ଭୁବନେଶ୍ୱର ୩୦/୦୩: ବାଣୀବିହାର ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଘଟଣ। ମଧୁସୂଦନ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ମୃତକ ଫିଲୋସଫି ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ତାପସ କୁମାର ନାୟକ ବୋଲି ଜଣାପଡିଛି। ଛାତରୁ ଖସି ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ବର୍ତ୍ତମାନ ଯାଏ କୌଣସି ସଠିକ୍ କାରଣ ଜଣାପଡିନାହିଁ। ଘଟଣାସ୍ଥାଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ପୁଲିସ ବିଭିନ୍ନ ଦିଗର ତଦନ୍ତ ଆରମ୍ଭ କରିଛି। ଛାତ୍ରବାସୀଙ୍କୁ ପଚରାଉଚାରା କରିବା ସହ ରୁମ୍ ମଧ୍ୟ ଯାଞ୍ଚ କରିଛି।
ସୂଚନା ମୁତାବିକ, ଆଜି ସକାଳୁ ମଧୁସୂଦନ ଛାତ୍ରାବାସ ନିକଟରୁ ଫିଲୋସଫି ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ତାପସ କୁମାର ନାୟକ ରକ୍ତାକ୍ତ ଅବସ୍ଥାରେ ମିଳିଥିଲା। ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିଲା ।ସେଠାରେ ତାପସଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ।
ଗତ ରାତିରେ ସାଙ୍ଗମାନଙ୍କ ସହ ଖାଇପିଇ ଶୋଇବାକୁ ଯାଇଥିଲେ। ତେବେ ଗୋଟିଏ ରାତିକ ଭିତରେ କଣ ଘଟିଥିଲା ଯେ ତାଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ନେଇ ଛାତ୍ରଙ୍କ ବନ୍ଧୁମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ପରିବାରଲୋକ ଥାନାରେ ଅଭିଯୋଗ କରିଛନ୍ତି।