ଭୁବନେଶ୍ୱର,୨୮/୦୩: ପାତ୍ରପଡା ନିକଟରୁ ଗୋରୁ ଭର୍ତ୍ତି ପିକଅପ୍ ଭ୍ୟାନ୍କୁ ଗୋଡେଇ ଗୋଡେଇ ଧରିଲେ ଗୋ ସେବକ । ଗୋ ସେବକଙ୍କୁ ଦେଖି ରାସ୍ତା ଉପରେ ପିକଅପ୍ ଗାଡିକୁ ଛାଡି ଚମ୍ପଟ ମାରିଲା ଡ୍ରାଇଭର । ଗାଡ଼ିରୁ ୧୩ ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ଉଦ୍ଧାର କରାଯାଇଛି । ରାଜଧାନୀ ଭୁବନେଶ୍ୱରର ପାତ୍ରପଡ଼ା ନିକଟରେ ଏଭଳି ଘଟଣା ଘଟିଛି ।
ସାମାନ୍ୟ ବଚସାରୁ ରାଉରକେଲାରେ ଫୁଟିଲା ଗୁଳି, ଅଳ୍ପକେ ବର୍ତ୍ତିଲେ ଯୁବକ
ସୂଚନା ମୁତାବକ, ପାତ୍ରପଡ଼ା ନିଟକରେ ଏକ ପିକଅପ୍ ଭ୍ୟାନ୍ରେ ଅତି ଅମାନୁଷିକ ଭାବେ ଗୋରୁ ଭର୍ତ୍ତି କରି ଚାଲାଣ କରାଯାଉଥିଲା । ଏନେଇ ଖବର ପାଇ ଉକ୍ତ ଭ୍ୟାନ୍କୁ ଗୋଡେଇ ଗୋଡେଇ ଅଟକାଇ ଥିଲେ ଗୋ ସେବକ । ଗୋ ସେବକଙ୍କୁ ଦେଖି ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଥିଲା । ଗୋ ସେବକ ମାନେ ଏହି ଘଟଣା ସମ୍ପର୍କରେ ପୋଲିକୁ ଖବର ଦେଇଥିଲେ । ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି । ଘଟଣା ସ୍ଥଳରେ ପହଞ୍ଚିବା ପରେ ଉକ୍ତ ଗାଡ଼ିକୁ ପୋଲିସ ଜିମା ଦେଲେ ଗୋ ସେବକ । ଉକ୍ତ ଗାଡ଼ିରୁ ୧୩ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର କରାଯାଇଛି ।