ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

Champions Trophy: ଚାମ୍ପିଅନ୍ସ ଟ୍ରଫିରେ ଏହି ଦଳକୁ କେବେ ବି ପରାସ୍ତ କରିପାରିନି ଟିମ୍ ଇଣ୍ଡିଆ, ୨୫ ବର୍ଷ ପରେ ପୁଣି ଥରେ ହେବ ମୁକାବିଲା

Published By : Tapas Panda | February 16, 2025 8:09 PM

Image courtesy: indiatv

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆ ନିଜର ଦକ୍ଷତା ପ୍ରଦର୍ଶନ କରିବାକୁ ପ୍ରସ୍ତୁତ । ଚାମ୍ପିଅନ୍ସ ଟ୍ରଫି ଫେବୃଆରୀ ୧୯ରୁ କରାଚିରେ ଆରମ୍ଭ ହେବ । ଭାରତୀୟ ଦଳ ଗୋଟିଏ ଦିନ ପରେ ଫେବୃଆରୀ ୨୦ରେ ଦୁବାଇରେ ବାଂଲାଦେଶ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ । ଚାମ୍ପିଅନ୍ସ ଟ୍ରଫିରେ ମୋଟ ୮ଟି ଦଳ ଅଂଶଗ୍ରହଣ କରୁଛନ୍ତି । ଭାରତକୁ ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ୍ A ରେ ସ୍ଥାନୀତ କରାଯାଇଛି । ଭାରତ ଏବଂ ବାଂଲାଦେଶ ବ୍ୟତୀତ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ଦଳ ମଧ୍ୟ ଏହି ଗ୍ରୁପରେ ସାମିଲ ଅଛନ୍ତି । ଗ୍ରୁପ୍-ବିରେ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ରହିଛି । 

ଚାମ୍ପିଅନ୍ସ ଟ୍ରଫି ଇତିହାସରେ ଟିମ୍ ଇଣ୍ଡିଆର ଏକ ବଡ଼ ରେକର୍ଡ ରହିଛି । ଭାରତୀୟ ଦଳ ଏହି ଟାଇଟଲ ଦୁଇଥର ଜିତିଛି । ୨୦୦୨ ରେ ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ ଶ୍ରୀଲଙ୍କା ସହ ଯୁଗ୍ମ ବିଜୟୀ ହୋଇଥିଲା । ୨୦୧୩ରେ ଏମଏସ ଧୋନିଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଟାଇଟଲ ଜିତିଥିଲା । ଟିମ୍ ଇଣ୍ଡିଆ ଏବେ ପୁଣି ଥରେ ଟାଇଟଲ ଜିତିବା ଉଦ୍ଦେଶ୍ୟରେ ଚାମ୍ପିଅନ୍ସ ଟ୍ରଫିରେ ତା'ର ଅଭିଯାନ ଆରମ୍ଭ କରିବ । ତଥାପି, ଟିମ୍ ଇଣ୍ଡିଆର ଗ୍ରୁପରେ ଅନେକ ଦମଦାର ଦଳ ଥିବାରୁ ଭାରତ ପାଇଁ ଟାଇଟଲ ଜିତିବା ସହଜ ହେବ ନାହିଁ ।

 ଗୋଟିଏ ଦଳ ଏଭଳି ଅଛି ଯାହା ବିପକ୍ଷରେ ଭାରତ କେବେ ଜିତିପାରି ନାହିଁ । ଏହି ଦଳ ନ୍ୟୁଜିଲାଣ୍ଡ । ପ୍ରକୃତରେ, ICC ଟୁର୍ଣ୍ଣାମେଣ୍ଟ ଇତିହାସରେ, ନ୍ୟୁଜିଲାଣ୍ଡ ଦଳ ଭାରତକୁ ଅନେକ ଥର ବଡ଼ ଝଟକା ଦେଇଛି । ୨୦୧୯ ବିଶ୍ୱକପ୍ ସେମିଫାଇନାଲରେ ମଧ୍ୟ କିୱି ଦଳ ଭାରତକୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରୁ ବାହାର କରିଦେଇଥିଲା । ଏବେ ଉଭୟ ଦଳ ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ମାର୍ଚ୍ଚ ୨ରେ ପରସ୍ପର ସହ ମୁହାଁମୁହିଁ ହେବେ। ଚାମ୍ପିଅନ୍ସ ଟ୍ରଫିର ୮ଟି ସଂସ୍କରଣ ଏପର୍ଯ୍ୟନ୍ତ ଖେଳାଯାଇଛି କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଚାମ୍ପିଅନ୍ସ ଟ୍ରଫି ଇତିହାସରେ ଭାରତ ଏବଂ ନ୍ୟୁଜିଲାଣ୍ଡ କେବଳ ଥରେ ମୁହାଁମୁହିଁ ହୋଇଛନ୍ତି । ୨୦୦୦ରେ ଚାମ୍ପିଅନ୍ସ ଫାଇନାଲରେ ନ୍ୟୁଜିଲାଣ୍ଡ ଭାରତକୁ ୪ ୱିକେଟରେ ପରାସ୍ତ କରି ଟ୍ରଫି ଜିତିଥିଲା। ଏବେ ଉଭୟ ଦଳ ୨୫ ବର୍ଷ ପରେ ପୁଣି ମୁହାଁମୁହିଁ ହେବେ।

ଗ୍ରୁପ୍ ଏ

ଭାରତ

ପାକିସ୍ତାନ

ନ୍ୟୁଜିଲ୍ୟାଣ୍ଡ୍

ବାଂଲାଦେଶ

ଗ୍ରୁପ୍ ବି

ଆଫଗାନିସ୍ତାନ

ଅଷ୍ଟ୍ରେଲିଆ

ଇଂଲଣ୍ଡ

ଦକ୍ଷିଣ ଆଫ୍ରିକା

ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ

ଫେବୃଆରୀ ୨୦: ଭାରତ ବନାମ ବାଂଲାଦେଶ ( ଅପରାହ୍ଣ ୨:୩୦)

ଫେବୃଆରୀ ୨୩: ଭାରତ ବନାମ ପାକିସ୍ତାନ (ଅପରାହ୍ଣ ୨:୩୦)

ମାର୍ଚ୍ଚ ୨: ଭାରତ ବନାମ ନ୍ୟୁଜିଲାଣ୍ଡ ( ଅପରାହ୍ଣ ୨:୩୦)

ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ (ଉପ-ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ଓ୍ବିକେଟ କିପର), ରିଷଭ ପନ୍ତ (ଓ୍ବିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ଶାମି, ଅର୍ଶଦୀପ ସିଂହ, ରବିନ୍ଦ୍ର ଜାଡେଜା, ବରୁଣ ଚକ୍ରବର୍ତ୍ତୀ।

ବିକଳ୍ପ ଖେଳାଳି: ଯଶସ୍ୱୀ ଜୟସ୍ବାଲ, ମହମ୍ମଦ ସିରାଜ ଏବଂ ଶିବମ୍ ଦୁବେ । ଆବଶ୍ୟକ ହେଲେ ତିନିଜଣ ଖେଳାଳି ଦୁବାଇ ଯିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.