ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ମୃତ ଦର୍ଶାଇ କାଟିଦେଲେ ରାସନ କାର୍ଡ; ଦେଢ଼ ବର୍ଷ ହେଲା ବିନା ରାସନରେ ବିତୁଛି ସାବିତ୍ରୀଙ୍କ ଜୀବନ

ହିନ୍ଦୋଳ, ୧୯।୮: ଜୀବିତ ମହିଳାଙ୍କୁ ମୃତ ଘୋଷଣା କରି କାଟିଦେଲେ ରାସନ କାର୍ଡ । ମହିଳା ଜଣକ ଅନ୍ତୋର୍ଦୟ ଯୋଜନାରେ ପାଉଥିବା ରାସନ କାର୍ଡ କାଟି ଦେଇଛନ୍ତି ହିନ୍ଦୋଳ ଯୋଗାଣ ବିଭାଗ ଅଧିକାରୀ I ସୂଚନା ଅନୁଯାୟୀ, ହିନ୍ଦୋଳ ବ୍ଲକ କୁଟୁଣିଆ ପଞ୍ଚାୟତ ଗୁଆଘରିଆ ଗ୍ରାମର ସାବିତ୍ରୀ ପଧାନ ଜଣେ ଅସହାୟ ବିଧବା ମହିଳା I ପରିବାର କହିଲେ କେହି ନାହାନ୍ତି I ଏଣେତେଣେ କାମ କରି ନଚେତ ମାଗିଯାଚି ଖାଇବା ଯୋଗାଡ଼ କରନ୍ତି I ରାସନ କାର୍ଡ ପାଇବା ଦିନଠାରୁ ସେ ସରକାରଙ୍କର ଅନ୍ତୋର୍ଦୟ ଯୋଜନାରେ ୩୫ କିଲୋ ଚାଉଳ ପାଉଥିଲେ I ୨୦୨୩ ମସିହା ମାର୍ଚ୍ଚ ମାସ ପରଠୁ ତାଙ୍କୁ ଆଉ ଚାଉଳ ମିଳୁନଥିଲା I ଡିଲର ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବାପରେ ହିନ୍ଦୋଳ ଯୋଗାଣ ବିଭାଗ ଅଧିକାରୀଙ୍କ ପାଖରେ ପହଞ୍ଚିଥିଲେ I ପରେ ଜାଣିବାକୁ ପାଇଥିଲେ ସାବିତ୍ରୀ ପ୍ରଧାନଙ୍କ ମୃତ୍ୟୁ ହୋଇଥିବାରୁ ତାଙ୍କର ରାସନ କାର୍ଡଟି କଟିଯାଇଛି I 

ତେବେ ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ଦେଢ଼ ବର୍ଷ ହେବ ସେ ରାସନ ଚାଉଳ ପାଇପାରୁନାହାନ୍ତି I ଯୋଗାଣ ବିଭାଗ କିପରି ଜଣେ ଜୀବିତ ମହିଳାକୁ ମୃତ ଘୋଷଣା କରି ରାସନ କାର୍ଡ କାଟିଲେ ଏବଂ ଜୀବିତ ଥିବା ଜାଣିବା ପରେ ଆଜି ପର୍ଯ୍ୟନ୍ତ କିପରି କୌଣସି ପଦକ୍ଷେପ ନିଆଯାଉନାହିଁ ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି I ଜାଣିଶୁଣି ସାବିତ୍ରୀଙ୍କୁ ମୃତ ଘୋଷଣା କରି ତାଙ୍କ କାର୍ଡକୁ ଅର୍ଥ ଲୋଭରେ ଯୋଗାଣ ଅଧିକାରୀ ଅନ୍ୟ ହିତାଧିକାରୀଙ୍କ ନାମରେ କରାଇଥିବା ଚର୍ଚ୍ଚା ହେଉଛି I ଏନେଇ ଯୋଗାଣ ଅଧିକାରୀ କୌଣସି ପ୍ରତିକ୍ରିୟା ଦେଇନଥିଲେ I

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.