ପ୍ରମୂଖ ଖବର
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ବିଦ୍ୟାର୍ଥୀଙ୍କୁ ନିଶାମୁକ୍ତ କରାଇବା ୟୁଜିସିର ଚିନ୍ତା, ପ୍ରତିବର୍ଷ ନିଶା କବଳରେ ସାଢ଼େ ୫ ହଜାର

ଭୁବନେଶ୍ୱର,୧୫/୧୦: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ  (ୟୁଜିସି)କୁ ଏବେ ନିଶାମୁକ୍ତ କ୍ୟାମ୍ପସ  ଚିନ୍ତା ଘାରିଛି । ନିୟମିତ ବ୍ୟବଧାନରେ  ଶିକ୍ଷାନୁଷ୍ଠାନ କ୍ୟାମ୍ପସକୁ ନିଶାମୁକ୍ତ  କରିବା ପାଇଁ ଚିଠି କରାଯାଇଛି । ବିଶେଷ  କରି ଗ୍ଲୋବାଲ ୟୁଥ୍‌ ଟବାକୋ ସର୍ଭେ  (ଜିୱାଇଟିଏସ୍‌) ୨୦୧୯ ରିପୋର୍ଟ  ୟୁଜିସିର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।  ଦେଶରେ ପ୍ରତିବର୍ଷ ସାଢ଼େ ୫ ହଜାର  ନୂଆ ପିଲା ନିଶା ସେବନ ଆରମ୍ଭ କରୁଛନ୍ତି । ଏପରିକି ୫୫ ପ୍ରତିଶତ ୨୦  ବର୍ଷରୁ କମ୍‌ ବର୍ଗର ପିଲାମାନେ ନିଶା  ସହ ଅଭ୍ୟସ୍ତ ଅଛନ୍ତି । କେବଳ ଏତିକି  ନୁହେଁ ୮.୫ ପ୍ରତିଶତ ସ୍କୁଲ ପିଲା  ନିୟମିତ ଭାବେ ନିଶା ସେବନ କରୁଛନ୍ତି ।  ଯାହାକୁ ନେଇ ଏବେ ଚିନ୍ତାରେ ୟୁଜିସି ।  କିଭଳି ଭାବେ ସମସ୍ତ ଶିକ୍ଷାନୁଷ୍ଠାନକୁ  ନିଶା ମୁକ୍ତ କରାଯିବ ସେନେଇ ଅଭିଯାନ  ଆରମ୍ଭ କରିବାକୁ କୁହାଯାଇଛି । ଏନେଇ  ସ୍ୱତନ୍ତ୍ର ମାର୍ଗଦର୍ଶିକା ମଧ୍ୟ ଜାରି ହୋଇଛି।  ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଏବଂ  କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି । 

ୟୁଜିସି ପକ୍ଷରୁ ଜାରି ହୋଇଥିବା  ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି  ଯେ ଜିୱାଇଟିଏସ୍‌ ୨୦୧୯ ରିପୋର୍ଟରେ  ଦର୍ଶାଯାଇଛି ୧୩ରୁ ୧୫ ବର୍ଷ ବୟସର  ୮.୫ ପ୍ରତିଶତ ସ୍କୁଲ ପିଲା ନିଶା ସେବନ  କରୁଛନ୍ତି । ପ୍ରତିବର୍ଷ ସାଢ଼େ ୫ହଜାର  ପିଲା ନିଶା କବଳରେ ପଡ଼ୁଛନ୍ତି ।  କେବଳ ଏତିକି ନୁହେଁ, ଗ୍ଲୋବାଲ ଆଡଲ୍ଟ  ଟବାକୋ ସର୍ଭେ (ଜିଏଟିଏସ୍‌) ଦର୍ଶାଉଛି,  ୨୦ରୁ କମ୍‌ ବୟସ ବର୍ଗର ପିଲାମାନେ  ବହୁ ଦିନ ଧରି ନିଶାସେବନ କରୁଛନ୍ତି ।  

ଏପରିକି ଇଲେକ୍ଟ୍ରୋନିକ୍ସ ସିଗାରେଟ୍‌  ସହ ଜଡ଼ିତ ହେଉଛନ୍ତି । ଯାହା ସ୍ୱାସ୍ଥ୍ୟ  ପ୍ରତି ବିପଦ ସୃଷ୍ଟି କରୁଛି । ଡିଏନ୍‌ଏ  ନଷ୍ଟ କରୁଛି । କ୍ୟାନସର ସୃଷ୍ଟି କରୁଛି ।  ବିଭିନ୍ନ ଶ୍ୱାସ ରୋଗ, ହୃଦ୍‌ରୋଗ, ସ୍ନାୟୁ  ରୋଗ ଭଳି ବିଭିନ୍ନ ସାଂଘାତିକ ରୋଗରେ  ପଡ଼ୁଛନ୍ତି । ଏପରିକି ଭବିଷ୍ୟତରେ ପିଲା  ଜନ୍ମ କରିବାରେ ସମସ୍ୟା ଉପୁଜିବାର  ସମ୍ଭାବନା ମଧ୍ୟ ରହିଛି । ଏଭଳି ଭୟଙ୍କର  ସ୍ଥିତିକୁ ମୁକାବିଲା କରିବାକୁ ହେଲେ  ଏବେଠୁ ଶିକ୍ଷକ ଏବଂ ଅଭିଭାବକମାନେ  ସଚେତନ ହେବାକୁ ପଡ଼ିବ । ଯୁବପିଢ଼ିଙ୍କୁ  ଏଭଳି ଖରାପ ଅଭ୍ୟାସରୁ ନିବୃତ୍ତ ରଖିବା ପାଇଁ ସଚେତନ କରିବାକୁ ପଡ଼ିବ ।  ତେଣୁ ଏହି ପ୍ରକ୍ରିୟା ଶିକ୍ଷାନୁଷ୍ଠାନରେ  ଆରମ୍ଭ ହେବା ଆବଶ୍ୟକ ବୋଲି ୟୁଜିସି  କହିଛି । 

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ  ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା  ମାର୍ଗଦର୍ଶିକା ଅନୁଯାୟୀ, ନିଶାମୁକ୍ତ  ଶିକ୍ଷାନୁଷ୍ଠାନ କ୍ୟାମ୍ପସ ଗଠନରେ ସମସ୍ତଙ୍କ ସହଯୋଗ କାମନା କରିଛି ୟୁଜିସି ।  ପିଲାଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବା  ଲାଗି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ  କରିବାକୁ କୁହାଯାଇଛି ।  

ଶିକ୍ଷାନୁଷ୍ଠାନ ଆଖପାଖରେ ନିଶା  ଦ୍ରବ୍ୟ ବିକ୍ରୟ ନିଷେଧକୁ କଡ଼ାକଡ଼ି  କକରାଯିବ । ଆଇନଗତ କାର୍ଯ୍ୟାନୁଷ୍ଠାନ  ନେବାକୁ ମଧ୍ୟ କୁହାଯାଇଛି । କ୍ୟାମ୍ପସକୁ  ଯେପରି କୌଣସି ନିଶାଦ୍ରବ୍ୟ ପ୍ରବେଶ  ନକରେ ସେଥିଲାଗି ଧ୍ୟାନ ଦେବାକୁ  କୁହାଯାଇଛି । ଏହାକୁ ସୁନିଶ୍ଚିତ କରିବା  ଲାଗି ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ  ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.