ପ୍ରମୂଖ ଖବର
  • ୧୯୮୪ ଶିଖ୍‌ ଦଙ୍ଗା ମାମଲା, ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ
  • ||
  • ଚିକିଟି ମଦ ମୃତ୍ୟୁ ମାମଲା, ୬ ମାସ ପରେ ଅବକାରୀ କମିଶନରଙ୍କ ତଦନ୍ତ ଆରମ୍ଭ
  • ||
  • ବିଧାନସଭାର CAG ରିପୋର୍ଟ, ମଦନୀତିରେ ଦିଲ୍ଲୀ ସରକାରଙ୍କୁ ୨ ହଜାର କୋଟିର କ୍ଷତି
  • ||
  • ନିମାପଡ଼ାରୁ ନକଲି ପରୀକ୍ଷାର୍ଥୀ ଗିରଫ, ଆଡମିଟ୍ କାର୍ଡରେ ଫଟୋ ମ୍ୟାଚ୍ ନହେବାରୁ ଧରାପଡ଼ିଲେ
  • ||
  • ଚାପଡରେ ହାଣି ପ୍ରେମିକା ସହ ୬ଜଣଙ୍କୁ ବିଭତ୍ସ ହତ୍ୟା, ଥାନାରେ ଆତ୍ମସମର୍ପଣ କଲେ ଯୁବକ
  • ||
  • ଉଦଳା; ସୀମା ଟପିଗଲା ଅମାନୁଷିକତା। ବିଦ୍ୟାଳୟରେ ପରିସ୍ରା ଓ ବାନ୍ତି କରିଦେଲେ ବୋଲି ଦିବ୍ୟାଙ୍ଗ ଛାତ୍ରୀଙ୍କୁ ନିର୍ଘାତ ମାଡ଼
  • ||
  • ପୋଲିସକୁ ଚକମା ଦେଇ ଚମ୍ପଟ୍ ମାରିବା ବେଳେ ଗୋରୁ ବୋଝେଇ ଟ୍ରକ୍ ଦୁର୍ଘଟଣା, ଡ୍ରାଇଭର୍ ଫେରାର୍
  • ||
  • ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଟକ୍କର, ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍
  • ||
  • ରାଜ୍ୟରେ ୪ଦିନ ଯାଏ ଶୁଖିଲା ପାଗ, ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||
  • ଓଡ଼ିଶାରେ ମୃଦୁ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୧ ରେକର୍ଡ, ବଙ୍ଗୋପସାଗର କେନ୍ଦ୍ରସ୍ଥଳ
  • ||

ସମ୍ମମରେ ହେଲଥ ରେକର୍ଡସ ଆସୋସିଏସନ୍ ଅଫ୍ ଇଣ୍ଡିଆର ଜାତୀୟ ସମ୍ମିଳନୀ ଉଦଯାପିତ

Published By : Prameya | February 25, 2025 11:23 PM

ଭୁବନେଶ୍ୱର, ୨୫/୨ :   ହେଲ୍‌ଥ ରେକର୍ଡସ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆର ୨୪ତମ ଜାତୀୟ ସମ୍ମିଳନୀ ସୋଆ ପରିଚାଳିତ ସମ୍‌ ଅଲ୍ଟିମେଟ ମେଡିକେୟାର (ସମ୍ମମ) ଠାରେ ଗତ ଫେବୃଆରୀ ୨୧ ଓ ୨୨ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ୪୫୦ରୁ ଊଦ୍ଧ୍ୱର୍ ସ୍ୱାସ୍ଥ୍ୟ ଓ ମେଡିକାଲ୍‌ ରେକର୍ଡ ବିଶେଷଜ୍ଞ ଯୋଗ ଦେଇଥିଲେ ।

ସମ୍ମମର ମେଡିକାଲ୍‌ ରେକର୍ଡସ ବିଭାଗ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀକୁ ହସ୍ପିଟାଲ୍‌ର ଚିଫ୍‌ ଏଗ୍‌ଜିକ୍ୟୁଟିଭ୍‌ ଅଫିସର ଡ. ଶ୍ୱେତପଦ୍ମା ଦାଶ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ହସ୍ପିଟାଲ୍‌ର ମେଡିକାଲ୍‌ ସର୍ଭିସେସ୍‌ ମୁଖ୍ୟ ବ୍ରିଗେଡିୟର (ଡ.) ବିରାଜ ମୋହନ ମିଶ୍ର ତଥା ହେଲ୍‌ଥ ରେକର୍ଡସ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆନର ସଭାପତି ଶ୍ରୀ ସୁରେଶ କାର୍ଲେଟନ ଓ ସଂପାଦକ ଶ୍ରୀ ୱିଲସନ୍‌ ଥାୟା ଜି ଉପସ୍ଥିତ ଥିଲେ ।  ଡ. ଦାଶ ତାଙ୍କ ବକ୍ତୃତାରେ ଆର୍ଟିଫିସିଆଲ୍‌ ଇନ୍‌ଟେଲିଜେନ୍ସର ଅଭ୍ୟୁଦୟ ପରିପ୍ରେକ୍ଷୀରେ ଡାକ୍ତରୀ ଚିକିତ୍ସାରେ ମେଡିକାଲ୍‌ ରେକର୍ଡସର ଭୂମିକା ଉପରେ ଆଲୋକପାତ କରିଥିଲେ । 

ଏହି ସମ୍ମିଳନୀର ମୂଳ ପ୍ରସଙ୍ଗ ଥିଲା ‘କରେଂଟ ଟ୍ରେଣ୍ଡସ୍‌ ଇନ୍‌ ମେଡିକାଲ୍‌ ରେକର୍ଡସ ଆଣ୍ଡ ହେଲ୍‌ଥ ଇନ୍‌ଫର୍ମେସନ୍‌ ମ୍ୟାନେଜମେଂଟ ଉଇଥ ରେଫରେନ୍ସ ଟୁ କ୍ୱାଲିଟି ଆକ୍ରେଡିଟେସନ୍‌ ଆଣ୍ଡ ମେଡିକୋ ଲିଗାଲ ଆସ୍‌ପେକ୍ଟସ’। ଡ. ଦାଶ ମଧ୍ୟ ଆସୋସିଏସନ୍‌ର ୱେବସାଇଟ୍‌ ଓ ଅନଲାଇନ୍‌ ପୋର୍ଟାଲକୁ ଏହି ଅବସରରେ ଉନ୍ମୋଚିତ କରିଥିଲେ । ଏହାଛଡ଼ା ଆସୋସିଏସନ୍‌ର ଓଡ଼ିଶା ଶାଖାର ୭ ଜଣ ସଭ୍ୟଙ୍କୁ ସେମାନଙ୍କର ଏହି କ୍ଷେତ୍ରରେ ଅବଦାନ ନିମନ୍ତେ ସମ୍ମାନିତ କରାଯାଇଥିଲା ।  ସମ୍ମାନିତ ସଭ୍ୟମାନେ ହେଲେ ବିଜୟ କୁମାର ବେହେରା, ପ୍ରଫୁଲ୍ଲ ଚନ୍ଦ୍ର ରଣା, ମନୋଜ କୁମାର ବେହେରା, ନାରାୟଣ ଚନ୍ଦ୍ର ବେହେରା, ଅଜୟ କୁମାର ମହାପାତ୍ର,  ସୁଜିତ କୁମାର ରାଉଳ ଓ ରତିକାନ୍ତ ବାରିକ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.