ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ଶରୀରକୁ ଶକ୍ତି ଯୋଗାଇବ ଏହି ଖାଦ୍ୟ, ଜାଣନ୍ତୁ...

Published By : Harapriya Sethi | November 1, 2024 6:57 AM

ଭୁବନେଶ୍ୱର,୦୧/୧୧: ସକାଳୁ ସକାଳୁ କିଛି ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । କିଛି ଖାଦ୍ୟ ସାମଗ୍ରୀ ଅଛି ଯାହା ରାତି ସାରା ଭିଜାଇ ସକାଳେ ଖାଇବା ଦ୍ୱାରା ଶରୀରକୁ ଶକ୍ତି ଯୋଗାଇବା ସହ ଲାଭଦାୟକ ହୋଇଥାଏ । ସେହି ଖାଦ୍ୟ ଭିଜାଇବା ଦ୍ୱାରା ସେଥିରେ ଥିବା ପୋଷଣ ହାର ବଢିଥାଏ । ତାହା ଖାଇବା ଦ୍ୱାରା ଥକାପଣ ଦୂର ହେବା ସହ ଶରୀରକୁ ଶକ୍ତି ଯୋଗାଇଥାଏ। 

ଭିଜା କିସ୍‍ମିସ୍‍: ରାତିରେ କିସମିସ୍‍କୁ ଭିଜାଇ ସକାଳେ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଏହାସହିତ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିବା, ପେଟ ରୋଗରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ପ୍ରତିରକ୍ଷା ପ୍ରଣାଳୀକୁ ସୁସ୍ଥ ରଖିବା ପାଇଁ କାର୍ୟ୍ୟ କରିଥାଏ। ଏଥିପାଇଁ ଆମେ ସଂକ୍ରମଣରୁ ରକ୍ଷା ପାଇଥାଉ।

ଗଜା ବୁଟ: ସକାଳୁ ଖାଲି ପେଟରେ ଗଜା ବୁଟ ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ବୁଟକୁ ରାତିସାରା ଭିଜାଇ ରଖି ସକାଳେ ଖାଇଲେ ଶରୀରକୁ ଦୁଇଗୁଣ ଶକ୍ତି ମିଳିଥାଏ। ଏଥିରେ ପ୍ରୋଟିନ୍‍ ଏବଂ ଫାଇବର ପ୍ରଚୁର ପରିମାଣରେ ରହିଛି। ଯଦି ଆପଣ ଓଜନ କମ କରିବାକୁ ଚାହୁଁଛନ୍ତି ତେବେ ସକାଳେ ଏହାକୁ ନିଶ୍ଚିତ ଖାଆନ୍ତୁ। ଏହା ଶରୀରକୁ ଶକ୍ତି ମଧ୍ୟ ଯୋଗାଏ।

ଭିଜା ଆଲମଣ୍ଡ: ଶରୀରରେ ପୁଷ୍ଟିକର ଅଭାବ ପୂରଣ କରିବା ପାଇଁ ଭିଜା ଯାଇଥିବା ଆଲମଣ୍ଡ ଏକ ଉତ୍ତମ ବିକଳ୍ପ। ଏହା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ବାଦାମକୁ ରାତି ସାରା ଭିଜାଇ ରଖିବା ଦ୍ୱାରା ପୋଷଣ ଅଧିକ ମିଳିଥାଏ। ସକାଳେ ଏହାକୁ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ଏବଂ ହାଇ କୋଲେଷ୍ଟ୍ରଲରୁ ମୁକ୍ତି ମିଳିଥାଏ। ଏହା ବ୍ୟତୀତ ସ୍ମରଣ ଶକ୍ତି ବଢିଥାଏ।

ଗଜା ମୁଗ: ରାତି ସାରା ମୁଗକୁ ଭିଜାଇବା ପରେ ସକାଳେ ଏହାକୁ ଖାଇବା ଦ୍ୱାରା ପେଟ ରୋଗରୁ ମୁକ୍ତ ମିଳିଥାଏ। କୋଷ୍ଠକାଠିନ୍ୟ ପାଇଁ ଭିଜାଇଥିବା ମୁଗ ମେଡିସିନ ଠାରୁ ଭଲ କାମ କରିଥାଏ। ଗଜା ମୁଗ ଖାଇବା ଦ୍ୱାରା ଓଜନ କମିଥାଏ ଏବଂ ଏହା ଅତ୍ୟନ୍ତ ଶରୀର ପାଇଁ ଲାଭଦାୟକ ହୋଇଥାଏ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.