ପ୍ରମୂଖ ଖବର
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍

ଭୁବନେଶ୍ୱର, ୦୩/୦୭ : ରାଜ୍ୟରେ ଏବେବି ୨୬% ବର୍ଷା ନିଅଣ୍ଟିଆ ରହିଛି। ୧୭ ଜିଲ୍ଲାରେ ବର୍ଷା ସ୍ୱାଭାବିକଠାରୁ କମ୍‌ ହୋଇଛି । ଜୁନ୍‌ ପହିଲାରୁ ଜୁଲାଇ ୨ ତାରିଖ ଭିତରେ ରାଜ୍ୟରେ ୧୬୮.୭ ମିଲିମିଟର ବର୍ଷା ରେକର୍ଡ ହୋଇଛି । ୧୨ଟି ଜିଲ୍ଲାରେ ବର୍ଷା ସ୍ଥିତି ଠିକ୍‌ ରହିଛି । ମାଲକାନଗିରିରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବାବେଳେ ବାକି ୧୧ ଜିଲ୍ଲାରେ ବର୍ଷା ପରିମାଣ ସ୍ୱାଭାବିକ ଅଛି । ପାଣିପାଗ ବିଭାଗ ଆକଳନ ହେଲା, ବର୍ତ୍ତମାନ ରାଜ୍ୟରେ ବଡ଼ ବର୍ଷା ସମ୍ଭାବନା ନାହିଁ । ତଥାପି ପ୍ରତିଦିନ ଅଳ୍ପ କିଛି ସ୍ଥାନରେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ । 

୫ରୁ ବର୍ଷା ପରିମାଣ କିଛି ମାତ୍ରାରେ ବଢ଼ିପାରେ । ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି ୫ ତାରିଖରୁ । ୬ ତାରିଖରେ କିଛି ଜାଗାରେ ପ୍ରବଳ ବର୍ଷା ହୋଇପାରେ । ଜୁନ୍‌ ପହିଲାରୁ ଏଯାଏ ହୋଇଥିବା ବର୍ଷା ସ୍ଥିତି ଅନୁଧ୍ୟାନରୁ ଜଣାପଡ଼ିଛି, ମାଲକାନଗିରିରେ ଅଧିକ ବର୍ଷା ହୋଇଥିବା ବେଳେ ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, କନ୍ଧମାଳ, ସୋନପୁର, ଦେବଗଡ଼, ନୟାଗଡ଼, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଜଗତସିଂହପୁର ବର୍ଷା ପରିମାଣ ସ୍ୱାଭାବିକ ଅଛି । ସବୁଠାରୁ କମ୍‌ ବର୍ଷା ହୋଇଛି ମୟୂରଭଞ୍ଜରେ । ଏହି ଜିଲ୍ଲାରେ ବର୍ଷା ଯେତିକି ହେବା କଥା, ତା’ଠାରୁ ୬୫% ନିଅଣ୍ଟିଆ ରହିଛି ସ୍ଥିତି । ବାଲେଶ୍ୱରରେ ୫୭%, କେନ୍ଦୁଝରରେ ୫୦%, ଭଦ୍ରକରେ ୪୪%, ଅନୁଗୁଳରେ ୪୧%, କେନ୍ଦ୍ରାପଡ଼ାରେ ୩୯%, ଯାଜପୁରରେ ୩୬%, ପୁରୀରେ ୩୮%, ଝାରସୁଗୁଡ଼ାରେ ୩୪%, ସମ୍ବଲପୁରରେ ୩୧%, କଳାହାଣ୍ଡିରେ ୩୨%, ସୁନ୍ଦରଗଡ଼ରେ ୩୦%, ଗଞ୍ଜାମରେ ୩୧%, ବରଗଡ଼ରେ ୩୧% ବର୍ଷା ନିଅଣ୍ଟିଆ ରହିଛି । ଗଜପତି, ବଲାଙ୍ଗୀର, ବୌଦ୍ଧ, ନୂଆପଡ଼ାରେ ବି ବର୍ଷା କମ୍‌ ରହିଛି । ବର୍ଷା କମ୍‌ ଥିବାରୁ ଅନେକ ଜାଗାରେ ଚାଷ କାର୍ଯ୍ୟ ସ୍ୱାଭାବିକ ହୋଇପାରୁନି । ଅନ୍ୟପକ୍ଷରେ ଲଗାତାର ବର୍ଷା ସତ୍ତେ୍ୱ ଉପକୂଳ ଓଡ଼ିଶାରେ ଆର୍ଦ୍ରତା ପରିମାଣ ଅଧିକ ଥିବାରୁ ଗୁଳୁଗୁଳି ପ୍ରକୋପ ଜାରି ରହିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.