ପ୍ରମୂଖ ଖବର
  • ଉପକୂଳ ମୁହାଁ ଦାନା, ପାରାଦୀପ ଠାରୁ ୧୦୦ କି.ମି ଦୂରରେ ରହିଛି
  • ||
  • ଉଦଳା : ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ, ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇବା ଉପରେ ଦେଲେ ଗୁରୁତ୍ତ୍ୱ
  • ||
  • ବାତ୍ୟା ଆଶ୍ରୟସ୍ଥଳୀ ଅଚାନକ ପରିଦର୍ଶନ କଲେ ବାଲେଶ୍ୱର ସାଂସଦ
  • ||
  • ସାଲେପୁର : ଭଙ୍ଗା ଚାଳଛପର ଘରୁ ୭୦ ବର୍ଷର ବୃଦ୍ଧା ଉଦ୍ଧାର, ସୁରକ୍ଷିତ ସ୍ଥାନକୁ ନେଉଛନ୍ତି ପୋଲିସ ଏବଂ ଯବାନ
  • ||
  • ହିନ୍ଦୋଳ : ପଟାଳୁ ଗ୍ରାମରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ଚାଲିଗଲା ମହିଳାଙ୍କ ଜୀବନ
  • ||
  • ଆସୁଛି ବାତ୍ୟା 'ଦାନା', ଚନ୍ଦ୍ରଭାଗାରେ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ ଓ ଏସପି
  • ||
  • ବଲାଙ୍ଗୀର : ଜଙ୍ଗଲରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ବାଙ୍କୀ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼; ୨ ଗିରଫ, ୪ ଫେରାର
  • ||
  • ବର୍ଡର-ଗାଭାସ୍କର ଟ୍ରଫି: ନିତିଶଙ୍କୁ ମିଳିପାରେ ଦଳରେ ସୁଯୋଗ, ଖୁବ୍‌ଶୀଘ୍ର ଦଳ ଘୋଷଣା
  • ||
  • ସାଲେପୁର : ଆଗ୍ନିକାଣ୍ଡରେ ଜଳିଗଲା ଗହଣା ଦୋକାନ, ୧୫ ଲକ୍ଷ ଟଙ୍କାର ସୁନାରୂପା ଅଳଙ୍କାର ପୋଡ଼ି ପାଉଁଶ
  • ||
  • ବାତ୍ୟା 'ଦାନା'ର ପ୍ରଭାବ, କୋଣାର୍କ ଓ ଚନ୍ଦ୍ରଭାଗା ପର୍ଯ୍ୟଟକ ଶୂନ୍ୟ
  • ||
  • ଚନ୍ଦକା ମେଣ୍ଢାଶାଳ ଅଞ୍ଚଳରେ ହତ୍ୟାକାଣ୍ଡ; ଭିଣୋଇର ଭୁଜାଲି ଚୋଟରେ ଶଳା ମୃତ, ୩ ଗୁରୁତର
  • ||
  • ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା: ଷଷ୍ଠକୁ ଉଠିଲେ ପନ୍ତ, ଶ୍ରେଷ୍ଠ ୧୦ରେ ୩ ଭାରତୀୟ
  • ||
  • ବାତ୍ୟା 'ଦାନା' ଆତଙ୍କ: ବର୍ଷା, ପବନ ଜୋର ହେଲେ ୨୪, ୨୫ରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ
  • ||
  • କେନ୍ଦ୍ରାପଡ଼ା : ବାତ୍ୟା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ, ୨୫ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର
  • ||
  • ବାତ୍ୟା ପାଇଁ ଆଠଗଡ଼ ପରିବା ବଜାରରେ ଲୋକଙ୍କ ଭିଡ଼, କିଣି ନେଉଛନ୍ତି ବ୍ୟାଗ୍ ବ୍ୟାଗ୍ ପରିବା
  • ||
  • ସତର୍କତାମୂଳକ ପଦକ୍ଷେପ ନେଲା ଶ୍ରୀମନ୍ଦିର ପ୍ରଶାସନ, ବାତ୍ୟା ପାଇଁ ଅଧିକାରୀ ଏବଂ କର୍ମଚାରୀଙ୍କୁ ସଜାଗ ରହିବାକୁ ତାଗିଦ୍‌
  • ||

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଆଗୁଆ ଭୋଟ ଦେଲେ ୨ କୋଟି, ପ୍ରି- ପୋଲ ଭୋଟିଂରେ ରିପବ୍ଲିକାନ୍‌ ସମର୍ଥକଙ୍କ ସଂଖ୍ୟା ଅଧିକ

ୱାଶିଂଟନ୍‌,୨୪/୧୦: ଆମେରିକାରେ  ଆସନ୍ତା ନଭେମ୍ବର ୫ରେ ରାଷ୍ଟ୍ରପତି ନିର୍ବାଚନ  ପାଇଁ ମତଦାନ ହେବାକୁ ଥିବାବେଳେ ଦେଶର  ଅନେକ ରାଜ୍ୟରେ ଆଗୁଆ ଭୋଟିଂ ହୋଇଛି ।  ନ୍ୟୁୟର୍କ ଟାଇମ୍ସ ଅନୁସାରେ, ମଙ୍ଗଳବାର ସୁଦ୍ଧା  ପ୍ରାୟ ୨ କୋଟି ୧୦ ଲକ୍ଷରୁ ଊଦ୍ଧ୍ୱର୍ ଆମେରିକୀୟ  ଭୋଟ ଦେଇଛନ୍ତି । ୪୭ରୁ ଅଧିକ ରାଜ୍ୟରେ  ଲୋକେ ମେଲ୍‌ (ଡାକ) ଯୋଗେ ଭୋଟଦାନ  କରିଛନ୍ତି । ନିର୍ବାଚନ ପୂର୍ବରୁ ଭୋଟ ଦାନ  ପ୍ରକ୍ରିୟାକୁ ଆଡ୍‌ଭାନ୍ସ ପୋଲିଂ ବା ପ୍ରି ପୋଲ୍‌  ଭୋଟିଂ କୁହାଯାଏ । ଆମେରିକାରେ ମଧ୍ୟ ପ୍ରି  ପୋଲ ଭୋଟିଂ ହୋଇଥାଏ । ରାଷ୍ଟ୍ରପତି ଦୌଡ଼ରେ ଥିବା ଡେମୋକ୍ରାଟ୍‌  ପ୍ରାର୍ଥୀ ତଥା ଉପରାଷ୍ଟ୍ରପତି କମଳା ହାରିସ୍‌  ଏବଂ ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍‌  ଡୋନାଲ୍ଡ ଟ୍ରମ୍ପ୍‌ ପ୍ରି ପୋଲ୍‌ ଭୋଟିଂ ପାଇଁ ନିଜ ନିଜ  ସମର୍ଥକଙ୍କୁ ଆକୃଷ୍ଟ କରିବା ଲାଗି ଲାଗିପଡ଼ିଛନ୍ତି ।  

ଆମେରିକୀୟ ଭୋଟରମାନେ ମେଲ୍‌-ଇନ୍‌ବାଲଟ ଯୋଗେ କିମ୍ବା ବୁଥ୍‌କୁ ଯାଇ ଆଗୁଆ ଭୋଟ  ଦେଇପାରିଥାନ୍ତି । ଇଲେକ୍ସନ ଲ୍ୟାବ୍‌ ଅନୁସାରେ,  ଆଗୁଆ ପଡ଼ିଥିବା ଭୋଟ ମଧ୍ୟରୁ ୭୮ ଲକ୍ଷ  ମତଦାତା ବ୍ୟକ୍ତିଗତ ଭାବେ (ଇନ୍‌-ପର୍ସନ  ମେଥଡ୍‌) ଏବଂ ୧ କୋଟି ୩୩ ଲକ୍ଷ ଭୋଟର  ଇ-ମେଲ (ମେଲ୍‌ ବାଲଟ) ଯୋଗେ ଭୋଟ  ଦେଇଛନ୍ତି । ଆମେରିକାର ପୂର୍ବତନ ରାଷ୍ଟ୍ରପତି  ବାରାକ ଓବାମା ମଧ୍ୟ ମେଲ୍‌ ବାଲଟ ଯୋଗେ  ନିଜ ମତଦାନ କରିଛନ୍ତି । ଆଗୁଆ ଭୋଟିଂରେ  ରିପବ୍ଲିକାନ ସମର୍ଥକ ମତଦାତାଙ୍କ ସଂଖ୍ୟା ଅଧିକ  ରହିଛି । ଇନ୍‌ ପର୍ସନ ମେଥଡ୍‌ରେ ୪୧.୩%  ରିପବ୍ଲିକାନ୍‌ ସମର୍ଥକ ଭୋଟ ଦେଇଥିବାବେଳେ  ଡେମୋକ୍ରାଟିକ୍‌ ମତଦାତାଙ୍କ ସଂଖ୍ୟା ୩୩.୬%  ରହିଛି । ସେହିପରି ମେଲ୍‌ ବାଲଟ୍‌ ଜରିଆରେ  ଅଦ୍ୟାବଧି ୨୦.୪% ଡେମୋକ୍ରାଟିକ୍‌ ମତଦାତା  ମତଦାନ କରିଥିବାବେଳେ ୨୧.୨% ରିପବ୍ଲିକାନ୍‌  ସମର୍ଥକ ଭୋଟ ଦେଇଛନ୍ତି । ଅନ୍ୟପକ୍ଷରେ  ନିର୍ବାଚନରେ ଟ୍ରମ୍ପ୍‌ଙ୍କୁ ଖୋଲାଖୋଲି ସମର୍ଥନ  କରୁଛନ୍ତି ଆମେରିକୀୟ ଉଦ୍ୟୋଗପତି ଏଲନ  ମସ୍କ । ରାଷ୍ଟ୍ରପତି ନିର୍ବାଚନ ପର୍ଯ୍ୟନ୍ତ ଆଗୁଆ  ଭୋଟ ଦେଉଥିବା ଭୋଟରଙ୍କ ମଧ୍ୟରୁ ପ୍ରତିଦିନ  ଜଣଙ୍କୁ ଚୟନ କରାଯାଇ ତାଙ୍କୁ ପ୍ରାୟ ୮ କୋଟି  ୪୦ ଲକ୍ଷ ଟଙ୍କା ଦେବେ ବୋଲି ମସ୍କ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.