ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଅସୁସ୍ଥ ଛୁଆ ହାତୀକୁ ଛାଡି ପଳାଇଲା ମା', ଉଦ୍ଧାର କଲା ବନ ବିଭାଗ

ତେଲକୋଇ, ୧୦/୦୯ : ଅସୁସ୍ଥ ଛୁଆ ହାତୀକୁ ଛାଡି ପଳାଇଲା ମା'। ଉଦ୍ଧାର କଲା ବନ ବିଭାଗ। କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ବିମଳା ସେକ୍ସନ କୃଷ୍ଣପୁର ସଂରକ୍ଷିତ ଜଙ୍ଗଲରୁ ଏକ ଅସୁସ୍ଥ ଛୁଆ ହାତୀ ଉଦ୍ଧାର ହୋଇଛି। କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରୁ ଏକ ସ୍ଵତନ୍ତ୍ର ଉଦ୍ଧାରାକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ରକ୍ଷକ ଯାନରେ ଉଦ୍ଧାର କରି ନିକଟସ୍ଥ ବନ୍ଧନ ଝରି ବିଟ୍ ଅଫିସକୁ ଅଣିଛି। ସେଠାରେ ହାତୀ ଛୁଆର ସ୍ଵାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଛି। ହାତୀ ଛୁଆଟିର ବୟସ ୨ ବର୍ଷ ହୋଇଥିବା ବେଳେ ସେ ସାମାନ୍ୟ ଶାରୀରିକ ଅସୁସ୍ଥ ଥିବା ଜଣାପଡ଼ିଛି। 

ସୂଚନା ମୁତାବକ, କୃଷ୍ଣପୁର ସଂରକ୍ଷିତ ଜଙ୍ଗଲରେ ୨୧ ଟିକିଆ ହାତୀପଲ ଡେରା ପକାଇଥିବା ବେଳେ ସୋମବାର ବିଳମ୍ବିତ ରାତିରେ କୃଷ୍ଣପୁର ଗାଁ ନିକଟକୁ ଖାଦ୍ୟ ଅନ୍ୱେଷଣରେ ଚାଲି ଆସିଥିଲେ। ମାତ୍ର ହାତୀ ଛୁଆଟି ହାତୀ ପଲରେ ଆଉ ଯାଇ ନପାରି ଧାନ କ୍ଷେତରେ ରହି ଯାଇଥିଲା। ଶାରୀରିକ ଅସୁସ୍ଥ ଥିବାରୁ ମା' ହାତୀ ମଧ୍ୟ ଛୁଆକୁ ଜଙ୍ଗଲ ମଧ୍ୟକୁ ନେବାରେ ଅକ୍ଷମ ହୋଇ ପଡ଼ିଥିଲା। ଖବର ପାଇ ତେଲକୋଇ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ହାତୀ ଛୁଆକୁ ନିକଟରେ ଥିବା ହାତୀପଲ ମଧ୍ୟକୁ ଘଉଡାଇବା ପାଇଁ ଉଦ୍ୟମ କରିଥିଲେ। ମାତ୍ର ଛୁଆ ହାତୀ ଶାରୀରିକ ଅସୁସ୍ଥ ଥିବା ଜଣାପଡ଼ିବାରୁ ସଙ୍ଗେସଙ୍ଗେ ତାକୁ ଉଦ୍ଧାର କରାଯାଇ ସ୍ଵାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଛି। କଦଳୀ ଓ ଜଙ୍ଗଲଜାତ ଖାଦ୍ୟ ଖାଇବାକୁ ଦିଆଯାଉଛି। ମାତ୍ର ସେ ସବୁ ଖାଇବା ପରେ ପୁଣି ହାତୀ ଛୁଆ ବାନ୍ତି କରି ଦେଉଥିବା ଦେଖାଯାଇଛି । ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ହାତୀ ଛୁଆର ଚିକିତ୍ସା ଚଳାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଏ ସମ୍ବନ୍ଧରେ ବନାଞ୍ଚଳ ଅଧିକାରୀ ଶିବାଜୀ ମୋହନ ରାଓଙ୍କୁ ପଚାରିବାରୁ ଉଦ୍ଧାର ହାତୀ ଛୁଆ ସାମାନ୍ୟ ଅସୁସ୍ଥ ଥିବା ଜଣାପଡ଼ିଛି। ଚିକିତ୍ସା ପରେ ହାତୀ ଦଳର ଛାଡିବାର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.