ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଖବରକାଗଜ ବିତରକଙ୍କ ପରିବାରକୁ କ୍ଷତିପୂରଣ ଘଟଣା: ଏସ୍‌ପିଙ୍କ ଚୌକି ଜବତ ପାଇଁ ଅଦାଲତଙ୍କ ନିର୍ଦ୍ଦେଶ

କେନ୍ଦୁଝର,୦୬/୦୯: ପୁଲିସ୍‌ ଗାଡ଼ି ଧକ୍କାରେ ଜଣେ ଖବରକାଗଜ ବିତରକ ପ୍ରାଣ ହରାଇଥିଲେ । ମୃତକ ପରିବାରକୁ କ୍ଷତିପୂରଣ ପାଇଁ ଅଦାଲତ ପୁଲିସ ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ୧୩ ବର୍ଷ ପରେ ମଧ୍ୟ କ୍ଷତିପୂରଣ ମିଳିନାହିଁ । ଯେଉଁଥିପାଇଁ ମୃତକଙ୍କ ପରିବାର ପକ୍ଷରୁ ପୁଣି ଅଦାଲତରେ ସତ୍ୟପାଠ ଦାଖଲ ପରେ ଜିଲ୍ଲା ଓ ଦୌରାଜଜ୍‌ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଅଦାଲତ ଏସ୍‌ପିଙ୍କ ଚୌକି ସମେତ ଅନ୍ୟାନ୍ୟ ଉପକରଣ ଜବତ ପାଇଁ ନୋଟିସ୍‌ କରିଛନ୍ତି । ଏଭଳି ନିର୍ଦ୍ଦେଶକୁ ନେଇ ପୁଲିସ ପ୍ରଶାସନ ଓ ବିଚାର ବିଭାଗୀୟ ମୁହାଁମୁହିଁ ହୋଇଛନ୍ତି । କିନ୍ତୁ ନ୍ୟାୟ ଆଗରେ ସମସ୍ତେ ସମାନ ବୋଲି ଜଜ୍‌ କହିଛନ୍ତି । ନୋଟିସ୍‌ ପାଇବା ପରେ ପୁଲିସ ପକ୍ଷରୁ ତ୍ୱରିତ୍‌ ପଦକ୍ଷେପ ଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବ୍‌ଶୀଘ୍ର ପୀଡିତ ପରିବାରଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ସୂଚନା ମିଳିଛି । 

କେନ୍ଦୁଝର କବିତ୍ରା ଗ୍ରାମର ପ୍ରତାପ ଜେନା ଖବରକାଗଜ ବିତରକ ଭାବେ କାମ କରୁଥିଲେ । ସେ କେନ୍ଦୁଝର ଆସୁଥିବା ସମୟରେ ୨୦୦୮ ମସିହାରେ ପୁଲିସ ଗାଡି ଧକ୍କାରେ ଡ଼େଲି ମାର୍କେଟ୍‌ ନିକଟରେ ପ୍ରାଣ ହରାଇଥିଲେ । ଏହି ଘଟଣାକୁ ନେଇ ଅଦାଲତରେ ୨୦୧୧ରେ କ୍ଷତିପୂରଣ ମାମଲା ଦାୟର ହୋଇଥିଲା । ପୁଲିସ ଗାଡିର ଦାୟିତ୍ୱହୀନତା ପାଇଁ ଜଣେ ଗରିବ ଲୋକର ମୃତ୍ୟୁ ଘଟିଥିବା ଦର୍ଶାଇ ଜିଲ୍ଲା ଓ ଦୌରାଜଜ୍‌ ପୁଲିସ ଏସ୍‌ପିଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଅଦାଲତର ନିର୍ଦ୍ଦେଶ ସତ୍ତେ୍ୱ ପୁଲିସ ପ୍ରଶାସନ କ୍ଷତିପୂରଣ ଦେବାରେ ବିଳମ୍ବ କରିଥିଲେ । ୨୦୧୪ରେ ଏହି ଘଟଣାର ରାୟ ପ୍ରକାଶ ପାଇଥିଲା । ରାୟରେ ୨୦୧୧ ମସିହାରୁ ୯ ପ୍ରତିଶତ ସୁଧ ସହିତ ଏହି କ୍ଷତିପୂରଣ ରାଶି ମୃତକ ପରିବାରକୁ ପ୍ରଦାନ କରିବାକୁ ଅଦାଲତ ଆଦେଶ ଦେଇଥିଲେ । କିନ୍ତୁ ଆଦେଶକୁ କାର୍ଯ୍ୟକାରୀ କରିବାରେ ପୁଲିସ ପ୍ରଶାସନ ଯଥେଷ୍ଟ ବିଳମ୍ବ କରିଥିଲେ ।

ନିକଟରେ ମୃତକଙ୍କ ଉତ୍ତରାଧିକାରୀ ଅଦାଲତରେ ଉପସ୍ଥିତ ହୋଇ କ୍ଷତିପୂରଣ ପାଇନଥିବା ଦର୍ଶାଇ ଏକ ସତ୍ୟପାଠ ଦାଖଲ କରିଥିଲେ । ୨୦୧୪ ମସିହାରେ ଜିଲ୍ଲା ଦୌରାଜଜ୍‌ଙ୍କ ଆଦେଶ କାର୍ଯ୍ୟକାରୀ କରାଯାଇନଥିବା ସହିତ ମୃତକ ପରିବାର କ୍ଷତିପୂରଣରୁ ବଞ୍ଚିତ ହୋଇଥିବାରୁ ଅଦାଲତ କ୍ଷୋଭ ପ୍ରକାଶ କରିଥିଲେ । ଏସ୍‌ପିଙ୍କ ସଂପତ୍ତି ଜବତ ପାଇଁ ଏକ ପିଟିସନ ଅଦାଲତରେ ଦାଖଲ ହୋଇଥିଲା । ଏଥିରେ ଏସ୍‌ପିଙ୍କ ଚୌକି ସହିତ ଟେବୁଲ, କମ୍ପ୍ୟୁଟର, ପ୍ରିଣ୍ଟର, ପଙ୍ଖା ଏବଂ ଏସି ଜବତ କରାଯାଇ ମୃତକ ପରିବାରକୁ କ୍ଷତିପୂରଣ ଭରଣା କରାଯାଉ ବୋଲି ପିଟିସନ ଦାଖଲ ହୋଇଥିଲା । ଅଦାଲତ ଉକ୍ତ ଆବେଦନକୁ ଗ୍ରହଣ କରି ସଂପତ୍ତି ଜବତ ପାଇଁ ଏସ୍‌ପିଙ୍କୁ ନୋଟିସ କରିଥିଲେ । 

ମଙ୍ଗଳବାର ଅଦାଲତର ପ୍ରୋସେସ୍‌ ସର୍ଭରର ନୋଟିସ୍‌ ନେଇ ଏସପିଙ୍କୁ ପ୍ରଦାନ କରି ୧୨ ତାରିଖ ସୁଦ୍ଧା କ୍ଷତିପୂରଣ ରାଶି ଦେବା ସହିତ ଅଦାଲତରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଥିବାର ସୂଚନା ଦେଇଛନ୍ତି । ଅଦାଲତର କଡା ଅଭିମୁଖ୍ୟ ପରେ ପୁଲିସ ପ୍ରଶାସନ ଚେତିଛି । ପୁଲିସ ପକ୍ଷରୁ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । 

ସୂଚନା ଅନୁଯାୟୀ, ୨୦୧୪ ମସିହାରେ ରାୟ ପ୍ରକାଶ ପରେ ପୁଲିସ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ରାଶି ଚେକ୍‌ ମାଧ୍ୟମରେ ଦିଆଯିବାକୁ ପ୍ରସ୍ତୁତ କରାଯାଇଥିଲା । ମାତ୍ର ଉକ୍ତ ଚେକ୍‌ ମୃତକ ପରିବାରକୁ ପ୍ରଦାନ କରାଯାଇନଯାଇ ଫାଇଲରେ ରଖି ଦିଆଯାଇଥିଲା । ଚେକ୍‌ର ଅବଧି ଶେଷ ହୋଇଯାଇଥିବାରୁ ପୁଣି ଏକ ନୂଆ ଚେକ୍‌ ଜରିଆରେ କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଏହି ମାମଲାକୁ ମୃତକଙ୍କ ପରିବାର ପକ୍ଷରୁ ଜୟନ୍ତ ମହାନ୍ତି ପରିଚାଳନା କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.