ଭୁବନେଶ୍ବର,୭।୧୦ : ରାଜ୍ୟରେ ବଦଳିବ ସରକାରୀ କୋଠା ରଙ୍ଗ। ଏଣିକି ସରକାରୀ କୋଠା କାନ୍ଥ କମଳା ରଙ୍ଗ ହେବ। କୋଠାର ବର୍ଡର ଅଂଶରେ ନାଲି ରଙ୍ଗ ଲାଗିବ। ନୂଆ ୟୁନିଫର୍ମ କଲର କୋଡ୍ ନେଇ ପୂର୍ତ୍ତ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ସର୍ବୋଚ୍ଚ ଯନ୍ତ୍ରୀମାନଙ୍କୁ ପୂର୍ତ୍ତ ବିଭାଗ ପକ୍ଷରୁ ଚିଠି କରାଯାଇଛି।
ସମସ୍ତ ନୂତନ ସରକାରୀ କୋଠା ଏବଂ ପର୍ଯ୍ୟାୟକ୍ରମେ ସରକାରୀ କୋଠାର ମରାମତି / ନବୀକରଣ କାର୍ଯ୍ୟ ସମୟରେ ନୂତନ ରଙ୍ଗ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ନିକଟରେ ସରକାରୀର ଵିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ମଧ୍ୟ ବଦଳାଇବାକୁ ନିଷ୍ପତ୍ତି ନେଇଥିଲେ।