଷ୍ଠ ୧୦ରେ ୩ ଭାରତୀୟ
  • ||
  • ବାତ୍ୟା 'ଦାନା' ଆତଙ୍କ: ବର୍ଷା, ପବନ ଜୋର ହେଲେ ୨୪, ୨୫ରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ
  • ||
  • କେନ୍ଦ୍ରାପଡ଼ା : ବାତ୍ୟା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ, ୨୫ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର
  • ||
  • ବାତ୍ୟା ପାଇଁ ଆଠଗଡ଼ ପରିବା ବଜାରରେ ଲୋକଙ୍କ ଭିଡ଼, କିଣି ନେଉଛନ୍ତି ବ୍ୟାଗ୍ ବ୍ୟାଗ୍ ପରିବା
  • ||
  • ସତର୍କତାମୂଳକ ପଦକ୍ଷେପ ନେଲା ଶ୍ରୀମନ୍ଦିର ପ୍ରଶାସନ, ବାତ୍ୟା ପାଇଁ ଅଧିକାରୀ ଏବଂ କର୍ମଚାରୀଙ୍କୁ ସଜାଗ ରହିବାକୁ ତାଗିଦ୍‌
  • ||

ଫିଲିପାଇନ୍ସରେ ବାତ୍ୟା ‘ଟ୍ରାମି’ର ତାଣ୍ଡବ; ୨୬ ମୃତ. ଦେଢ଼ ଲକ୍ଷ ଲୋକ ପ୍ରଭାବିତ

Image Courtesy: alarabiya

ନୂଆଦିଲ୍ଲୀ: ଫିଲିପାଇନ୍ସରେ ତାଣ୍ଡବ ରଚିଛି ବାତ୍ୟା ଟ୍ରାମି । ବାତ୍ୟା ପ୍ରଭାବରେ ପ୍ରାୟ ୨୬ ଜଣଙ୍କ ଜୀବନ ଯାଇଥବା ବେଳେ ଅନେକ ଗୁରୁତର ହୋଇଛନ୍ତି । ଦେଢ଼ ଲକ୍ଷ ଲୋକ ନିଜ ଘରଦ୍ବାର ଛାଡ଼ି ବାତ୍ୟା ଆଶ୍ରୟସ୍ଥଳରେ ରହିଛନ୍ତି । ବାତ୍ୟା ଟ୍ରାମି ଲ୍ୟାଣ୍ଡଫଲ କରିବା ପରେ ପ୍ରବଳ ବର୍ଷ ଲାଗିରହିଛି । ଏଥିଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଥିବା ନେଇ ସୂଚନା ମିଳିଛି । ବାତ୍ୟା ପରବର୍ତ୍ତୀ ବନ୍ୟାରେ ରାସ୍ତା ସବୁ ଧୋଇଯାଇଥିବା ବେଳେ କାର, ବସ ଆଦି ଭାସିଯାଇଛି । 

ବାତ୍ୟାର ଭୟାବହତାକୁ ଦୃଷ୍ଟିରେ ରଖି ସ୍କୁଲ ଏବଂ କଲେଜ ବନ୍ଦ ରହିଛି ।  ଫିଲିପାଇନ୍ସର ପୂର୍ବ ତଟରେ ବାତ୍ୟା ଟ୍ରାମି ମାଡ଼ ହେବା ପରେ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି । ଲକ୍ଷାଧିକ ଲୋକଙ୍କୁ ଉଦ୍ଧାର ଲାଗି ପ୍ରଶାସନ ଚେଷ୍ଟା ଜାରି ରଖିଛି । ଜୀବନ ବିକଳରେ ଘରର ଛାତ ଉପରେ ରହିଯାଇଥିବା ଲୋକମାନଙ୍କୁ ମୋଟର ବୋଟ୍‌ ଦ୍ବାରା ଶୁଖିଲା ସ୍ଥାନକୁ ନିଆଯାଉଛି । ଏବେ ବି ଫିଲିପାଇନ୍ସର କେତେକ ସ୍ଥାନରେ ୯୦ କିଲୋମିଟର ଏବଂ ତାଠୁ ଅଧିକ ବେଗରେ ପବନ ପ୍ରବାହିତ ହେଉଛି । 

ବନ୍ୟା ଏବଂ ଭୂସ୍ଖଳନ ଦ୍ବାରା ବେଶୀ ପ୍ରଭାବିତ ହୋଇଛି ବିକୋଲ ପ୍ରଦେଶ । ଅଧିକାଂଶ ଲୋକ ବନ୍ୟା ପାଣିରେ ଭାସିଯାଇ ମୃତ୍ୟୁବରଣ କରିଛନ୍ତି ।  ବାତ୍ୟା ଟ୍ରାମି ଦ୍ବାରା ପ୍ରଭାବିତ ଲୋକଙ୍କ ସଂଖ୍ୟା ଖୁବ ଅଧିକ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଛି । ତୁରନ୍ତ ଯେଉଁମାନଙ୍କୁ ଉଦ୍ଧାର କରାଯାଇ ପାରିବ ନାହିଁ ସେମାନଙ୍କ ପାଖକୁ ଖାଦ୍ୟ ଏବଂ ପାନୀୟ ପଠାଯାଉଛି । ବର୍ଷା ଲାଗି ରହଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । 

ଏହା ପୂର୍ବରୁ ସେପ୍ଟେମ୍ବରରେ ବାତ୍ୟା ୟାଗି ଫିଲିପାଇନ୍ସକୁ ଧ୍ବସ୍ତ ବିଧ୍ବସ୍ତ କରିପକାଇଥିଲା । ପ୍ରତିବର୍ଷ ଫିଲିପାଇନ୍ସ ପ୍ରାୟ ୨୦ଟି ଛୋଟ ବଡ଼ ବାତ୍ୟାର ସମ୍ମୁଖୀନ ହେଉଛି । ୨୦୧୩ରେ ଟାଇଫୁନ୍‌ ହେୟାନ୍‌ ଯୋଗୁ ୭୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହି ବାତ୍ୟା ଅନେକ ଗାଁକୁ ଧ୍ବଂସ କରିଦେଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.