ପ୍ରମୂଖ ଖବର

ସିଏମ୍ ଚନ୍ଦ୍ରଶେଖର ରାଓଙ୍କୁ ନେଉଥିବା ହେଲିକପ୍ଟର ଫେରି ଆସିଲା, ଯାନ୍ତ୍ରିକ ତ୍ରୁଟି ଅଭିଯୋଗ

ନୂଆଦିଲ୍ଲୀ,୬/୧୧ :  ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କୁ ନେଇ ଯାଉଥିବା ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଫେରିଆସିଲା ସେହି ଫାର୍ମହାଉସକୁ ଯେଉଁଠୁ ସେ ଉଡ଼ାଣ ଭରିଥିଲେ । କେସିଆର ତେଲେଙ୍ଗାନା ନିର୍ବାଚନକୁ ନେଇ ନିର୍ବାଚନୀ ସଭା କରିବାକୁ ଦେବରାକାଦରା ଯାଉଥିଲେ । 

ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂତ୍ରରୁ ଜଣାପଡ଼ିଛି କି ଯାନ୍ତ୍ରିକ ତ୍ରୁଟି କାରଣରୁ ହେଲିକପ୍ଟର ଉଡ଼ାଣ ଭରିବାର ୧୦ମିନିଟ ପରେ ପୁଣି ଫେରିଆସିଲା ମୁଖ୍ୟମନ୍ତ୍ରୀଙ୍କ ଫାର୍ମହାଉସକୁ । ଅଧିକାରୀଙ୍କ ସୂଚନା ଅନୁଯାୟୀ, ସତର୍କତାପୂର୍ଣ୍ଣ ଭାବେ ପାଇଲଟ ହେଲିକପ୍ଟରକୁ ମୁଖ୍ୟମନ୍ତ୍ରୀଙ୍କ ଫାର୍ମ ହାଉସ ପଟକୁ ମୋଡ଼ି ଦେଇଥିଲେ ଏବଂ ଏହା ସୁରକ୍ଷିତ ଭାବେ ଓହ୍ଲାଇପଡ଼ିଥିଲା ।

ଭାରତ ରାଷ୍ଟ୍ର ସମିତି(ବିଆରଏସ)ର ଚିଫ୍ କେସିଆରଙ୍କ ଲାଗି ଦ୍ବିତୀୟ ହେଲିକପ୍ଟରର ବ୍ୟବସ୍ଥା କରାଯାଉଛି । ଅଧିକାରୀଙ୍କ ବୟାନରେ କୁହାଯାଇଛି କି କିଛି ସମୟ ପରେ ପୁଣି ଏକ ହେଲିକପ୍ଟର ଫାର୍ମହାଉସଠାରେ ପହଞ୍ଚିବ ଏବଂ ରାଓ ଆଜି ନିଜର ନିର୍ବାଚନୀ ରାଲି କାର୍ଯ୍ୟକ୍ରମ ଅନୁସାରେ ଜାରି ରଖିବେ । 

ପ୍ରକାଶ ଯେ, ତେଲେଙ୍ଗାନାରେ ୩୦ନଭେମ୍ବରରେ ବିଧାନସଭା ନିର୍ବାଚନ ରହିଛି । ଏହାର ଫଳାଫଳ ୩ଡିସେମ୍ବରରେ ଆସିବ । ରାଜ୍ୟରେ କେସିଆରଙ୍କ ନେତୃତ୍ବରେ ବିଆରଏସର ସରକାର ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.