ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ହୀରାକୁଦ ଗେଟ୍ ଖୋଲିବା ନେଇ ସଚେତନତା ଆରମ୍ଭ, ନଦୀକୂଳିଆ ଲୋକଙ୍କୁ ସତର୍କ ସୂଚନା

ସମ୍ବଲପୁର, ୨୬/୦୭ : ହୀରାକୁଦ ଜଲଭଣ୍ଡାରର ଖୋଲିବ ଗେଟ୍। ଆସନ୍ତା ୨୮ ତାରିଖ ରବିବାର ଦିନ ସକାଳ ୯ଟାରେ ନଦୀବନ୍ଧର ମୁଖ୍ୟଯନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେଉଥିବାରୁ ମହାନଦୀ ତଳିଆ ଜିଲ୍ଲାମାନଙ୍କର ଜିଲ୍ଲାପାଳମାନଙ୍କୁ ସତର୍କ ସୂଚନା ଦିଆଯାଇଛି। ଆଜି ଜଳ ସମ୍ପଦ ବିଭାଗ ପକ୍ଷରୁ ଦୁର୍ଘଟଣାକୁ ଏଡାଇବା ପାଇଁ ସମ୍ବଲପୁର ଜିଲ୍ଲାର ତଳିଆ ଅଞ୍ଚଳ ଗୁଡିକରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଇଛି।

ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ କ୍ରମାଗତ ଭାବରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ତେଣୁ ରବିବାର ଦିନ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଛି ଜଳ ସମ୍ପଦ ବିଭାଗ। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରେ ୬୧୦ ଫୁଟରେ ଜଳସ୍ତର ପହଞ୍ଚିଥିବା ବେଳେ ଗେଟ୍ ଖୋଲିବା ସମୟରେ ୬୧୦ ଫୁଟ ପାଣି ଥିବ ବୋଲି ସୂଚନା ମିଳିଛି। ବନ୍ୟାଜଳ ନିଷ୍କାସନ ସମୟରେ ମହାନଦୀ ଭିତରକୁ ନଯିବା ସହ ନିଜ ଗୃହପାଳିତ ପଶୁଙ୍କୁ ମଧ୍ୟ ମହାନଦୀ ଭିତରକୁ ନଛାଡିବା ପାଇଁ ସଚେତନ କରାଯାଇଛି। ନଦୀକୂଳିଆ ଲୋକ ଓ ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ସତର୍କ ରହିବାକୁ ସୂଚନା ଦିଆଯାଉଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.