ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଟ୍ରକ ସହ ଚୋରି ପାଣି ପାଇପ୍ ଜବତ; ୪ ଆନ୍ତରାଜ୍ୟ ପାଇପ ଚୋର ଗିରଫ, ତିନି ଫେରାର

ଫିରିଙ୍ଗିଆ,୧୨/୯ : ପଶ୍ଚିମବଙ୍ଗରୁ ଆସି ଓଡ଼ିଶାରେ ପାଣି ପାଇପ ଚୋରି କରି ଫେରାର ହେଉଥିବାବେଳେ ମାଡ଼ି ବସିଲା ପୋଲିସ I ଏକ ଟ୍ରକ ସହ ଚୋରି ହୋଇଥିବା ପାଣି ପାଇପକୁ ପୋଲିସ ଜବତ କରିଥିବାବେଳେ ଏହି ଚୋରିରେ ସାମିଲ ଥିବା ୪ ଜଣ ଆନ୍ତରାଜ୍ୟ ଚୋରକୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ଅନ୍ୟ ୩ଜଣ ଚୋର ଫେରାର ହୋଇଯାଇଥିବା ନେଇ ଫୁଲବାଣୀ ସଦର ଏସଡିପିଓ ସୁପ୍ରସନ୍ନ ମଲିକ୍ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି । 

ପୋଲିସର ସୂଚନା ଅନୁସାରେ ଗତ କିଛି ମାସ ହେବ ରାଜ୍ୟ ସରକାରଙ୍କ ଜଳ ଓ ପରିମଳ ବିଭାଗ ଅଧୀନରେ କନ୍ଧମାଳ ଜିଲ୍ଲାରେ ମେଗା ଜଳ ଯୋଗାଣ ପ୍ରକଳ୍ପ କାମ ଆରମ୍ଭ ହୋଇଛି I ଏହିକ୍ରମରେ ଜିଲ୍ଲାର ଫିରିଙ୍ଗିଆ ଓ ଗୋଛାପଡା ଅଂଚଳରେ ମଧ୍ୟ ଏହି କାମ ଆରମ୍ଭ ହୋଇଥିବାବେଳେ କମିଟିକୁ ବିଭିନ୍ନ ଠିକା ସଂସ୍ଥା ଦ୍ୱାରା କରାଯାଉଛି I ତେବେ ଗୋଛାପଡା ଥାନା ଅଧୀନରେ ଥିବା ବନ୍ଧୁଲି ଓ ଖଜୁରୀଗାଁ ନିକଟରେ ଏହି ପାଣି ପାଇପ ଲାଇନ କାମରେ ବ୍ୟବହୃତ ହେଉଥିବା ଲୁହା ପାଇପ ତିଆରି ପାଣିପାଇପ ଗଛିତ କରି ରଖାଯାଇଥିଲା I ତେବେ ଗତ ୧୧ ତାରିଖରେ ଉକ୍ତ ଗଛିତ ଲୁହା ପାଇପକୁ କିଛି ଦୁର୍ବୃତ୍ତ ଚୋରି କରି ନେଇଥିବା ନେଇ ଏହି କାମ କରୁଥିବା ପିଏମ କଣ୍ଟେଣ୍ଟ ନାମକ ଠିକା ସଂସ୍ଥାର ମ୍ୟାନେଜର ଗୋଛାପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ I 

କମ୍ପାନୀ କର୍ତ୍ତୃପକ୍ଷଙ୍କ ଅଭିଯୋଗ କ୍ରମେ ଥାନାରେ କେଶ ନଂ ୧୬୦/୨୪ରେ ଏକ ଚୋରି ମାମଲା ରୁଜୁ କରିବା ସହ ଗୋଛାପଡ଼ା ଥାନା ଅଧିକାରୀ ପ୍ରଭାତ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା I ଏକ ବିଶେଷ ସୂତ୍ରରୁ ପଶ୍ଚିମବଙ୍ଗ ନମ୍ବର ଥିବା ଏକ ଟ୍ରାକରେ କିଛି ପାଣି ପାଇପ ଗୋଛାପଡାଠାରୁ ବୌଦ୍ଧ ଜିଲ୍ଲା କଣ୍ଟାମଲକୁ ସଂଯୋଗ କରୁଥିବା ରାସ୍ତାରେ ଯାଉଥିବା ସୂଚନା ମିଳିଥିଲା I ବିଳମ୍ବ ନ କରି ଗୋଛାପଡା ପୋଲିସ ଟିମ ଉକ୍ତ ରାସ୍ତାର ସୁଟାଣି ଘାଟି ନିକଟରେ ଟ୍ରକ ଟିକୁ ଜବତ କରିବାରେ ସଫଳ ହୋଇଥିଲେ I

ତେବେ ଟ୍ରକରୁ ଚୋରି ହୋଇଥିବା ଶହେ ପିସ ଲୁହା ପାଇପ ଜବତ ହୋଇଥିବାବେଳେ ଯାହାର ଆନୁମାନିକ ମୂଲ୍ୟ ୬ ଲକ୍ଷ୍ୟ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି I ଗିରଫ ହୋଇଥିବା ଅଭିଯୁକ୍ତମାନେ ପଶ୍ଚିମବଙ୍ଗର ମୁରସିଦାବାଦ ଅଞ୍ଚଳର ବୋଲି ଜଣାପଡ଼ିଥିବାବେଳେ ସେମାନଙ୍କ ମାଧ୍ୟରେ ଟ୍ରକର ଡ୍ରାଇଭର ନା ପାଲଟୁ ରଏ ଓ ଅନ୍ୟ ତିନି ଜଣ ଅଭିଯୁକ୍ତଙ୍କ ନା ଏମଡି ନାକସ ଡୋଲୀ, ମାଇନୁର ହୁସେନ ଓ ଇସ୍ରା ଫଳ ବୋଲି ଜଣାପଡିଛି I ତେବେ ଗିରଫ ଅଭଯୁକ୍ତମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବାବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ଏସଡିପିଓ ସୁପ୍ରସନ୍ନ ମଳିକ I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.