ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ, ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ପାଳନ

ତେଲକୋଇ ୧୨/୦୯: ପ୍ରସ୍ତାବିତ  ସମାକୋଇ ଚକଧର ନଦୀ ବନ୍ଧ ଜଳ  ସେଚନ ପ୍ରକଳ୍ପକୁ ବନ୍ଦ କରିବା ଦାବିରେ ସମାକୋଇ ଚକଧର ପ୍ରକଳ୍ପ ସମନ୍ୱୟ ସମିତି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ। ଏଥିରେ ସାଧାରଣ ଲୋକଙ୍କ ସହିତ ବିଭିନ୍ନ ସଂଗଠନ ର ସର୍ମଥନ ରହିଥିବା ଜଣାପଡିଛି। ବନ୍ଦ ଯୋଗୁଁ ଗାଡ଼ି ମୋଟର ଚଳାଚଳ ସହିତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ପ୍ରତିବାଦରେ ଫଳରେ  କେନ୍ଦୁଝର  ଜିଲ୍ଲା ତେଲକାଇ ଥାନା ଜଗମାହନପୁର  ସ୍ଥିତ ୪୯ ନମ୍ବର ଜାତୀୟ ରାଜପଥ ଯାତାୟତ ବନ୍ଦ ରହିଛି। ଏହି ଆନ୍ଦୋଳନରେ ତେଲକୋଇ ବ୍ଲକର ୨୨ଟି ପଞ୍ଚାୟତର  ବାସିନ୍ଦା, ବିଭିନ୍ନ ସଙ୍ଗଠନ, ଯୁବକ ସଂଘ,  ବିଭିନ୍ନ ମହିଳା ସଂଗଠନ, ସର୍ବ ଜାତି  ସମନ୍ୱୟ ସଂଗଠନ, ପ୍ରଗତିଶୀଳ ନାଗରିକ  ମଞ୍ଚ ଆଦି ବିଭିନ୍ନ ମହଲରୁ ବିପୁଳ ସମର୍ଥନ ମିଳୁଥିବା ଜଣାପଡିଛି । 

ତେଲକୋଇ ବଣିକ  ସଂଘ ସମେତ ଜଗମୋହନପୁର ବଣିକ  ସଂଘ ପକ୍ଷରୁ ମଧ୍ୟ ଏହି ବନ୍ଦ ଡାକରାକୁ ସମର୍ଥ ଦେଇଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ତେଲକୋଇ ଓ ଜଗମୋହନପୁର  ବଜାର ବନ୍ଦ ରହିଛି । ତେଲକୋଇ ବ୍ଲକ  ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ୍‌,ସ୍କୁଲ ଓ  କେଲେଜ୍‌, ରାସ୍ତା ଘାଟ ମଧ୍ୟ ବନ୍ଦ ରହିଛ।   ସନ୍ଧ୍ୟା ୬  ଘଟିକା ଯାଏ ଏହି ବନ୍ଦ ପାଳନ କରାଯିବ। 

ପ୍ରକାଶ ଥାଉକି, ଅନୁଗୁଳ ଜିଲ୍ଲା  ପାଳଲହଡା ବ୍ଲକ୍‌ ଓ କଣିହାଁ ବ୍ଲକ୍‌ର ବୁଡି  ଅଞ୍ଚଳ ବିସ୍ଥାପିତ ଙ୍କ ପାଇଁ ତତ୍କାଳୀନ  ସରକାର ୧୯୭୮ ମସିହାରେ ତେଲକୋଇ  ତହସିଲ କରଦାଙ୍ଗି ତଳ ମୁଣ୍ଡ ଚକଧର  ଠାରେ ସମାକୋଇ ଚକଧର ଜଳ  ସେଚନ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରସ୍ତାବ ଅନୁମୋଦନ କରିଥିଲେ । ଏହାକୁ  ତେଲକୋଇ ଅଞ୍ଚଳବାସୀଙ୍କ ପକ୍ଷରୁ  ତୀବ୍ର ବିରୋଧ କରାଯାଇଥିଲା । ଫଳରେ  ପ୍ରକଳ୍ପ ନିର୍ମାଣକୁ ସ୍ଥଗିତ କରାଯାଇଥିଲା ।  ତେଲକୋଇ କରଦାଙ୍ଗି ଠାରେ ଏହି  ପ୍ରକଳ୍ପ ନିର୍ମାଣ ହେଲେ ତେଲକାଇ  ଅଞ୍ଚଳବାସୀଙ୍କ କୌଣସି ଲାଭ ହେବ  ନାହିଁ । ତେଲକୋଇ ମାଟିର ଇଞ୍ଚେ  ଜମିକୁ ଜଳ ସେଚନ ହେବନାହିଁ । ବରଂ  ତେଲକୋଇ ବ୍ଲକର ୪୦ରୁ ଅଧିକ  ଗାଁ ଜଳ ମଗ୍ନ ହୋଇ ରହିବ । ହଜାର  ହଜାର ପରିବାର ଭିଟା ମାଟି ହରାଇବେ,  ବାସଚ୍ୟୁତ ହେବେ, ଜୀବିକା ହରାଇବେ ।  ଚାରି ଦଶନ୍ଧି ହେଲା ଏହାକୁ ତେଲକୋଇ  ଅଞ୍ଚଳବାସୀ ବିରୋଧ କରି ଆସୁଛନ୍ତି ।  ଏହି ବିରୋଧ ପରେ ତତ୍କାଳିନ ସରକାର  ମଧ୍ୟ ଚୁପ୍‌ ହୋଇ ଯାଇଥିଲେ । ମାତ୍ର ଚଳିତ  ବର୍ଷ ରାଜ୍ୟରେ ବିଜେପି ସରକାର ତଥା  ମୋହନ ସରକାରୀ ଆସିବା ପରେ ପ୍ରଥମ  ବଜେଟ୍‌ରେ ସମାକୋଇ ଚକଧର ପ୍ରକଳ୍ପ  ନିମନ୍ତେ ଅର୍ଥ ଅନୁମୋଦନ କରିଛନ୍ତି ।  ଏହି ଖବର ଗଣମାଧ୍ୟମରେ ପ୍ରକାଶ  ପାଇବା ପରେ ପ୍ରସ୍ତାବିତ ସମାକୋଇ  ଚକଧର ନଦୀ ବନ୍ଧ ପ୍ରକଳ୍ପକୁ ସମ୍ପୂର୍ଣ୍ଣ  ବନ୍ଦ ପାଇଁ ତେଲକୋଇ ଅଞ୍ଚଳବାସୀଙ୍କ  ପକ୍ଷରୁ ଦୃଢ଼ ଦାବି କରାଯାଉଛି ।   ଏହାର ପ୍ରତିବାଦରେ ଗତ ୨୭  ତାରିଖରେ ତେଲକୋଇ ବ୍ଲକ୍‌କୁ ୧୨  ଘଣ୍ଟିଆ ବନ୍ଦ କରାଯାଇଥିଲା । ଏଥିରେ  ଅଞ୍ଚଳର ୧୫ ହଜାରରୁ ଅଧିକ ଆନ୍ଦୋଳନ  କାରି ସାମିଲ ହୋଇ ରାଜ୍ୟ ସରକାରଙ୍କ  ବିରୋଧରେ, ପ୍ରକଳ୍ପ ବନ୍ଦ ଦାବିରେ  ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ତୀବ୍ର  ବିରୋଧ କରିଥିଲେ । ଆଜି ପୁଣି ଏହି  ବିରୋଧକୁ ଆହୁରି ତୀବ୍ରତର କରିବା ପାଇଁ  ସମାକୋଇ ଚକଧର ସମନ୍ୱୟ ସମିତି  ପକ୍ଷରୁ ତେଲକୋଇ ବନ୍ଦ ସମେତ ୪୯  ନମ୍ବର ଜାତୀୟ ରାଜପଥକୁ ୧୨ ଘଣ୍ଟିଆ  ବନ୍ଦ ଡାକରା ଦିଆଯାଇଛି । ଏହାକୁ ବହୁ  ମାତ୍ରାରେ ସର୍ମଥନ ଜଣାଇବାକୁ ସମନ୍ୱୟ  ସମିତି ପକ୍ଷରୁ ନିବେଦନ କରାଯାଇଛ

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.