କଟକ,୧୮।୯ : ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ହାଇକୋର୍ଟରୁ ମିଳିଛି ବଡ଼ ଆଶ୍ବସ୍ତି। ତାଙ୍କ ବିରୁଦ୍ଧରେ ଦାୟର ହୋଇଥିବା ନିର୍ବାଚନୀ ଅନିୟମିତତା ମାମଲାକୁ ବୁଧବାର ହାଇକୋର୍ଟ ଖାରଜ କରିଛନ୍ତି । ନିର୍ଦ୍ଧିଷ୍ଟ ସମୟ ଭିତରେ ମାମଲା ଦାୟର ହୋଇନଥିବା କାରଣରୁ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି।
ଚମ୍ପୁଆ ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ସନାତନ ମହାକୁଡ଼ ବିଜୟୀ ହୋଇଛନ୍ତି। ତେବେ ସେ ନିର୍ବାଚନୀ ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିବାର ଅଭିଯୋଗ କରି ଜଣେ ସ୍ଥାନୀୟ ଭୋଟର ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। କିନ୍ତୁ ନିର୍ବାଚନ ଫଳ ପ୍ରକାଶ ପାଇବାର ୪୫ ଦିନ ମଧ୍ୟରେ ମାମଲା ଦାୟର କରିବାକୁ ନିୟମ ରହିଛି। ଯାହାକୁ ଆବେଦନକାରୀ ପାଳନ କରିନାହାନ୍ତି ଦର୍ଶାଇ ଆଜି ହାଇକୋର୍ଟ ମାମଲାକୁ ଖାରଜ କରିଛନ୍ତି।