ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି

ତେଲକୋଇ,୧୬/୦୯: ଦୁଇଟି ଘର ଭାଙ୍ଗି ଧାନଚାଉଳ ଖାଇବା ସହ ଦଶ ହଜାର ଟଙ୍କା ଖାଇଗଲେ ୫ ଟିକିଆ ହାତୀପଲ । ଅଳ୍ପକେ ବର୍ତ୍ତିଲେ ଘର ଭିତରେ ଶୋଇଥିବା ପରିବାର ଲୋକେ । କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଅଧୀନ ତେଲକୋଇ ଫରେଷ୍ଟ ବିଟ୍‌ର ବେଣା ଗାଁରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତି ପ୍ରାୟ ୧୧ ଟା ବେଳକୁ ପାଞ୍ଚ ଟିକିଆ ହାତୀପଲ ବେଣା ଗାଁ ମୁଣ୍ଡା ସାହିରେ ଧଶେଇ ପଶିଥିଲେ । ପ୍ରଥମେ ଉକ୍ତ ଗାଁର ରବିନ୍ଦ୍ର ପାତ୍ରଙ୍କ ବାଇଗଣ ବାଡିକୁ ଦଳି ମକଚି ନଷ୍ଟ କରିଥିଲେ । ଏହି ସମୟରେ ରବିନ୍ଦ୍ର ତାଙ୍କ ପରିବାର ସହ ଘରେ ଶୋଇଥିଲେ । ପରେ ତାଙ୍କ ଘର ଭାଙ୍ଗି ଧାନଚାଉଳ ଟେକି ନେଇଯାଇଥିଲେ ହାତୀପଲ । ଏହା ସହ ଧାନ ଡୋଲି ଭିତରେ ରବିନ୍ଦ୍ର ରଖିଥିବା ଦଶ ହଜାର ଟଙ୍କାକୁ ମଧ୍ୟ ଧାନ ସହ ଖାଇଯାଇଥିଲେ ହତୀପଲ । ହାତୀପଲ ଘର ଭାଙ୍ଗିବା ଦେଖି ପରିବାର ଲୋକେ ଘର ଛାଡ଼ି ପଳାଇଥିଲେ । 

ଅନ୍ୟପଟେ ଏହି ୫ଟିକିଆ ହାତୀପଲ ବାବୁରାମ ମୁଣ୍ଡାଙ୍କ ଘର ଭାଙ୍ଗି ଦେବା ସହ ହାଣ୍ଡି ଡେକଚିକୁ ମଧ୍ୟ ହାତୀ ପଲ ଭାଙ୍ଗି ଦେଇଥିଲେ । ତେବେ ଏହି ଦୁଇ ପୀଡ଼ିତ ପରିବାରକୁ ବନବିଭାଗ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.