ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ହୋ-ହାଲ୍ଲାରେ ସରିଲା ପଞ୍ଚାୟତ ସମିତି ବୈଠକ, ବର୍ଜନ କଲେ ୧୮ ସମିତି ସଭ୍ୟ

କେନ୍ଦୁଝର ସଦର ୨୪/୭(ଆପ୍ର) କେନ୍ଦୁଝର ଜିଲ୍ଲା ସଦର ପଞ୍ଚାୟତ ସମିତିର ଷଷ୍ଠ  ସାଧାରଣ ବୈଠକ ଆଜି ବ୍ଲକ୍ ସଭା ଗୃହଠାରେ ଅନୁଷ୍ଟିତ ହୋଇଯାଇଛି। ଏଥିରେ  ସଦର ବ୍ଲକ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ନାଏକ ଅଧ୍ୟକ୍ଷତା କରିଥିବା ବେଳେ ,ଉପାଧ୍ୟକ୍ଷ ଦିଲ୍ଲୀପ କୁମାର  ବେହେରା, ସଦର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ତିଳୋତ୍ତମା ପୃଷ୍ଟି,ଏବିଡିଓ ଭାଗବତ ନାଏକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସବ୍ୟସାଚୀ ପ୍ରଧାନ ଜିପିଓ ସଂଜୟ କୁମାର ମହାନ୍ତ, ପାଞ୍ଚ ନମ୍ୱର୍ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ରଥ ମୁଣ୍ଡା, ଛଅ ନମ୍ୱର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ଆଶିଷ ଚକ୍ରବର୍ତ୍ତୀ , ଚାରି ନମ୍ବର ଜିଲ୍ଲା ପରିଷଦ ଲୀଳାବତୀ ମହାନ୍ତ ସମେତ  ସଦର ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚ ଉପସ୍ଥିତ ଥିଲେ। ତେବେ ପାଞ୍ଚ ଜଣ ସମିତି ସଭ୍ୟ ସଭ୍ୟା  ଉପସ୍ଥିତ ଥିବା ବେଳେ ୧୮ ଜଣ ସମିତି ସଭ୍ୟ ସଭ୍ୟା ମିଟିଂକୁ ବର୍ଜନ କରିଛନ୍ତି ।ବ୍ଲକ୍ ଅଧ୍ୟକ୍ଷା ଯେ କୌଣସି କାମରେ ସଭ୍ୟସଭ୍ୟାଙ୍କ କଥାକୁ ବିଚାରକୁ ନେଉ ନ ଥିବାରୁ ଆଜିର ମିଟିଂକୁ ବର୍ଜନ କରିଥିବା ଜଣାପଡିଛି । ସଭ୍ୟସଭ୍ୟାଙ୍କ ଅନୁପସ୍ଥିତିକୁ ନେଇ ବ୍ଲକ ରାଜନୀତି ବେଶ ଉଷ୍ମତା ଦେଖାଦେଇଛି। 

୧୮ ଜଣ ସଭ୍ୟ ସଭ୍ୟାଙ୍କ ଅନୁପସ୍ଥିତ ସଭା ଗୃହ ଖାଁ ଖାଁ ଲାଗୁଥିବା ବେଳେ ସଭା ଆରମ୍ଭରୁ ହୋହାଲ୍ଲା ଆରମ୍ଭ ହୋଇଥିଲା।ଏଥିରେ ସରପଞ୍ଚ ମାନେ ଆମ ଓଡ଼ିଶା ଓ ନବୀନ ଓଡ଼ିଶାର ୫୦ ଲକ୍ଷ ଟଙ୍କାର ଅନୁଦାନରେ ସରପଞ୍ଚଙ୍କୁ ନ ଜଣାଇ ପ୍ରକଳ୍ପ କାମ କେମିତି ଚାଲୁ ହେଲା ବୋଲି ବ୍ଲକ୍ ଅଧ୍ୟକ୍ଷାଙ୍କୁ ପ୍ରଶ୍ନ କରିଥିଲେ।  ବ୍ଲକ୍ ଅଧ୍ୟକ୍ଷା ସନ୍ତୋଷ ଜନକ ଉତ୍ତର ଦେଇ ନଥିବାରୁ ସରପଞ୍ଚ ମାନେ କ୍ଷୋଭ ପ୍ରକାଶ କରିଛନ୍ତି  । ଆଗାମୀ ଦିନରେ ଯେଉଁ ସବୁ ନୂତନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ସେଥିରେ ସମସ୍ତଙ୍କୁ ନେଇ କାମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ବ୍ଲକ ପ୍ରତିନିଧି ଧନୁର୍ଜୟ ମହାନ୍ତ କହିଥିଲେ। ଏହି ଅବସରରେ କୃଷି, ସାମାଜିକ ସୁରକ୍ଷା, ଯୋଗାଣ,ଶିକ୍ଷା , ସ୍ୱାସ୍ଥ୍ୟ, ରାସ୍ତା , ପାନୀୟ ଜଳ,ଗରିବଙ୍କ କଲ୍ୟାଣ ନିମନ୍ତେ ଜନ ହିତକର ଯୋଜନା କିପରି ଗରିବଙ୍କ ନିକଟରେ ପହଁଚିବ ଆଲୋଚନା ହୋଇଥିଲା। ଏଥି ସହ ସମସ୍ତ ବିଭାଗର  ଅଧିକାରୀ ,ଯନ୍ତ୍ରୀ, ବୈଠକରେ ଉପସ୍ଥିତ ରହି ନିଜ ନିଜ ବିଭାଗର ବିଷୟ ବସ୍ତୁ ଉପରେ ଆଲୋଚନା ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.