ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ସ୍ବପ୍ନ ପାଇଁ ଚାକିରି ଛାଡିଥିଲେ; ଏବେ ଦିନିକିଆ ଡେବ୍ୟୁ, ଜାଣନ୍ତୁ ବରୁଣ ଚକ୍ରବର୍ତ୍ତୀଙ୍କ କ୍ରିକେଟ ଯାତ୍ରା

Published By : Ankita S | February 9, 2025 3:00 PM

ନୂଆଦିଲ୍ଲୀ,୦୯/୦୨: ବରୁଣ ଚକ୍ରବର୍ତ୍ତୀ ଏବେ ଟିମ୍ ଇଣ୍ଡିଆର ଜଣେ ମ୍ୟାଚ ୱିନଙ୍ଗ୍ ପ୍ଲେୟାର ସାବ୍ୟସ୍ତ ହୋଇଛନ୍ତି । ଇଂଲଣ୍ଡ ବିପକ୍ଷ ଟି-ଟ୍ବେଣ୍ଟି ସିରିଜରେ ବରୁଣଙ୍କ ଦମଦାର ପ୍ରଦର୍ଶନ ପରେ ଭାରତୀୟ କ୍ରିକେଟ ତାଙ୍କୁ ନେଇ ଭଲ ଭବିଷ୍ୟତ ଆଶା କରୁଛି । ଟି-ଟ୍ବେଣ୍ଟିରେ ଭଲ ପ୍ରଦର୍ଶନ ପରେ ଦିନିକିଆ ଡେବ୍ୟୁ କରିଛନ୍ତି ବରୁଣ । ବରାବାଟୀରେ ଇଂଲଣ୍ଡ ବିପକ୍ଷ ଦିନିକିଆରେ ସେ ପଦାର୍ପଣ କରିଛନ୍ତି । କୁଳଦୀପ ଯାଦବଙ୍କ ସ୍ଥାନରେ ତାଙ୍କୁ ସ୍କ୍ବାର୍ଡରେ ସାମିଲ କରାଯାଇଛି । ୭ ବର୍ଷ ଯାଏ କ୍ରିକେଟଠୁ ଥିଲେ ଦୂରରେ ଚାକିରି ଛଡିଥିଲେ ।  ଆଉ ଏବେ ଜଣେ ମ୍ୟାଚ ବିଜୟୀ ପ୍ଲେୟାର ହୋଇଛନ୍ତି । ଆସନ୍ତୁ ଜାଣିବା ତାଙ୍କ କ୍ରିକେଟ ଯାତ୍ରା ।

ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଇଂଲଣ୍ଡ ବିପକ୍ଷରେ ୫ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯାଇଥିଲା । ଏହାକୁ ୪-୧ରେ ଜିତିଥିଲା ଟିମ୍ ଇଣ୍ଡିଆ । ଏଥିରେ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା । ବରୁଣ ମ୍ୟାଚ ୱିନିଙ୍ଗ ପ୍ଲେୟାର ସାବ୍ୟସ୍ତ ହୋଇଥିଲେ । ଜଣେ ସଫଳ କ୍ରିକଟେର ଭାବେ ବରୁଣଙ୍କର ଏହି ଯାତ୍ରା ସହଜ ନଥିଲା । ସମୟ ଥିଲା କ୍ରିକେଟଠୁ ଦୂରେଇ ଥିଲେ ପରେ ଚାକିରି ଛାଡି ପୁଣି କ୍ରିକେଟକୁ ଫେରିଥିଲେ । ଏତେ ସଫଳ ହୋଇଥିଲେ ଯେ ତାଙ୍କୁ ମିଷ୍ଟ୍ରୀ ସ୍ପିନରର ପରିଚୟ ମିଳିଥିଲା ।

ଏହ ବି ପଢନ୍ତୁ...ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ ବିରାଟ

ଚାକିରି ଛାଡିଥିଲେ ୭ ବର୍ଷ କ୍ରିକେଟଠୁ ଦୂରରେ ଥିଲେ- ଇଂଲଣ୍ଡ ବିପକ୍ଷ ଟି-ଟ୍ବେଣ୍ଟି ସିରିଜ ପରେ ବରୁଣ ଚକ୍ରବର୍ତ୍ତୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ନିଜେ ତାଙ୍କ ଯାତ୍ରା ବିଷୟରେ କହିଥିଲେ । କର୍ଣ୍ଣାଟକର ବିଦାରରେ ବରୁଣଙ୍କର ଜନ୍ମ । ତାମିଲନାଡୁ ପାଇଁ ଘରୋଇ କ୍ରିକେଟ ଖେଳିଥିଲେ । ଜୁନିୟର ସ୍ତରରେ ତାଙ୍କର ଚୟନ ହୋଇନଥିଲା । ୧୬ ବର୍ଷ ବୟସରେ ଆର୍କିଟେକ କୋର୍ସ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଉ କ୍ରିକେଟଠୁ ଦୂର ଯାଇଥିଲେ । ଏହାପରେ ତାଙ୍କୁ ଚାକିରି ମିଳିଥିଲା । ମାତ୍ର ତାଙ୍କ ଭାଗ୍ୟରେ କିଛି ଅଲଗା ଥିଲା । କ୍ରିକେଟର ସ୍ବପ୍ନ ସାକାର କରିବାକୁ ସେ ଚାକିରି ଛାଡିଥିଲେ । ପୁଣି କ୍ରିକେଟକୁ କମବ୍ୟାକ କରିଥିଲେ ।

କ୍ୟାରିୟର ଆରମ୍ଭରୁ ସେ ପ୍ରଥମେ ବ୍ୟାଟିଂ କରୁଥିଲେ । ଏହାପରେ ୱିକେଟ କିପିଂ ବି କରିଛନ୍ତି । ସଫଳତା ନମିଳିବାରୁ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ତାମିଲନାଡୁ ପ୍ରିମିୟର ଲିଗରେ ସ୍ଥାନ ପାଇଲେ । ଏହାପରେ ଇଣ୍ଡିଆନ ପ୍ରିମିୟର ଲିଗରେ କୋଲକାତା ନାଇଟ ରାଇଡର୍ସ ପାଇଁ ଖେଳୁଛନ୍ତି ।  ୨୦୨୧ରେ ଶ୍ରୀଲଙ୍କା ବିପକ୍ଷରେ ଟି-ଟ୍ବେଣ୍ଟି ଡେବ୍ୟୁ କରିଥିଲେ । ଭାରତ ପାଇଁ ସେ ୩୩ଟି ୱିକେଟ ନେଇଛନ୍ତି । ଏବେ ଦିନିକିଆରେ ପଦାର୍ପଣ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.