ପ୍ରମୂଖ ଖବର
  • ଭୁବନେଶ୍ୱର : ସହୀଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ||
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

୨ବର୍ଷ ଭିତରେ ତୁଟିବ ଜଗନ୍ନାଥଙ୍କ ରାଜ୍ୟବ୍ୟାପୀ ଜମି ବିବାଦ: ଆଇନ ମନ୍ତ୍ରୀ

Published By : Harapriya Sethi | March 29, 2025 12:16 PM

ଭୁବନେଶ୍ୱର, ୨୯/୦୩: ତିନି ମାସ ମଧ୍ୟରେ ରାଜ୍ୟ ସରକାର ନୂଆ ୟୁନିଫର୍ମ ଲ୍ୟାଣ୍ଡ ପଲିସି ଆଣିବାକୁ ଯାଉଛନ୍ତି । କ୍ୟାବିନେଟ ବୈଠକରେ ଦିଆଯିବ ଅନୁମୋଦନ । ରାଜ୍ୟବ୍ୟାପୀ ଜଗନ୍ନାଥଙ୍କ ଜମି ବିବାଦ ଦୁଇ ବର୍ଷ ମଧ୍ୟରେ ତୁଟିବ ବୋଲି ଗୃହରେ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଯେଉଁମାନେ ଅଧିକ ବର୍ଷ ଜଗନ୍ନାଥଙ୍କ ଜମି ଜବରଦଖଲ କରିଥିବେ ତାଙ୍କୁ ୧୦୦ ଡିସିମିଲ ଜାଗା ରିହାତି ଦରରେ ରାଜ୍ୟ ସରକାର ଯୋଗାଇ ଦେବେ ।


କୋରାପୁଟରେ ୨୭ ହଜାର ୪୧୦ ଏକର ଜଗନ୍ନାଥ ଜମି ଚିହ୍ନଟ ହୋଇଛି । କୋରାପୁଟ ଜିଲ୍ଲାରେ ଜଗନ୍ନାଥ ଜମି ଯେଉଁଠି ଜବର ଦଖଲ ହୋଇଥିଲା, ତାକୁ ଜବର ଦଖଲ ମୁକ୍ତ କରାଯାଇଛି । ୨୪ ଟି ଜିଲ୍ଲାରେ ୬୦ ହଜାର ୪୨୬.୯୪ ଏକର ଜଗନ୍ନାଥଙ୍କ ଜମି ରହିଛି । ୩୮ ହଜାର ୬୧ ଏକର ଜମିର ସଂଶୋଧିତ ସତ୍ୱଲିପି ରାଜ୍ୟ ସରକାରଙ୍କ ପାଖରେ ରହିଛି । ଯାହାର ଡିଜିଟାଇଜେସନ ପ୍ରକ୍ରିୟା ଜାରି ରହିଛି । ୨୨ ହଜାର ଏକର ଜମିର ଆର୍‌ଓଆର୍‌ ଯୋଗାଡ଼ ଚାଲିଛି । ରାଜ୍ୟ ବାହାରେ ୬ ଟି ପ୍ରଦେଶ ରେ ୩୯୫.୨୫ ଏକର ଜଗନ୍ନାଥ ଜମି ରହିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.