କେନ୍ଦୁଝର ସଦର,୨/୯(ଆପ୍ର)ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଜଙ୍ଗଲ ସଂରକ୍ଷଣ ସଂଶୋଧନ ଅଧିନିୟମ କାର୍ଯ୍ୟକାରୀ ନ କରିବା ଦାବିରେ ଏକ ଶୋଭାଯାତ୍ରା କରାଯାଇଛି। ଏହା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ଜଙ୍ଗଲ ସଂରକ୍ଷଣ ସଂଶୋଧନ ଅଧିନିୟମ-୨୦୨୩ କୁ କାର୍ଯ୍ୟକାରୀ କରି ଆଦିବାସୀ ମାନଙ୍କୁ ବ୍ୟାପକ ପରିମାଣରେ ବିସ୍ଥାପନ କରିବା ସହିତ ଜଳ, ଜଙ୍ଗଲ, ଜମି ତଥା ବାସଗୃହର ମାଲିକାନା ଅଧିକାରରୁ ବଞ୍ଚିତ କରିବା ବିରୋଧ କରି ରାଷ୍ଟ୍ରବ୍ୟାପୀ ଆନ୍ଦୋଳନ ଅଗଷ୍ଟ ୨ ତାରିଖ ଠାରୁ ଆରମ୍ଭ ହୋଇଛି। ସୋମବାର କେନ୍ଦୁଝର ଜିଲ୍ଲାସ୍ତରରେ ସହରର ଧୋବାଡିହା ଠାରୁ ଶତାଧିକ ଆଦିବାସୀ ଏକତ୍ରିତ ହୋଇ ଶୋଭାଯାତ୍ରାରେ ବାହାରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରି ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।