ପ୍ରମୂଖ ଖବର
  • ପୁରୀ : ପୁରୁଷୋତ୍ତମ ଏକ୍ସପ୍ରେସରୁ ୧୫୦ ଗୁଳି ଜବତ
  • ||
  • ଦେବଗଡ : ଯୁବତୀଙ୍କୁ ଟାଙ୍ଗିଆରେ ହାଣି ହତ୍ଯା
  • ||
  • ଭୁବନେଶ୍ୱର : ବିଷ ଇଞ୍ଜେକ୍ସନ ଦେଇ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ: ୨ ଯୁବତୀଙ୍କ ସହ ଅଭିଯୁକ୍ତ ସ୍ୱାମୀ ଗିରଫ
  • ||
  • ସୂର୍ଯ୍ୟମନ୍ଦିରରେ ବଙ୍ଗୀୟ ପର୍ଯ୍ୟଟକ ଆହତ, ଦୀର୍ଘ ସମୟ ଧରି ଫାଟକ ବାହାରେ ଠିଆ ହୋଇ ରହିଲା ଆମ୍ବୁଲାନ୍ସ
  • ||
  • ବିହାରରେ ଦୁଇ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ, ମୃତକଙ୍କ ପରିବାରକୁ ୬ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା
  • ||
  • ବଡ଼ବିଲ ଷ୍ଟେସନ ରୋଡ଼ରେ ଅଘଟଣ, ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ଟେଣ୍ଟ କର୍ମଚାରୀଙ୍କ ଜୀବନ
  • ||
  • ବୌଦ୍ଧ : ବସ୍ ଭିତରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କଟକ : କ୍ରାଇମବ୍ରାଞ୍ଚ ହାତରେ ସାଇବର ଠକ ରାକେଟ, ରାଜ୍ୟ ବାହାରୁ ୨୪ ଜଣ ଗିରଫ
  • ||
  • ମୁଣ୍ଡଳୀ ବ୍ରିଜ୍‌ରୁ ଡେଇଁ ନିଖୋଜ ହୋଇଥିଲେ ଯୁବକ, ମିଳିଲା ମୃତଦେହ
  • ||
  • ବାରିପଦା : କାର୍ଯ୍ୟରେ ଅବହେଳା ପରେ କଠୋର ପଦକ୍ଷେପ ନେଲେ ଜିଲ୍ଲାପାଳ, ୮୪୩ ଟ୍ୟାଗ୍ ଅଫିସର୍‌ଙ୍କ ଦରମା ବନ୍ଦ
  • ||
  • କେନ୍ଦୁଝର : ଅଷ୍ଟମ ବେତନ କମିଶନ ଓ ୟୁପିଏସକୁ ନେଇ ଶ୍ରମିକ ୟୁନିଅନର ସାଧାରଣ ସଭା ଅନୁଷ୍ଠିତ
  • ||
  • ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲ କଲେଜ‌ରେ ରାଗିଂ ଘଟଣା: ମୁହଁ ଖୋଲିଲେ ଦ୍ଵିତୀୟ ବର୍ଷ ଛାତ୍ର
  • ||
  • ଗଜପତିରୁ ଗୋରୁ ବୋଝେଇ ଟ୍ରକ୍ ଜବତ, ଡ୍ରାଇଭର ଅଟକ
  • ||
  • କୁହୁଡିର ଧଳା ଚାଦର ତଳେ କେନ୍ଦୁଝର ସହର, ରାସ୍ତାରେ ଗାଡି ମୋଟର ଚଳାଚଳରେ ସମସ୍ୟା
  • ||
  • ବାଲିପାଟଣା : ଗୋମାଂସ ଚୋରା ଚାଲାଣ ବେଳେ ଗାଡି ଅଟକାଇଲେ ଲୋକେ, ୩ ବସ୍ତା ଗୋମାଂସ ଜବତ
  • ||
  • ସୁନ୍ଦରଗଡ଼ : କରମଡିହିରେ ୨ ଯାଯାବର ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ୫ ଜଣକୁ ନିର୍ମମ ହତ୍ୟା, ୪ ଗୁରୁତର
  • ||
  • ରାଜଧାନୀରେ ହତ୍ୟାକାଣ୍ଡ: ମାଛ ଖାଇବାକୁ ନଦେବାରୁ ଗଡିଲା ମୁଣ୍ଡ, ସହକର୍ମୀଙ୍କୁ ପନିକିରେ ହାଣିଲା ଦୁର୍ବୃତ୍ତ
  • ||

ଗାଁ ଦାଣ୍ଡରେ ବୁଲୁଛି କଲରାପତରିଆ ବାଘ: ସିସିଟିଭିରେ କଏଦ୍‌ ହେଲା, ଘାଗରାମୁଣ୍ଡାବାସୀ ଆତଙ୍କିତ

ମହାବିରୋଡ଼,୩୦/୦୭: ଜଙ୍ଗଲରୁ ବାହାରି ଗାଁ ଦାଣ୍ଡରେ ବୁଲିଲାଣି କଲରାପତରିଆ ବାଘ । ଅନ୍ୟପଟେ ବାଘକୁ ଠାବ କରିପାରୁନି ବନ ବିଭାଗ । ଜଙ୍ଗଲରେ ଟ୍ରାପ୍‌ କ୍ୟାମେରା ଖଞ୍ଜିଥିବା ବେଳେ ବାଘ  ଗାଁ’ରେ ବୁଲୁଛି । ଘାଗରାମୁଣ୍ଡା ଗ୍ରାମର  ଏକ ସିସିଟିଭି ଫୁଟେଜ୍‌ରେ ଗାଁ ରାସ୍ତାରେ ବାଘ ବୁଲୁଥିବା ଚିତ୍ର କଏଦ୍‌ ହୋଇଛି । ଏହାକୁ ନେଇ ଅଞ୍ଚଳବାସୀ ଆତଙ୍କିତ  ହୋଇପଡ଼ିଛନ୍ତି । 

ପ୍ରକାଶ ଯେ, ମହାବିରୋଡ଼ ରେଞ୍ଜ୍‌  କେନ୍ଦୁମୁଣ୍ଡା ଖେସେରା ଜଙ୍ଗଲରେ ଗତ  ୧୬ ତାରିଖରେ କଲରାପତରିଆ ବାଘ  ଆକ୍ରମଣରେ ବ୍ରାହ୍ମଣଧରା ଗାଁର ପୁଇନ  ନାଏକ ଆହତ ହୋଇଥିଲେ । ଛେଳି  ଚରାଇବାକୁ ଯାଇଥିବା ପୁଇନଙ୍କୁ ବାଘ  ଆକ୍ରମଣ କରି ଲହୁଲୁହାଣ କରିଥିବା  ବେଳେ ସାଥୀ ଛେଳି ଚରାଳିଙ୍କ ଉପସ୍ଥିତି  ବୁଦ୍ଧି ଯୋଗୁଁ ସେ ବର୍ତ୍ତି ଯାଇଥିଲେ । ଏହାର  ଦିନକ ପରେ ଅର୍ଥାତ୍‌ ୧୮ ତାରିଖରେ ଗଡ଼ପଳାଶୁଣି ବଡ଼ ଖୁଣ୍ଟିଆ ଜଙ୍ଗଲରେ  ବାଘ ପାଦଚିହ୍ନ ଠାବ ହୋଇଥିଲା । ୧୯  ତାରିଖରେ ଅସନବାହାଳି ଗ୍ରାମ କେନ୍ଦୁପଶି  ଜଙ୍ଗଲରେ ବାଘ ଆକ୍ରମଣରେ ଦୁଇ  ଗାଈ ଆହତ ହୋଇଥିଲେ । 

ଜଙ୍ଗଲରେ  ବାଘ ଉପସ୍ଥିତି ଜଣାପଡ଼ିବା ପରେ  ଲୋକେ ଆତଙ୍କିତ ହୋଇପଡ଼ିଥିଲେ ।  ଜଙ୍ଗଲକୁ ନଯିବାକୁ ବନ ବିଭାଗ ପକ୍ଷରୁ  ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ  ସଚେତନ କରାଯିବା ସହ ବାଘ ଠାବ  କରିବାକୁ ଉଦ୍ୟମ ଚଳାଇଥିଲା । ବନଖଣ୍ଡ  ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଜଙ୍ଗଲର  ବିଭିନ୍ନ ସ୍ଥାନରେ ଟ୍ରାପ୍‌ କ୍ୟାମେରା ଖଞ୍ଜା  ଯାଇଥିଲା । ଇତି ମଧ୍ୟରେ ଦୁଇ ସପ୍ତାହ  ପୂରିଥିବା ବେଳେ ବାଘକୁ ଠାବ କରିବାରେ ବନ ବିଭାଗ ବିଫଳ ହୋଇଛି । ରବିବାର  ବନ ବିଭାଗର ଏକ ଟିମ୍‌ ଟ୍ରାପ୍‌ କ୍ୟାମେରାର  ଫୁଟେଜ୍‌ ଚେକ୍‌ କରିବାକୁ ମେମୋରୀ କାର୍ଡ  ଖୋଲି ନେଇଥିବା ଜଣାଯାଇଛି । 

ବାଘ ସମ୍ପର୍କରେ ବନ ବିଭାଗ  କୌଣସି ସୂଚନା ଦେଇନଥିବା ବେଳେ  ରବିବାର ରାତିରେ ବାଘ ଘାଗରାମୁଣ୍ଡା  ଗାଁରେ ବୁଲୁଥିବା ସିସିଟିଭି ଫୁଟେଜ୍‌ରେ  ଦେଖାଯାଇଛି । ରାତି ପ୍ରାୟ ୨ଟା ସମୟରେ  ଗାଁ ଏକ ଦୋକାନର ସିସିଟିଭିରେ  ବାଘ ରାସ୍ତାରେ ବିଚରଣ କରୁଥିବା ଦେଖାଯାଇଛି । ବାଘଟି ରାସ୍ତାରେ ଗାଁ  ଆଡ଼କୁ ମୁହାଁଇଥିଲା । ଏ ସମ୍ପର୍କରେ ଆଜି  ପୂର୍ବାହ୍ନରେ ଖବର ପ୍ରଚାରିତ ହେବା ପରେ  ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି ।  ସମ୍ଭାବ୍ୟ ବାଘର ଆକ୍ରମଣକୁ ନେଇ ସନ୍ଧ୍ୟା  ହେବା ମାତ୍ରେ ଗ୍ରାମରେ ତାଟିକବାଟ ପଡ଼ି  ଯାଇଛି । ଦିନସାରା ଲୋକେ ଜଙ୍ଗଲ ଆଡ଼କୁ  ଯିବାକୁ ସୁରକ୍ଷିତ ମଣିନଥିଲେ । ଶିକାର  ଉଦ୍ଦେଶ୍ୟରେ ବାଘ ଗାଁ ମୁହାଁ ହୋଇଥିବା  ଆଲୋଚନା ହେଉଛି । ତୁରନ୍ତ ବାଘକୁ  ଟ୍ରାଙ୍କୁଲାଇଜ୍‌ କରି ସ୍ଥାନାନ୍ତର କରିବାକୁ  ଅଞ୍ଚଳବାସୀ ଦାବି କରିଛନ୍ତି । 

ଏ ସମ୍ପର୍କରେ ମହାବିରୋଡ଼ ରେଞ୍ଜ  ଅଧିକାରୀ ହରେଶ ଚନ୍ଦ୍ର କିଷାନ କହିଛନ୍ତି,  ବାଘକୁ ଠାବ କରାଯାଇପାରିନି । ଏକ  ଟିମ୍‌ ଟ୍ରାପ୍‌ କ୍ୟାମେରାରୁ ମେମୋରୀ କାର୍ଡ  ଖୋଲି ନେଇଛନ୍ତି । ତାହାକୁ ଯାଞ୍ଚ କରାଯିବା  ପରେ ବାଘ କ୍ୟାମେରାରେ କଏଦ୍‌  ହୋଇଛି କି ନାହିଁ ଜଣାପଡ଼ିବ । ସିସିଟିଭି  ଫୁଟେଜ୍‌ରେ ବାଘ ଚିତ୍ର ଉତ୍ତୋଳନ  ହୋଇଥିବା ସୂଚନା ପାଇଛି । କିନ୍ତୁ ତାହା  ବାଘ କି ନାହିଁ ତଦନ୍ତ ପରେ ସ୍ପଷ୍ଟ ହେବ ।  ବାଘ ଠାବ ହେବା ପରେ ତାକୁ ଧରି  ସ୍ଥାନାନ୍ତର କରାଯିବା ଦିଗରେ ପଦକ୍ଷେପ  ନିଆଯିବ । ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍‌  ଆସିବେ ବୋଲି ଶ୍ରୀ କିଷାନ କହିଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.