ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

କଳାହାଣ୍ଡି ଗଡ଼ଜାତର ନୂଆଁଖାଇ,୧୦ଟାରୁ ୧୨ଟା ୪୦ ମିନିଟ୍‌ ମଧ୍ୟେ ସର୍ବସାଧାରଣ ନୂଆଁ ଖାଇବେ

ଭବାନୀପାଟଣା,୧୩/୦୯: ପଶ୍ଚିମ ଓଡ଼ିଶାର  ମହାନ ଗଣ ପର୍ବ ନୂଆଁଖାଇ । କଳାହାଣ୍ଡି ଜିଲ୍ଲାରେ  ୩ଟି ପର୍ଯ୍ୟାୟରେ ନୂଆଁଖାଇ ପାଳନ ହୋଇଆସୁଛି । ଭାଦ୍ରବ ପଞ୍ଚମୀ ତିଥିରେ ଜିଲ୍ଲାର କେତେକ ଅଞ୍ଚଳରେ  ନୂଆଁଖାଇ ସରିଛନ୍ତି । ହେଲେ ଭାଦ୍ରବ ଦଶମୀ ତିଥିରେ  ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟରେ କଳାହାଣ୍ଡି ଗଡ଼ଜାତ  ଅଞ୍ଚଳ ଗୁଡ଼ିକରେ ନୂଆଁଖାଇ ପାଳନ କରାଯିବ ।  

କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କଠାରେ ପରମ୍ପରା ଅନୁଯାୟୀ ପ୍ରତି ବର୍ଷ ଭାଦ୍ରବ ଶୁକ୍ଲପକ୍ଷ ଦଶମୀ  ତିଥି ସକାଳ ୮ଟା ୨୦ ମିନିଟ୍‌ ଗତେ ୯ଟା ୪୦ ମିନିଟ  ମଧ୍ୟେ ନବାନ୍ନ ଲାଗି ହେବ । ସେହିପରି ପୂର୍ବାହ୍ନ ୧୦ଟାରୁ  ଅପରାହ୍ନ ୧୨ଟା ୪୦ମିନିଟ୍‌ ମଧ୍ୟେ ସର୍ବସାଧାରଣ  ନୂଆଁ ଖାଇବା ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ଏହି ଲଗ୍ନ  ଅନୁସାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସମେତ  ଗଡ଼ଜାତର ପୁରାତନ ଜମିଦାରୀ ଅଞ୍ଚଳ ମହୁଲ ପାଟଣା,  କର୍ଲାପାଟ, ଥୁଆମୂଳ ରାମପୁର, ଲାଞ୍ଜିଗଡ଼, ଜୟପାଟଣା  ଓ ମ.ରାମପୁର ଅଞ୍ଚଳର ଜନସାଧାରଣ ନୂଆଁଖାଇ ପାଳନ  କରିବେ । 

କଳାହାଣ୍ଡିରେ ଭାଦ୍ରବ ଶୁକ୍ଲ ପ୍ରତିପଦାଠାରୁ  କାର୍ତ୍ତିକ ମାସର ଗିରିଗୋବର୍ଦ୍ଧନ ପୂଜା ପର୍ଯ୍ୟନ୍ତ ବିଭିନ୍ନ  ପର୍ଯ୍ୟାୟରେ ନୂଆଁଖାଇ ପାଳିତ ହେବାର ପରମ୍ପରା ଚାଲି  ଆସିଛି । ଜୁନାଗଡ଼ ଅଞ୍ଚଳରେ ଜୁନାଗଡ଼ର ଦଧିବାମନ  ପୀଠରେ ଏବଂ ଲଙ୍କେଶ୍ୱରୀ ପୀଠରେ ଭାଦ୍ରବ ଶୁକ୍ଲ ପଞ୍ଚମୀ  ତିଥିରେ ନୂଆ ଅନ୍ନ ଭୋଗ ଲାଗି ହୋଇଥିଲା । ପରେ  ସାର୍ବଜନୀନ ନୂଆଁଖାଇ ପାଳନ କରାଯାଇଥିଲା । 

ସେହିପରି  ପ୍ରତି ଗାଁଗଣ୍ଡାରେ ଥିବା ଦେବାଦେବୀ ପୀଠରେ ପୂର୍ବ ଦିନ  ନୂଆ ଅନ୍ନ ଭୋଗ ଲାଗି ହେବା ପରେ ଗ୍ରାମବାସୀ ନୂଆଁଖାଇ  ପାଳନ କରିଥିଲେ । ପୂର୍ବପରମ୍ପରା ଅନୁଯାୟୀ ପ୍ରତିବର୍ଷ  ଭାଦ୍ରବ ଶୁକ୍ଲପକ୍ଷ ଦଶମୀ ତିଥିରେ ମା’ମାଣିକେଶ୍ୱରୀଙ୍କୁ  ନବାନ୍ନ ଲାଗିହୁଏ ଓ ଗଡ଼ଜାତବାସୀ ନୂଆଁଖାଇ ପାଳନ  କରନ୍ତି। ଏଥିସହ କଳାହାଣ୍ଡିର ମହାରାଜା, ଜମିଦାର  ଏବଂ ସେମାନଙ୍କ ସହ ଜଡ଼ିତ ପରିବାରମାନେ ଦଶହରା  ବିଜୟା ଦଶମୀ ତିଥିରେ ନୂଆଁଖାଇ ପାଳନ କରିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.