ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଗ୍ରୀଷ୍ମ ପ୍ରକୋପରେ ଜଳୁଛି ସହର : ବାରିପଦାରେ ପାରଦ ୪୬.୪ , ଭୁବନେଶ୍ବରେ ୪୫.୪ ଡିଗ୍ରୀ

ଭୁବନେଶ୍ବର, ୩୦।୪  ଗ୍ରୀଷ୍ମ ପ୍ରବାହରେ ଜଳୁଛି ସହର । ଦିନକୁ ଦିନ ସହର ଗୁଡିକରେ ତାପମାତ୍ରା ବୃଦ୍ଧି ପାଉଛି । ବିଭିନ୍ନ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ରାଜ୍ୟରେ ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ତାପମାତ୍ରା ରେକର୍ଡ ଭାଙ୍ଗିଥିବା ବେଳେ ସର୍ବାଧିକ ପ୍ରବାହ ସହର ଗୁଡିକରେ ଦେଖିବାକୁ ମିଳିଛି ।  ବାଲେଶ୍ୱର ଓ ବାରିପଦାରେ ତାପମାତ୍ରା ରେକର୍ଡ ଭାଙ୍ଗି ୪୬ ଡିଗ୍ରୀରେ ପହଞ୍ଚିଛି। ଯାହାକି ଅପ୍ରେଲ ମାସର ସର୍ବୋଚ୍ଚ ଦିନ ତାପମାତ୍ରାର ସର୍ବକାଳୀନ ରେକର୍ଡ । ବାରିପଦାରେ ୪୬.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ବାଲେଶ୍ବରରେ ୪୬  ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ରାଜଧାନୀ ଭୁବନେଶ୍ୱର ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୫ ଡିଗ୍ରୀ ଅତିକ୍ରମ କରିଛି ତାତି  ।  ଭୁବନେଶ୍ବରରେ ତାପାମାତ୍ରା ୪୫.୪ ଡିଗ୍ରୀ ରହିଛି।

 ସେହିପରି  ୧୫ଟି ସହରରେ ପାରଦ ୪୪ ଡିଗ୍ରୀ ଉପରେ ରହିଛି।  ଅନୁଗୁଳରେ ୪୪.୭ ଡିଗ୍ରୀ, ତାଳଚେର, ଢେଙ୍କାନାଳ ଓ ଯାଜପୁରରେ ୪୪.୫, ବୌଦ୍ଧ ୪୪.୩, ଝାରସୁଗୁଡା,  କଟକ ଓ କେନ୍ଦ୍ରାପଡାରେ  ୪୪.୨, ଟିଟିଲାଗଡ, ନୟାଗଡ, ନୂଆପଡା, ଭଦ୍ରକରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

 ଏଭଳି ଗ୍ରୀଷ୍ମ ଦାଉ ଆହୁରି ୩ ଦିନ ଲାଗି ରହିବ   ବୋଲି ପାଣିପାଗ କେନ୍ଦ୍ର କହିଛି । ଆସନ୍ତା ୨୪ ଘଣ୍ଟା ପାଇଁ  ୧୫ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରୀ ହୋଇଛି । ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର , ଭଦ୍ରକ ,ଯାଜପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ନୟାଗଡ, ସୁନ୍ଦରଗଡ, ଝାରସୁଗୁଡା, ସୋନପୁର ଓ ବୌଦ୍ଧ ଜିଲ୍ଲାକୁ ସତର୍କ ସୂଚନା ଜାରୀ ହୋଇଛି  । ସେହିପରି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରୀ କରିଛି ପାଣିପାଗ ବିଭାଗ । ଜିଲ୍ଲା ଗୁଡିକ ହେଲା  ଜଗତସିଂହପୁର , ବରଗଡ, ସମ୍ବଲପୁର, ଦେଓଗଡ, ବଲାଙ୍ଗିର, ନୂଆପଡା,କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର , ଗଞ୍ଜାମ, ଗଜପତି, ମାଲକାନଗିରି, ରାୟଗଡା । ଗରମ ଓ ଗୁଳୁଗୁଳି ପାଇଁ ପୁରୀ ଓ କୋରାପୁଟକୁ  ୟେଲୋ   ୱାର୍ଣ୍ଣିଂ ଜାରୀ କରିଛି ପାଣିପାଗ କେନ୍ଦ୍ର ।   ଆସନ୍ତା କାଲି ପାଇଁ ୧୧ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ମୟୂରଭଞ୍ଜ, କେଉଁଝର,ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଶ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ ଓ ବୌଦ୍ଧ ଜିଲ୍ଲା । ସେହିପରି ଗ୍ରୀଷ୍ମ ପ୍ରବାହ ନେଇ  ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଜିଲ୍ଲା ଗୁଡିକ ହେଲା  ଦେଓଗଡ, ସମ୍ବଲପୁର, ବରଗଡ, ବଲାଙ୍ଗିର, କଳାହାଣ୍ଡି, ସୋନପୁର, ନୂଆପଡା, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ, ଓ ମାଲକାନଗିରି  । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.