ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଘରୁ ଘୋଷାଡି ନେଇ ମହିଳାଙ୍କୁ ବିଭତ୍ସ ହତ୍ୟା

ଆନନ୍ଦପୁର, ୨।୯ : ରାତିରେ ଘରୁ ଘୋଷାଡି ନେଇ ମହିଳାଙ୍କୁ ହାଣି ବିଭତ୍ସ ହତ୍ୟା  କରାଯାଇଛି ।  ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ନିଆଳିଝରଣ ଗାଁରେ ରବିବାର ବିଳମ୍ବିତ ରାତିରେ ଏଭଳି ଏକ ଲୋମହର୍ଷଣକାରୀ  ହତ୍ୟାକାଣ୍ଡ ଘଟିଛି ।  ମୃତା ମହିଳା ଜଣକ ହେଲେ ମୋହନ ହେମ୍ବ୍ରମଙ୍କ ପତ୍ନୀ  ସାଲକେ ହେମ୍ବ୍ରମ  । 

ରବିବାର ରାତିରେ ଗାଁରେ ଯାତ୍ରା ପାଇଁ ସାମୂହିକ  ଭୋଜି ହୋଇଥିଲା।  ଭୋଜି ଖାଇବାକୁ ସ୍ବାମୀ ମୋହନ ସମେତ ଘରର ଅନ୍ଯ ସଦସ୍ଯମାନେ ଯାଇଥିଲେ । ଘରେ ସାଲକେ ଓ ଶାଶୂ ସୁମି ଘରେ ରହିଥିଲେ ।  ଏହି ସମୟରେ ଏକ ଅଚିହ୍ନା ବ୍ଯକ୍ତି ଘରକୁ ଆସି ସାଲକେଙ୍କୁ  ହାଣ୍ଡିଆ କିଣି ଆଣି ଦେବାକୁ କହିଥିଲେ । ହେଲେ ସାଲକେ ମନା କରିବାରୁ ତାଙ୍କୁ ଘରୁ ପଦାକୁ ଘୋଷାଡି ନେଇ ଘର ସାମ୍ନାରେ ହତ୍ଯା କରିଥିବା ଶାଶୁ ସୁମି କହିଛନ୍ତି । ତେବେ ଏ ସମ୍ପର୍କରେ  ପରିବାର କିମ୍ବା ମୃତକଙ୍କ ସ୍ବାମୀଙ୍କ ତରଫରୁ ପୋଲିସକୁ କେହି ଜଣାଇ ନ ଥିଲେ ।  ମୃତକଙ୍କ ଭାଇ ଘନଶ୍ଯାମ ଖଦୁପଦା ଗାଁରୁ ଆସି ଘସିପୁରା ପୋଲିସକୁ ଖବର କରିଥିଲେ । ଯାହାକି ସନ୍ଦେହ ସୃଷ୍ଟି କରିଛି । ଆନନ୍ଦପୁର ଏସଡିପିଓଙ୍କ ନେତୃତ୍ବରେ ପୋଲିସ୍  ଟିମ୍ ଗାଁରେ ପହଁଞ୍ଚି ତଦନ୍ତ  ଆରମ୍ଭ  କରିଛି । ସାଇଣ୍ଟିଫିକ୍ ଟିମ୍ ମଧ୍ଯ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଚଳାଇଛି ।  ତେବେ ଗାଁରେ କେହି ଘଟଣା ସମ୍ପର୍କରେ ମୁହଁ ଖୋଲୁନଥିବାରୁ ଡାହାଣୀ ସନ୍ଦେହ ହତ୍ଯାକାଣ୍ଡ ହୋଇଥାଇପାରେ ବୋଲି ଅନୁମାନ  କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.