ଫିରିଙ୍ଗିଆ,୬।୭ : କନ୍ଧମାଳ ଜିଲ୍ଲା ନବନିର୍ବାଚିତ ଫୁଲବାଣୀ ବିଧାୟକ ଉମାଚାରଣ ମଳିକ ଫିରିଙ୍ଗିଆ ବ୍ଲକ ଗସ୍ତରେ ଆସି ବିଦ୍ୟାଳୟ, ମେଡିକାଲ ପରିଦର୍ଶନ କରିଥିଲେ। ଏଥିସହ ବ୍ଲକ କାର୍ଯ୍ୟାଳୟକୁ ଯାଇ ବ୍ଲକ ମାଧ୍ୟମରେ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ନେଇ କାର୍ଯ୍ୟରତ ବିଡ଼ିଓ ଏବଂ ସହକାରୀ ଯନ୍ତ୍ରୀ ଙ୍କ ସହ ଆଲୋଚନା କରିଥିଲେ I ପରେ ବିଧାୟକ ସ୍ଥାନୀୟ କର୍ମୀ ନେତା ଓ ମାନଙ୍କ ସହ ବ୍ଲକ କାର୍ଯ୍ୟାଳୟକୁ ଯାଇ ବ୍ଲକ ରେ କାର୍ଯ୍ୟରତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା ଓ କନିଷ୍ଠ ଯନ୍ତ୍ରୀ ଜୟପ୍ରକାଶ ଜେନାଙ୍କ ସହ ବ୍ଲକ ଅଧୀନରେ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ସମୀକ୍ଷା କରିଥିଲେ I
ପରେ ବିଧାୟକ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ରୋଗୀ ମାନଙ୍କୁ ଭେଟିବା ସହ ଦାୟିତ୍ୱ ରେ ଥିବା ଡାକ୍ତର ଓ କର୍ମଚାରୀ ମାନଙ୍କ ସହ ମେଡ଼ିକାଲରେ ଥିବା ବିଭିନ୍ନ ସମସ୍ୟା ଆଲୋଚନା କରିଥିଲେ। ଡାକ୍ତର ନିଯୁକ୍ତି, ମେଡିକାଲ ପରିସରରେ ପାଣିରେ ସମସ୍ୟା ଓ ଅନ୍ୟାନ୍ୟ ଉନ୍ନୟନ କାମ ବିଷୟରେ ଆଲୋଚନ କରିଥିଲେ I ଶେଷରେ ବିଧାୟକ ଫିରିଙ୍ଗିଆ ଠାରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ଯାଇ ପରିଦର୍ଶନ କରିବା ସହ ଛାତ୍ର ଛାତ୍ରୀଙ୍କୁ ଭେଟିଥିଲେ ଓ ବିଦ୍ୟାଳୟ ମାଧ୍ୟ୍ୟରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ I
ବିଶେଷ କରି ଏହି ଏକଲବ୍ୟ ବିଦ୍ୟାଳୟକୁ ଜଳଯୋଗାଣର ବ୍ୟବସ୍ଥା ପାଇଁ ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାର ପ୍ରାୟ କୋଟିଏ ତାଙ୍କର ପ୍ରକଳ୍ପ ନିର୍ମାଣ ହୋଇ ବିଦ୍ୟୁତ ସଂଯୋଗ ପାଇଁ ଦୀର୍ଘ ଦୁଇବର୍ଷ ଧରି କାର୍ଯ୍ୟକ୍ଷମ ହୋଉପାରୁନଥିବା ଅଭିଯୋଗ ହୋଇଥିଲା। ବିଧାୟକ କ୍ଷୋଭ ପ୍ରକାଶ କରିବା ସହ ଖୁବ ଶୀଘ୍ର ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ପାଇଁ ଆଦିବାସୀ ଉନ୍ନୟନ ବିଭାଗ ର ଅଧିକାରୀଙ୍କୁ ଫୋନ ଯୋଗେ ତାଗିଦ କରିଥିଲେ I ତେବେ ବିଧାୟକ ଙ୍କ ଏହି ପରିଦର୍ଶନ କାର୍ଯ୍ୟକ୍ରମ ରେ ଫୁଲବାଣୀ ବିଧାନ ସଭା ବିସ୍ତାରକ ବସନ୍ତ କୁମାର ଦଣ୍ଡ ସେନା ଙ୍କ ସହ ଫିରିଙ୍ଗିଆ ର ବରିଷ୍ଠ ବିଜେପି ନେତା ସୁଶାନ୍ତ ମହାପାତ୍ର, ବିଜେପି ନେତା କଂସଦେବ ସାହୁ, ଯୁବ ବିଜେପି ନେତା ସଞ୍ଜୟ କୁମାର ଡିଗାଲ, ସମିତି ସଭ୍ୟା ମୌସୁମୀ ପ୍ରଧାନ, ପୂର୍ବତନ ସରପଞ୍ଚ ବିଶ୍ୱରଞ୍ଜନ କହଁର, ବରିଷ୍ଠ ବିଜେପି ନେତା ବାଳକୃଷ୍ଣ ଜୁଣ୍ଡି, ଫିରିଙ୍ଗିଆ ମଣ୍ଡଳ ସଭାପତି ଗଣେଶ୍ୱର ସାହୁ, ସହ ସମ୍ପାଦକ ଅକ୍ଷୟ କୁମାର କଟା,ନୂଆପଦର ମଣ୍ଡଳ ସଭାପତି ଗୋପୀନାଥ ସାହୁ ପ୍ରମୁଖ ଉପସ୍ଥିତ ଥିବା ବେଳେ ଅଞ୍ଚକ ର ବହୁ ନେତା ଓ କର୍ମୀ ମଧ୍ୟ୍ୟ ଉପସ୍ଥିତ ଥିଲେ I