ପ୍ରମୂଖ ଖବର
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ

Published By : Prameya | December 15, 2024 11:15 AM

ବୁର୍ଲା,୧୫/୧୨: ଆଜି ବୁର୍ଲା ଏବଂ ସମ୍ବଲପୁର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବୁର୍ଲା ଏବଂ ସମ୍ବଲପୁରରେ ଆୟୋଜିତ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦାନ କରିବେ ମୁଖ୍ୟମନ୍ତ୍ରୀ । ତେବେ  ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ଏବଂ  ପୁଲିସ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଜଣାପଡିଛି ।  

ମୁଖ୍ୟମନ୍ତ୍ରୀଙ୍କ ଗସ୍ତସୂଚୀ ଅନୁସାରେ ରବିବାର  ମଧ୍ୟାହ୍ନ ୧ଟା ସମୟରେ ସ୍ୱତନ୍ତ୍ର ହେଲିକ୍ୟାପ୍ଟରରେ ଜମାଦାରପାଲି ଏୟାରଷ୍ଟ୍ରିପ୍‌ରେ ପହଞ୍ଚିବେ। ଏହାପରେ  ସେଠାରେ ୧ଟା ୧୫ମି.ରେ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ସିଧାସଳଖ ବୁର୍ଲା ଅଭିମୁଖେ ବାହାରିବ । ୧ଟା ୪୫ମି. ରେ ବୁର୍ଲା ସରକାରୀ ହାଇସ୍କୁଲ୍‌ରେ ଚାଲିଥିବା ପ୍ଲାଟିନମ୍‌ ଜୁବ୍‌ଲି ଉତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ୨ଟା  ୪୫ମି. ପର୍ଯ୍ୟନ୍ତ ପ୍ଲାଟିନମ୍‌ ଜୁବ୍‌ଲି ସଭାରେ ଉପସ୍ଥିତ  ରହିବେ । ଏହାପରେ ୨ଟା ୪୫ ମି. ରୁ ୩ଟା. ୧୫  ମି. ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବୁର୍ଲା ହାଇସ୍କୁଲ୍‌ ପରିସରରେ  ମଧ୍ୟହ୍ନ ଭୋଜନ କରିବେ । ଏଥିପାଇଁ ସମସ୍ତ ପ୍ରକାର  ବ୍ୟବସ୍ଥା କରାଯାଇଛି । ଏହାପରେ ୩ଟା ୧୫ ମି. ରେ  ବୁର୍ଲାରୁ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ ସମ୍ବଲପୁର ମନ୍ଦଲିଆ ପଡ଼ିଆରେ ଅୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । 

ଏହାପରେ ୪ଟା ୩୦ମି.ରେ ମନ୍ଦଲିଆ ପଡ଼ିଆରୁ  ବାହାରି କ୍ଷେତରାଜପୁର ଅଭିମୁଖେ ଯିବେ । ୪ଟା ୪୫  ରୁ ୫ଟା ୧୫ମି. ପର୍ଯ୍ୟନ୍ତ କ୍ଷେତରାଜପୁର ମାରୱାଡି  ଯୁବ ମଞ୍ଚ ଦ୍ୱାରା ଆୟୋଜିତ ମେଗା ରକ୍ତଦାନ ଶିବିରରେ  ଯୋଗଦାନ କରିବେ । ଏହାପରେ ୫ଟା ୧୫ମି. ରେ କ୍ଷେତରାଜପୁରରୁ ବାହାରି ସିନ୍ଦୁରପଙ୍କ ଅଭିମୁଖେ  ଯିବେ । ୫ଟା ୪୫ ରୁ ୬ଟା ୪୫ ପର୍ଯ୍ୟନ୍ତ ସିନ୍ଦୁରପଙ୍କ  ଠାରେ ଜନାର୍ଦନ ପୂଜାରୀ ସରକାରୀ ଉଚ୍ଚ ବିଦ୍ୟାଳୟର  ସୁବର୍ଣ ଜୟନ୍ତୀ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ  ରହିଛି । ଏହାପରେ ସେଠାରୁ ସନ୍ଧ୍ୟା ୭ଟା ସମୟରେ ତାଙ୍କ କାର୍‌କେଡ ବାହାରି ଝାରସୁଗଡ଼ା ବିମାନବନ୍ଦର ଅଭିମୁଖେ ଯିବ । ଝାରସୁଗୁଡାରୁ ବିମାନ ଯୋଗେ  ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ମୁଖ୍ୟମନ୍ତ୍ରୀ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.