ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

୧୩ ସ୍ୱାସ୍ଥ୍ୟସେବା ଭ୍ରାମ୍ୟମାଣ ଗାଡ଼ିରେ ବେଡ଼ି, କାର୍ଯ୍ୟକାରୀ ନକରି ପକାଇ ରଖିଛି ସ୍ୱାସ୍ଥ୍ୟବିଭାଗ

କେନ୍ଦୁଝର, ୪।୯: ଖଣି ପ୍ରଭାବିତ ଜିଲ୍ଲାର ପ୍ରତ୍ୟେକ ଗାଁରେ ଅଭିଜ୍ଞ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀମାନେ ପହଞ୍ଚି ରୋଗୀଙ୍କୁ ସେବା ଯୋଗାଇବା ଲକ୍ଷ୍ୟ ରହିଥିଲା । ଏଥିପାଇଁ ଡିଏମ୍‌ଏଫ୍‌ ଅନୁଦାନରେ ମେ’ମାସରେ କେନ୍ଦୁଝର ସ୍ୱାସ୍ଥ୍ୟବିଭାଗକୁ ୧୩ଟି ସ୍ୱତନ୍ତ୍ର ଭ୍ରାମ୍ୟମାଣ ଗାଡ଼ି ଦିଆଯାଇଛି । କିନ୍ତୁ ୪ ମାସ ହେବ ତାହା କାର୍ଯ୍ୟକାରୀ ହୋଇପାରିନି । ୬୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ବିନିଯୋଗ ପରେ ଶୁଭାରମ୍ଭ ପାଇଁ ସମୟ ନିର୍ଦ୍ଧାରଣ ହୋଇ ନପାରିବା ଦୁର୍ଭାଗ୍ୟର ବିଷୟ । ନୂଆ ଗାଡ଼ି ଗୁଡ଼ିକ ଏବେ ଡାକ୍ତରଖାନା ପରିସରରେ ପଡ଼ି ରହି ଖତ ଖାଉଛି । ନିଃଶୁଳ୍କ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା କେନ୍ଦୁଝର ଜିଲ୍ଲା ପ୍ରଶାସନର ଏକ ଅଭିନବ ଉଦ୍ୟମ । ୧୩ଟି ବ୍ଲକ୍‌ ପାଇଁ ୧୩ଟି ଅତ୍ୟାଧୁନିକ ଗାଡ଼ି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଇଁ ସ୍ୱାସ୍ଥ୍ୟବିଭାଗକୁ ଯୋଗାଇ ଦିଆଯାଇଛି । 

ଉକ୍ତ ଗାଡ଼ିରେ ଜଣେ ଅଭିଜ୍ଞ ଡାକ୍ତର, ଫାର୍ମାସିଷ୍ଟ, ଲାବରୋଟାରୀ ଟେକ୍ନିସିଆନ୍‌, ନର୍ସ ନିୟୋଜିତ ରହିବେ । ପ୍ରତିଦିନ ଗାଡ଼ି ୨ଟି ଗାଁ ପରିଭ୍ରମଣ କରି ରୋଗୀସେବା ଯୋଗାଇବ । ମାଗଣାରେ ସମସ୍ତ ପ୍ରକାର ରକ୍ତ ପରୀକ୍ଷା ଯଥା ମଧୁମେହ, ମ୍ୟାଲେରିଆ, ଯକ୍ଷ୍ମା, ଡେଙ୍ଗୁ, ୟୁରିକ୍‌ ଏସିଡ୍‌ ପ୍ରଭୃତି ପରୀକ୍ଷା ପାଇଁ ଉକ୍ତ ଗାଡିରେ ଯନ୍ତ୍ରପାତିର ବ୍ୟବସ୍ଥା ରହିଛି । ଜଣେ ଡାକ୍ତରଙ୍କ ପାଇଁ ସ୍ୱତନ୍ତ୍ର କ୍ୟାବିନ୍‌ ରହିଛି । ଶୀତତାପ ନିୟନ୍ତ୍ରିତ ଗାଡିରେ ରୋଗୀଙ୍କ ପାଇଁ ଶଯ୍ୟାର ବନ୍ଦୋବସ୍ତ ରହିଛି । ଏହାସହିତ ଜରୁରୀ ସମସ୍ତ ପ୍ରକାର ଔଷଧ ପାଇଁ ଏକ କ୍ୟାବିନ୍‌ ରହିଛି । ରୋଗୀର ରକ୍ତ ନାମୁନା ପରୀକ୍ଷା ପରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ମାଗଣା ଔଷଧ ମଧ୍ୟ ବିତରଣ ବ୍ୟବସ୍ଥା ରହିଛି । ଉକ୍ତ ଯାନରେ ଯକ୍ଷ୍ମା, କୁଷ୍ଠ ଓ ଅନ୍ୟାନ୍ୟ ରୋଗ ଉପରେ ଜରୁରୀ ସୂଚନା ପ୍ରଦାନ, ଗର୍ଭବତୀ ଓ ପ୍ରସୂତି ମହିଳାମାନଙ୍କ ପାଇଁ ପରୀକ୍ଷା ଓ ପରାମର୍ଶ, ଖାଦ୍ୟାଭାବ ଜନିତ ସଚେତନତା ସହିତ ସ୍ୱାସ୍ଥ୍ୟ ସମ୍ବଦ୍ଧୀୟ ସମସ୍ତ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ଅତ୍ୟାଧୁନିକ ଗାଡିରେ ସମସ୍ତ ଉପକରଣ ରହିଛି । 

ପ୍ରତିଦିନ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଗାଡି ୨ଟି ଗ୍ରାମରେ ପହଞ୍ଚି ଅତିକମ୍‌ରେ ୫୦ ଜଣଙ୍କୁ ଚିକିତ୍ସା ଯୋଗାଇବା କାର୍ଯ୍ୟକ୍ରମର ଲକ୍ଷ୍ୟ । ରୋଗୀଙ୍କ ଶରୀରରେ ଜଟିଳ ଲକ୍ଷଣ ରହିଥିଲେ ତୁରନ୍ତ ମୁଖ୍ୟାଳୟକୁ ପଠାଇ ଚିକିତ୍ସା ପାଇଁ ପରାମର୍ଶ ଦେବେ । ଉକ୍ତ ଗାଡିରେ ପାଖାପାଖି ୫୦ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି । ୧୩ଟି ଗାଡି ପାଇଁ ଡିଏମ୍‌ଏଫ୍‌ରୁ ୬୫ ଲକ୍ଷ ଟଙ୍କା ବ୍ୟୟ କରାଯିବା ପରେ ଉକ୍ତ ସ୍ୱତନ୍ତ୍ର ଗାଡି ମେ’ମାସରେ ଆସି କେନ୍ଦୁଝରରେ ପହଞ୍ଚିଛି । ଗାଁ ଗହଳିରେ ଦୁର୍ଘଟଣାରେ ଶିକାର ହେଉଥିବା ବ୍ୟକ୍ତି ଏହାଦ୍ୱାରା ତତ୍‌କ୍ଷଣାତ ଚିକିତ୍ସା ମଧ୍ୟ ପାଇପାରିବେ । ଉକ୍ତ ଗାଡିର ଛାତରେ ଏକ ପାଲ ମଧ୍ୟ ଖଞ୍ଜା ଯାଇଛି । ଗାଁରେ ପହଞ୍ଚିବା ପରେ ପାଲ ତଳେ ରୋଗୀମାନେ ବିଶ୍ରାମ ନେବାର ବ୍ୟବସ୍ଥା ରହିଛି । ଗାଡିରେ ୧୩ ଜଣ ଚାଳକ ଓ ଅନ୍ୟ କର୍ମଚାରୀ ମଧ୍ୟ ଡିଏମ୍‌ଏଫ୍‌ ଅନୁଦାନରେ ନିଯୁକ୍ତି ପାଇବେ । ମାତ୍ର ଉକ୍ତ ସେବା ଅଧାରାସ୍ତାରୁ ବାଟବଣା ହୋଇଯାଇଛି । 

ଗାଡ଼ି କିଣା ଓ ଯନ୍ତ୍ରପାତି ସ୍ଥାପନା ପରେ ଗାଡ଼ି ଗୁଡ଼ିକ ବ୍ୟବହାର ବଦଳରେ ପକାଇ ରଖାଯାଇଛି । କେନ୍ଦୁଝର ଏକ ଆଦିବାସୀ ତଥା ଅନେକ ଅଞ୍ଚଳ ଅଗମ୍ୟ ହୋଇଥିବାରୁ ସମସ୍ତଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚିବା ଏକ ନୂଆ ପରିକଳ୍ପନା ଦିଗହରା ହୋଇପଡିଛି । ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର ଚନ୍ଦ୍ର ପୃଷ୍ଟିଙ୍କୁ ଯୋଗାଯୋଗ କରିବାରୁ ଖୁବଶୀଘ୍ର ଏହି ଯୋଜନା ଶୁଭାରମ୍ଭ ହେବାକୁ ଯାଉଛି । ଏହାଦ୍ୱାରା ଗ୍ରାମାଞ୍ଚଳରେ ଲୋକେ ସୁବିଧା ଓ ମାଗଣାରେ ସ୍ୱାସ୍ଥ୍ୟସେବା ପାଇବା ସହିତ ସହଜରେ ବିଭିନ୍ନ ପରୀକ୍ଷା ନିରୀକ୍ଷା ଏବଂ ଔଷଧ ପାଇପାରିବେ । ସ୍ୱାସ୍ଥ୍ୟସେବାରେ ଭ୍ରାମ୍ୟମାଣ ଗାଡି କେନ୍ଦୁଝର ଜିଲ୍ଲା ପାଇଁ ଏକ ମାଇଲଖୁଣ୍ଟ ହେବ ବୋଲି କହିଛନ୍ତି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.