ରେଢ଼ାଖୋଲ, ୨୩/୦୫: ଅପରେସନ ସିନ୍ଦୂରର ସଫଳତା ଓ ଯବାନ ମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ରେଢ଼ାଖୋଲ ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ବସଷ୍ଟାଣ୍ଡଠାରେ ସନ୍ଥ କବି ଭୀମଭୋଇଙ୍କ ପ୍ରତି ମୂର୍ତ୍ତିରେ ମାଲ୍ୟାର୍ପଣ କରି ଯବାନଙ୍କ ବୀରତ୍ୱ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏହି ଅବସରରେ ରେଢ଼ାଖୋଲର ୧୨ଜଣ ଅବସର ପ୍ରାପ୍ତ ସେନା କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ସିମାଞ୍ଚଳ ଖଟେଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର, ରେଢ଼ାଖୋଲ ନଗର ସଭାପତି ସୁଷମା ମୁଣ୍ଡାଙ୍କ ସମେତ ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ।