ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ରଥଯାତ୍ରା ପାଇଁ ଦଶପଲ୍ଲାରୁ ପୁରୀ ଗଡ଼ିବ ୩ ସ୍ୱତନ୍ତ୍ର ଟ୍ରେନ୍

ଦଶପଲ୍ଲା, ୦୩/୦୭ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଦଶପଲ୍ଲାରୁ ପୁରୀକୁ ଗଡ଼ିବ ୩ଟି ସ୍ୱତନ୍ତ୍ର ଟ୍ରେନ । ଘୋଷ ଯାତ୍ରା ଦେଖିବା ଲାଗି ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଦକ୍ଷିଣ- ପୂର୍ବ ରେଳପଥ ପକ୍ଷରୁ ୩ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ରେଳ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ମାସ ୭ ତାରିଖରେ ୦୮୩୩୫ ନଂ ଦଶପଲ୍ଲା-ପୁରୀ ସ୍ୱତନ୍ତ୍ର ଟ୍ରେନ ରାତି ୨ଟାରେ ଛାଡ଼ିବ । ସେହି ଟ୍ରେନ ରାତି ୧୨ଟା ୪୫ରେ ପୁରୀରୁ ଦଶପଲ୍ଲା ଆସିବ । 

ଟ୍ରେନ ନଂ ୦୮୩୩୭ ସକାଳ ୮ଟାରେ ଦଶପଲ୍ଲା ଛାଡ଼ିବ । ଏହି ଟ୍ରେନଟି ପୁରୀରୁ ଦିନ ୧୦ଟା ୪୫ରେ ଦଶପଲ୍ଲା ଅଭିମୁଖେ ଛାଡ଼ିବ । ସେହିପରି ନଂ ୦୮୩୯ ସ୍ୱତନ୍ତ୍ର ଟ୍ରେନ ପୂର୍ବାହ୍ନ ୧୧ଟାରେ ଦଶପଲ୍ଲା ଛାଡ଼ିବ । ସେହି ଟ୍ରେନ ଅପରାହ୍ଣ ୨ଟାରେ ଦଶପଲ୍ଲା ଅଭିମୁଖେ ପୁରୀରୁ ବାହାରିବ । ତେବେ ଏହି ୩ଟି ସ୍ୱତନ୍ତ୍ର ଟ୍ରେନ୍‌ ଆସନ୍ତା ୭ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ଦୈନିକ ଚାଲୁଥିବା ଟ୍ରେନ ସମୟ ନିର୍ଦ୍ଧାରିତ ସମୟରେ ଚାଲୁ ରହିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.