ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଅଜିତ ପାଓ୍ବାରଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ, ସାମିଲ ହେଲେ ଶରଦ ପାଓ୍ବାର ଏବଂ ସୁପ୍ରିୟା ସୋଲେ

Image Courtesy: abplive

ମୁମ୍ବାଇ: ମହାରାଷ୍ଟ୍ରର ଜିଲ୍ଲା ଯୋଜନା ଓ ବିକାଶ ପରିଷଦ ବୈଠକରେ ସାମିଲ ହେବାକୁ ପୁଣେର ଡିଭିଜନାଲ କମିଶନରଙ୍କ ଘରେ ପହଞ୍ଚିଥିଲେ ଏନସିପି (ଏସପି) ମୁଖ୍ୟ ଶରଦ ପାଓ୍ବାର । ଏହି ବୈଠକର ଅଧ୍ୟକ୍ଷତା କରୁଥିଲେ ତାଙ୍କ ପୁତୁରା ତଥା ମନ୍ତ୍ରୀ ଅଜିତ ପାଓ୍ବାର । ଅଜିତ ପାଓ୍ବାର ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ସେ ଏନସିପି (ଏପି)ର ମୁଖ୍ୟ । ପୁଣେରେ ଆୟୋଜିତ ଏହି ବୈଠକରେ ସାଂସଦ ସୁପ୍ରିୟା ସୁଲେ, ଜିଲ୍ଲା ପ୍ରଶାସନର ସବୁ ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ଥିଲେ । 

ଚଳିତ ବର୍ଷ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଆଉ ଏହାକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ ଦେଖିବାକୁ ମିଳୁଛି । ଅଜିତ ପାଓ୍ବାର ପୁଣି ଥରେ ଦାଦାଙ୍କ ଏନସିପି ଶିବିରକୁ ଫେରିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ସେପଟେ ବୈଠକରେ ସାମିଲ ହେବା ପୂର୍ବରୁ ଶରଦ ପାଓ୍ବାର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସମୟରେ ବିଧାନସଭା ନିର୍ବାଚନ, ପୁତୁରା ଅଜିତ ପାଓ୍ବାରଙ୍କ ଦଳ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି । 

ଶରଦ ପାଓ୍ବାର କହିଛନ୍ତି ଯେ, ‘ମହାରାଷ୍ଟ୍ରରର ଜନତା ସେମାନଙ୍କୁ ଉଚିତ ଜବାବ ଦେଇଛନ୍ତି । ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରର ଜନତା ୪୮ରୁ ୩୧ ସାଂସଦ ଆମ ଦଳରୁ ବାଛିଛନ୍ତି । ଏହାର ଅର୍ଥ ଲୋକମାନେ ନିଜର ମତ ପରିବର୍ତ୍ତନ କରିଥିବା ନେଇ ସ୍ପଷ୍ଟ କରିଛନ୍ତି । ଏବେ ଲୋକଙ୍କୁ ମହା ବିକାଶ ଅଘାଡ଼ି ଦଳ ଉପରେ ଭରସା ଆସିଛି ।’ 

ଅଜିତ ପାଓ୍ବାରଙ୍କ ବୈଠକ ସଂପର୍କରେ ଶରଦ ପାଓ୍ବାର କହିଛନ୍ତି, ଗଣତନ୍ତ୍ରରରେ ସମସ୍ତଙ୍କୁ ମତ ରଖିବାର ଅଧୀକାର ରହିଛି । ସେହିଭଳି ବିଧାନସଭା ନିର୍ବାଚନରେ ସିଟ୍‌ ଭାଗବଣ୍ଟାକୁ ନେଇ ସେ କହିଛନ୍ତି ଯେ, ମହା ବିକାଶ ଅଘାଡ଼ିର ତିନି ଦଳ ଏକାଠି ବୈଠକ କରିବା ପରେ ନିଷ୍ପତ୍ତି ହେବ ।  ରାଜ୍ୟକୁ ଏକ ସ୍ଥିର ସରକାର ଦେବା ଆମର ଲକ୍ଷ୍ୟ । ଅନ୍ୟପଟେ ନିର୍ବାଚନ ପୂର୍ବରୁ ଏନସିପି ସଭାପତି ଏବଂ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କୁ ଶକ୍ତ ଝଟକା ଲାଗିଛି । ପୁଣେର ପିମ୍ପରି-ଛିନ୍ଦଓ୍ବାଡ଼ାର ପ୍ରାୟ ଡଜନେ ଦଳୀୟ କର୍ମଚାରୀ ବୁଧବାର (୧୭ ଜୁଲାଇ) ଶରଦ ପାଓ୍ବାରଙ୍କ ଦଳ   ଛାଡ଼ି ଏନସିପି (ଶରଦ ପାଓ୍ବାର)ରେ ସାମିଲ ହୋଇଛନ୍ତି ।  


  • Maharastra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.