ରେଢ଼ାଖୋଲ,୨୧/୫(ଆପ୍ର )ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ହେଉଥିବା ରୋଗୀ ମାନଙ୍କୁ ପଚା ଭାତ ଦିଆ ଯାଉଥିବା ଅଭିଯୋଗ ହୋଇଛି। ଏ ନେଇ ରୋଗୀମାନଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି।
ରୋଗୀମାନେ ଅଭିଯୋଗ କରିଛନ୍ତି ଯେ ଆଜକୁ ତିନି ଦିନ ହେବ ଏଭଳି ପଚା ଖାଦ୍ୟ ଦିଆଯାଇଛି। ବାରମ୍ବାର ଏଭଳି ପଚା ଭାତ ଦିଆ ଯାଉଥିବାରୁ ବୁଧବାର ରାତି ୯ଟା ବେଳେ ରୋଗୀ ମନେ ପ୍ରତିବାଦ କରିଥିଲେ। ଏହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହାନ୍ତ ରାତି ପ୍ରାୟ ୧୦ଟା ବେଳେ ଡାକ୍ତରଖାନାରେ ପହଂଚିଥିଲେ। ରୋଗୀଙ୍କୁ ଦିଆଯାଥିବା ଭାତ ଦେଖିବା ସହିତ ଉପଖଣ୍ଡ ଚିକିତ୍ସା ଅଧିକାରୀ ଓ ରୋଗୀଙ୍କୁ ଖାଦ୍ୟ ଯୋଗାଣ କରୁ ଥିବା ସଂସ୍ଥାର ସଦସ୍ୟାଙ୍କୁ ଡକାଇ ଏନେଇ ଆଲୋଚନା କରିଥିଲେ। ଆଗକୁ ଏଭଳି ପଚା ଖାଦ୍ୟ ନଦେବା ପାଇଁ ତାଗିଦ କରି ଥିଲେ।