ପ୍ରମୂଖ ଖବର

ଭାରତର ସର୍ବାଧିକ ପାରିଶ୍ରମିକ ନେଉଥିବା ଅଭିନେତା ହେଲେ ବିଜୟ, ଗୋଟିଏ ଫିଲ୍ମ ପାଇଁ ନେବେ ୨୦୦ କୋଟି!

Published By : Prameya | May 20, 2023 3:01 PM

ନୂଆଦିଲ୍ଲୀ ୨୦/୦୫: ଟଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଟପ୍ ଅଭିନେତାଙ୍କ ବିଷୟରେ କହିବାକୁ ଗଲେ ଥଲାପତି ବିଜୟଙ୍କ ନାମ ନିଶ୍ଚିତ ଭାବେ ନିଆଯିବ। ଫିଲ୍ମରେ ବିଜୟଙ୍କ ଦମଦାର ଆକ୍ସନ୍ ଦେଖିବାକୁ ଫ୍ୟାନ୍ସ ଉତ୍ସାହର ସହ ଚାହିଁ ରହିଥାନ୍ତି। ଅଭିନେତାଙ୍କ ଫିଲ୍ମ ବକ୍ସ ଅଫିସରେ ଧମାଲ କରିଥାଏ। ବର୍ତ୍ତମାନ ବିଜୟଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଲାପତି ବିଜୟଭାରତର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ହୋଇଛନ୍ତି। କୁହାଯାଉଛି ଯେ ସେ ତାଙ୍କର ଗୋଟିଏ ସିନେମା ପାଇଁ ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରିଛନ୍ତି। ନିର୍ମାତା ମଧ୍ୟ ତାଙ୍କୁ ଏହି ପରିମାଣ ଦେବାକୁ ରାଜି ଅଛନ୍ତି।

Thalapathy 65's first look to be released on the eve of Vijay's birthday |  Filmfare.com

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିଜୟ ତାଙ୍କର ପରବର୍ତ୍ତୀ ଫିଲ୍ମ ପାଇଁ ୨୦୦ କୋଟି ଟଙ୍କା ନେଇଛନ୍ତି। ଏଥିପାଇଁ ସେ ଫେମସ୍ ଟଲିଉଡର ନିର୍ଦ୍ଦେଶକ ଭେଙ୍କଟ ପ୍ରଭୁଙ୍କ ସହ ହାତ ମିଳାଇଛନ୍ତି। ଏହା ମଧ୍ୟ କୁହାଯାଉଛି ଯେ ଏହି ରାଶି ବିଜୟଙ୍କୁ ଏଜିଏସ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରଦାନ କରାଯିବ।

{"id":575934,"sizeSlug":"full","linkDestination":"none"}

ତେବେଏହି ବିଷୟରେ ନିର୍ମାତା କିମ୍ବା ଅଭିନେତାଙ୍କଠାରୁ କୌଣସି ବିବୃତ୍ତି ଆସିନାହିଁ। ଏଜିଏସ୍ ଏଣ୍ଟରଟେନମେଣ୍ଟ ହେଉଛି ସେହି ସମାନ କମ୍ପାନୀ ଯିଏ ବିଜୟଙ୍କ ଫିଲ୍ମ 'ବିଗିଲ୍' ପ୍ରଡ୍ୟୁସ୍ କରିଥିଲା। ଏହି ଫିଲ୍ମଟି ୨୦୧୯ ରେ ରିଲିଜ୍ ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

ରାଜନୀତି

ମନୋରଞ୍ଜନ

Copyright © 2024 - Summa Real Media Private Limited. All Rights Reserved.