ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଚୋରି କରିବାକୁ ଆସି ଗ୍ରାମବାସୀଙ୍କ ହାତରେ ଧରାପଡିଲେ ଚୋର

Published By : Prameya | March 24, 2025 6:16 PM

ଫିରିଙ୍ଗିଆ,୨୪/୦୩ : ଚୋରି କରିବାକୁ ଆସି ଗ୍ରାମବାସୀଙ୍କ ଫାସରେ ଫସିଗଲେ ଚୋର ।  ଗ୍ରାମବାସୀଙ୍କ ହାତରେ ଧରାପଡିଲେ ଦୁଇଜଣ। ଗ୍ରାମବାସୀଙ୍କ କବଳରୁ  ଖସିଗଲେ ଆଉ ଦୁଇ ଜଣ। ଗୋଛାପଡା ଥାନା ଗଞ୍ଜାମାଇଁ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ରବିବାର ରାତି ପ୍ରାୟ ବାରଟା ସମୟରେ ଚାରିଜଣ ବ୍ୟକ୍ତି ଏହି ଗଞ୍ଜାମାଇଁ ଗାଁ ନିକଟରେ ଚୋରି ପାଇଁ ପ୍ରସ୍ତୁତି ଚଳାଉ ଥିଲେ।  ଗାଁର କାଳିଆ କହଁର  ସେମାନଙ୍କୁ କେଉଁଠୁ ଆସିଛ ବୋଲି ପଚାରିଥିଲେ I ସେମାନେ ଆମେ ପୋଲିସ ବୋଲି କାଳିଆଙ୍କୁ ପରିଚୟ ଦେଇଥିଲେ I ପରେ ସନ୍ଦେହ ହେବାରୁ କାଳିଆ କହଁର ଗ୍ରାମବାସୀଙ୍କୁ ଖବର ଦେଇଥିଲେ I ଗ୍ରାମବାସୀ ଆସିବା ଦେଖି ଚାରିଜଣଙ୍କ ମଧ୍ୟରୁ ଦୁଇଜଣ ଫେରାର ହୋଇଯାଇଥିଲେ।  ଦୁଇଜଣ ବ୍ୟକ୍ତିଙ୍କୁ ଅଟକ ରଖି ଗୋଛାପଡା ପୋଲିସରେ ଜିମା ଦେଇଛନ୍ତି I ତେବେ ଅଟକ ଥିବା ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟ୍ୟରେ ଜଣେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କୁନାମାଳ ଗାଁର କପିଳେଶ୍ଵର ସୁନା ଓ  ଅନ୍ୟଜଣେ ସେହି ମନମୁଣ୍ଡା ଥାନା ବହଳ ସାହି ଗାଁର ମାନସରଞ୍ଜ ଚାଉଳିଆ ବୋଲି ଜଣାପଡିଛି I ଅନ୍ୟପଟେ ଉଭୟଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଛି I

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.