ନୂଆଦିଲ୍ଲୀ: ଆମେରିକାରୁ ଅବୈଧ ପ୍ରବାସୀଙ୍କୁ ତଡିପାର୍ କରିବା ସମ୍ପର୍କରେ ଆଉ ଏକ ବଡ଼ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ ଅବୈଧ ପ୍ରବାସୀ ମାନଙ୍କୁ ସ୍ୱେଚ୍ଛାକୃତ ଭାବରେ ଆମେରିକା ଛାଡି ନିଜ ଦେଶକୁ ଫେରିଯିବା ପାଇଁ ନିରନ୍ତର ଭାବେ ପ୍ରୋତ୍ସାହିତ କରୁଛନ୍ତି। ଏନେଇ ଟ୍ରମ୍ପ କହିଛନ୍ତି ଯେ, ଆମେ ଦେଶରେ ବେଆଇନ ଭାବରେ ରହୁଥିବା ପ୍ରବାସୀ ମାନଙ୍କୁ ଟଙ୍କା ଏବଂ ବିମାନ ଟିକେଟ ଦେବୁ, ଯେଉଁମାନେ ସ୍ୱେଚ୍ଛାକୃତ ଭାବରେ ଫେରିବା ପାଇଁ ଇଛୁକ ଅଛନ୍ତି । ତେବେ ଏହି ସୁବିଧା ଘୋଷଣା କରିବା ପୂର୍ବରୁ, ସେ ଧମକ ମଧ୍ୟ ଦେଇଥିଲେ ଯେ, ଯଦି ତୁମେ ସ୍ୱେଚ୍ଛାକୃତ ଭାବରେ ଯିବାକୁ ଚାହୁଁନାହଁ, ତେବେ ତୁମକୁ ଆମେରିକାରୁ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏୁପରିକି ଜେଲକୁ ମଧ୍ୟ ପଠାଯାଇ ପାରିବ, ଯେଉଁଠାରୁ ଦେଶକୁ ଫେରିବା ସମ୍ଭବ ହେବ ନାହିଁ।
ଟ୍ରମ୍ପ ଅବୈଧ ପ୍ରବାସୀ ମାନଙ୍କୁ ନିରନ୍ତର ଭାବେ ପ୍ରୋତ୍ସାହିତ କରୁଛନ୍ତି ଯେ, ସେମାନେ ସ୍ୱେଚ୍ଛାକୃତ ଭାବରେ ସେମାନଙ୍କ ଦେଶକୁ ଫେରିଯିବା ଉଚିତ, ଏହା ଆପଣଙ୍କ ପାଇଁ ଭଲ ହେବ। ମଙ୍ଗଳବାର ଦିନ ଏକ ସାକ୍ଷାତକାରରେ ସେ କହିଥିଲେ ଯେ ଆମର ପ୍ରଶାସନ ଦେଶରୁ "ହତ୍ୟାକାରୀ"ଙ୍କୁ ହଟାଇବା ଉପରେ ଧ୍ୟାନ ଦେଉଛି। ତଥାପି, ଆମେ ଆମେରିକାରେ ଅବୈଧ ଭାବରେ ରହୁଥିବା ଅନ୍ୟ ମାନଙ୍କ ପାଇଁ ଏକ "ସ୍ୱେଚ୍ଛାକୃତ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ" କାର୍ଯ୍ୟକାରୀ କରିବୁ। ଯାହା ଦ୍ଵାରା ଯେଉଁମାନେ ଏଠାରୁ ନିଜେ ଯିବାକୁ ଚାହୁଁଛନ୍ତି ସେମାନଙ୍କର ଫେରିବା ସହଜ ହୋଇପାରିବ।
ଅବୈଧ ପ୍ରବାସୀମାନଙ୍କ ପ୍ରତି ଟ୍ରମ୍ପଙ୍କ ବାର୍ତ୍ତା ସ୍ପଷ୍ଟ ଯେ ଆପଣମାନେ ସମସ୍ତେ ସ୍ୱେଚ୍ଛାକୃତ ଭାବରେ ଘରକୁ ଫେରିଯିବା ଉଚିତ ଏବଂ ନିଜ ଦେଶକୁ ଚାଲିଯିବା ଉଚିତ। ଆମେ ଆପଣଙ୍କ ଫେରିବା ପାଇଁ ବ୍ୟବସ୍ଥା କରିବୁ, ଯଥା ଟଙ୍କା ଏବଂ ଟିକେଟ୍ ଦେବୁ । ସେ ଯୋଜନା ବିଷୟରେ କିଛି ବିବରଣୀ ଦେଇଥିଲେ ଏବଂ କହିଥିଲେ ଯେ ଆମେରିକା ପ୍ରବାସୀ ମାନଙ୍କୁ ବିମାନ ଭଡା ଏବଂ କିଛି ଟଙ୍କା ଯୋଗାଇ ଦେବ।